Advertisment

ହାତ ଦେଖି ରାଜ କପୁର କରିଥିଲେ ରଞ୍ଜିତ୍‌ଙ୍କ ଭବିଷ୍ୟବାଣୀ !

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଜଣାଶୁଣା ଖଳନାୟକ ହେଉଛନ୍ତି ଗୋପାଳ ବେଦି। ତେବେ ଏହି ନାଁରେ ତାଙ୍କୁ ଖୁବ୍ କମ୍ ଲୋକ ଜାଣନ୍ତି। ସାଧାରଣତଃ ସେ ଜଣାଶୁଣା ରଞ୍ଜିତ୍‌ ନାଁରେ। ବଲିଉଡ୍‌ରେ ତାଙ୍କ ସମସାମୟିକ ଅନେକ କଳାକାର ସୋଶାଲ୍ ମିଡିଆରେ ବେଶ୍ ସକ୍ରିୟ ରହୁଥିବା ବେଳେ ସେ ଏଥିରେ ଏତେଟା ସକ୍ରିୟ ନଥିଲେ। ତେବେ ଗତ କିଛି ଦିନ ହେବ ସେ ତାଙ୍କ ଜୀବନ ସହ ଜଡ଼ିତ କିଛି କିଛି ଘଟଣାକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ମାଧ୍ୟମରେ ଶେଆର […]

ହାତ ଦେଖି ରାଜ କପୁର କରିଥିଲେ ରଞ୍ଜିତ୍‌ଙ୍କ ଭବିଷ୍ୟବାଣୀ !

raj

Advertisment

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଜଣାଶୁଣା ଖଳନାୟକ ହେଉଛନ୍ତି ଗୋପାଳ ବେଦି। ତେବେ ଏହି ନାଁରେ ତାଙ୍କୁ ଖୁବ୍ କମ୍ ଲୋକ ଜାଣନ୍ତି। ସାଧାରଣତଃ ସେ ଜଣାଶୁଣା ରଞ୍ଜିତ୍‌ ନାଁରେ। ବଲିଉଡ୍‌ରେ ତାଙ୍କ ସମସାମୟିକ ଅନେକ କଳାକାର ସୋଶାଲ୍ ମିଡିଆରେ ବେଶ୍ ସକ୍ରିୟ ରହୁଥିବା ବେଳେ ସେ ଏଥିରେ ଏତେଟା ସକ୍ରିୟ ନଥିଲେ। ତେବେ ଗତ କିଛି ଦିନ ହେବ ସେ ତାଙ୍କ ଜୀବନ ସହ ଜଡ଼ିତ କିଛି କିଛି ଘଟଣାକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ମାଧ୍ୟମରେ ଶେଆର କରୁଛନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ରଞ୍ଜିତ୍‌ ବଲିଉଡ୍‌ର ଅନ୍ୟତମ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ଓ ପ୍ରଯୋଜକ ସ୍ୱର୍ଗତ ରାଜ କପୁରଙ୍କ ପାଖରେ ଠିଆ ହୋଇଛନ୍ତି। ଆଉ ରାଜ୍‌ କପୁର ତାଙ୍କ ହାତ ଦେଖୁଥିବା ଦେଖିବାକୁ ମିଳୁଛି। ଏହି ଫଟୋକୁ ଶେଆର କରି ରଞ୍ଜିତ୍‌ ଲେଖିଛନ୍ତି- ରାଜ କପୁର ମୋ ହାତ ଦେଖି କହିଥିଲେ ଯେ ଚିନ୍ତା କରନା, ବହୁତ ଆଗକୁ ଯିବ।

Advertisment

ସେହିଭଳି ନିକଟରେ ରଞ୍ଜିତ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଆଉ ଏକ ଫଟୋ ଶେଆର କରିଥିଲେ। ଏହି ଫଟୋରେ ସେ ତାଙ୍କ ସ୍ତ୍ରୀ ଏବଂ ଝିଅ ସହ ଥିଲେ। ଫଟୋ ଶେଆର କରି ସେ କ୍ୟାପସନ୍‌ରେ ଲେଖିଥିଲେ- ମୋ ରକ୍ତ ଶୋଷୁଥିବା ଯୋଡ଼ି, ମୋ ସ୍ତ୍ରୀ ଏବଂ ମୋ ଝିଅ। ମୁଁ ସେମାନଙ୍କୁ ଖୁବ୍‌ ଭଲ ପାଏ।

https://www.instagram.com/p/B3zcSbph8PN/?utm_source=ig_web_button_share_sheet

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe