ମୁମ୍ବାଇ: ଯୁଦ୍ଧ କରି ଦେଶ ପାଇଁ ସହିଦ ହୋଇଥିବା ବୀର ସୈନ୍ୟଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଛନ୍ତି ଲତା ମଙ୍ଗେସକର। ତାଙ୍କର ଏପରି ପଦକ୍ଷେପକରେ ସହଯୋଗ କରିବାକୁ ଦେଶବାସୀଙ୍କୁ ନିଜର ଫେସବୁକ୍ ପେଜ ମାଧ୍ୟମରେ ଅନୁରୋଧ କରିଛନ୍ତି। ଫେସ୍ବୁଲ୍ରେ ଏକ ପୋଷ୍ଟ କରି ଲତା ବୀର ସହିଦଙ୍କୁ ସାଲୁଟ୍ କରିବା ସହ ତାଙ୍କ ପାଇଁ ଆମ ମାତୃଭୂମି ଓ ଆମେ ଆଜି ସୁରକ୍ଷିତ ବୋଲି ଉଲ୍ଲେଖ କରିଛନ୍ତି।
ସେ ଲେଖିଛନ୍ତି, ସେମାନଙ୍କ ପ୍ରତି ଆମର ବି କିଛି କର୍ତ୍ତବ୍ୟ ରହିଛି। ମୁଁ ନିଜ ତରଫରୁ ଯବାନମାନଙ୍କ ପାଇଁ ‘ଆର୍ମୀ ୱେଲଫେୟାର ଫଣ୍ଡ ବ୍ୟାଟଲ କାଜୁଏଲଟିଜ’ରେ କିଛି ଅର୍ଥ ରାଶି ପ୍ରଦାନ କରୁଛି। ମୁଁ ଉଠାଇଥିବା ଏପରି ପଦକ୍ଷେପରେ ଦେଶର ନାଗରିକ ସହଯୋଗ କରିବା ପାଇଁ ଅନୁରୋଧ କରୁଛି। ପ୍ରତିବର୍ଷ ମୋର ଜନ୍ମଦିନରେ ଦେଶର ଜନତା ଅନେକ ଉପହାର ପଠାଇଥାନ୍ତି। କିନ୍ତୁ ଚଳିତବର୍ଷ ମୋ ପାଖକୁ ଉପହାର ପଠାଇବା ପରିବର୍ତ୍ତେ ଆପଣମାନେ ଆମ ସେନା ପାଇଁ ସହଯୋଗ କରନ୍ତୁ। ମୋର ଆଶା ଆପଣମାନଙ୍କ ଭଲ ପାଇବା ଓ ଆର୍ଶୀବାଦ ଏହିପରି ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।