Advertisment

କେମିତି ଅଛନ୍ତି ସ୍ୱର ସାମ୍ରାଜ୍ଞୀ ?

ନୂଆଦିଲ୍ଲୀ : ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ବର୍ତ୍ତମାନ ଅସୁସ୍ଥ ଅଛନ୍ତି। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଇଣ୍ଟେନ୍‌ସିଭ କେୟାର ୟୁନିଟ୍ (ଆଇସିୟୁ)ରେ ରଖାଯାଇଛି। ଲତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପାଇଁ ଆହୁରି ସମୟ ଲାଗିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ପିଟିଆଇ ତଥ୍ୟ ଅନୁସାରେ ଲତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । କିନ୍ତୁ ପୂରା ଠିକ୍‌ ହେବା ପାଇଁ ସମୟ ଲାଗିବ। ତାଙ୍କର ନିମୋନିଆ ହେବା ସହିତ ଛାତିରେ ଇନ୍‌ଫେକସନ୍‌ ହୋଇଛି। […]

ଅଦ୍ୟତନ ହୋଇଛି
କେମିତି ଅଛନ୍ତି ସ୍ୱର ସାମ୍ରାଜ୍ଞୀ ?

lata2

Advertisment

ନୂଆଦିଲ୍ଲୀ : ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ବର୍ତ୍ତମାନ ଅସୁସ୍ଥ ଅଛନ୍ତି। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଇଣ୍ଟେନ୍‌ସିଭ କେୟାର ୟୁନିଟ୍ (ଆଇସିୟୁ)ରେ ରଖାଯାଇଛି। ଲତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପାଇଁ ଆହୁରି ସମୟ ଲାଗିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

Advertisment

ପିଟିଆଇ ତଥ୍ୟ ଅନୁସାରେ ଲତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । କିନ୍ତୁ ପୂରା ଠିକ୍‌ ହେବା ପାଇଁ ସମୟ ଲାଗିବ। ତାଙ୍କର ନିମୋନିଆ ହେବା ସହିତ ଛାତିରେ ଇନ୍‌ଫେକସନ୍‌ ହୋଇଛି।

ଲତାଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ପରିବାର ପକ୍ଷରୁ ଏକ ବୟାନ୍‌ ଦିଆଯାଇଛି। ଯେଉଁ ବୟାନ୍‌ରେ କୁହାଯାଇଛି, ‘ଲତାଙ୍କର ଅବସ୍ଥା ଏବେ ସ୍ଥିର ରହିଛି। ଆଗ ଅପେକ୍ଷା ସେ ଭଲ ଅଛନ୍ତି। ଆପଣ ସମସ୍ତଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ। ଆମେ ଚାହୁଁଛୁ ସେ ଶୀଘ୍ର ଭଲ ହୋଇ ଘରକୁ ଫେରନ୍ତୁ। ଏପରି ଦୁଃସମୟରେ ଆମ ସହ ଛିଡ଼ା ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ସହିତ ସମ୍ମାନ ଜଣାଉଛୁ।’

Advertisment

ସୂଚନାଯୋଗ୍ୟ, ସୋମାବାର ଅର୍ଥାତ୍‌ ୧୧ ନଭେମ୍ୱରରେ ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ଲତାଙ୍କୁ ମୁମ୍ୱାଇସ୍ଥିତ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅସୁସ୍ଥ ଖବର ଶୁଣି ସେଲେବ୍ରିଟିଠାରୁ ଆରମ୍ଭ କରି ପୂରା ଦେଶର ଜନତା ତାଙ୍କ ଆରୋଗ୍ୟ କାମନା କରିବାରେ ଲାଗିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe