Advertisment

ଧର୍ମ ପରିବର୍ତ୍ତନକୁ ନେଇ ଅଭିଯୋଗ ଆଣିଲେ ୱାଜିଦଙ୍କ ପତ୍ନୀ

ମୁମ୍ବାଇ: ନିର୍ଯାତନା ଅଭିଯୋଗ ଆଣିଲେ ବଲିଉଡର ପ୍ରସିଦ୍ଧ ଗାୟକ ଦିବଙ୍ଗତ ୱାଜିଦ ଖାନଙ୍କ ପତ୍ନୀ କମଲରୁଖ । ୱାଜିଦଙ୍କ ମୃତ୍ୟୁ ପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଧର୍ମ ପରିବର୍ତ୍ତନ କାରିବାକୁ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି । ଜୋର ଜବରଦସ୍ତ ଇସଲାମ ଧର୍ମ ଆପଣାଇବାକୁ ତାଙ୍କୁ କୁହାଯାଉଛି । ଏପରିକି ୱାଜିଦଙ୍କ ମୃତ୍ୟ ମନରୁ ଲିଭିନଥିବା ବେଳେ ତାଙ୍କୁ ହଇରାଣ କରାଯାଉଥିବା ନେଇ ସେ ସୋଶାଲ ମିଡିଆରେ ଖୁଲାସା କରିଛନ୍ତି । କମଲରୁଖ ସୋଶାଲ […]

ଅଦ୍ୟତନ ହୋଇଛି
ଧର୍ମ ପରିବର୍ତ୍ତନକୁ ନେଇ ଅଭିଯୋଗ ଆଣିଲେ ୱାଜିଦଙ୍କ ପତ୍ନୀ

wajid-khan-wife

Advertisment

ମୁମ୍ବାଇ: ନିର୍ଯାତନା ଅଭିଯୋଗ ଆଣିଲେ ବଲିଉଡର ପ୍ରସିଦ୍ଧ ଗାୟକ ଦିବଙ୍ଗତ ୱାଜିଦ ଖାନଙ୍କ ପତ୍ନୀ କମଲରୁଖ । ୱାଜିଦଙ୍କ ମୃତ୍ୟୁ ପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଧର୍ମ ପରିବର୍ତ୍ତନ କାରିବାକୁ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି । ଜୋର ଜବରଦସ୍ତ ଇସଲାମ ଧର୍ମ ଆପଣାଇବାକୁ ତାଙ୍କୁ କୁହାଯାଉଛି । ଏପରିକି ୱାଜିଦଙ୍କ ମୃତ୍ୟ ମନରୁ ଲିଭିନଥିବା ବେଳେ ତାଙ୍କୁ ହଇରାଣ କରାଯାଉଥିବା ନେଇ ସେ ସୋଶାଲ ମିଡିଆରେ ଖୁଲାସା କରିଛନ୍ତି ।

Advertisment

କମଲରୁଖ ସୋଶାଲ ମିଡିଆରେ ଏକ ଚିଠି ଲେଖି ପୋଷ୍ଟ କରିଛନ୍ତି । ସେ ଏଥିରେ ଲେଖିଛନ୍ତି ଯେ, ମୁଁ ଜେଣ ପାର୍ସୀ ଝିଅ । ୱାଜିଦ ମୁସଲିମ ଥିଲେ । ସ୍ପେଶାଲ ମ୍ୟାରେଜ ଆକ୍ଟରେ ଆମେ ଦହେଁ ବିବାହ କରିଥିଲୁ । କିନ୍ତୁ ବିବାହ ପରେ ଅନ୍ୟ ଜାତିର ହୋଇଥିବାରୁ ଧର୍ମ ଆଧାରରେ ମୋତେ ଅନେକ ଭେଦଭାବର ଶିକାର ହେବାକୁ ପଡିଥିଲା । ଯାହା ଲଜ୍ୟାଜନକ ।’ ସେପଟେ କମଲରୁଖଙ୍କ ଏହି ଅଭିଯୋଗ ନେଇ ୱାଜିଦଙ୍କ ପରିବାର ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Advertisment


ସୂଚନାଯୋଗ୍ୟ ଯେ, ଗତ ମେ’ ୩୧ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ୱାଜିଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତା’ପର ଦିନ ହିଁ ଅର୍ଥାତ ଜୁନ୍ ୧ରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ବଲିଉଡର ପ୍ରସିଦ୍ଧ ସାଜିଦ-ୱାଜିଦଙ୍କ ଯୋଡି ଭାଙ୍ଗି ଯାଇଥିଲା । ଏହି ଯୋଡି ଦବଙ୍ଗ ସିରିଜ, ପାଗଲପନ୍ତି, ହୋରିପନ୍ତି, ଜୁଡୱା୨, ଏକ ଥା ଟାଇଗର, ୱଣ୍ଟେଡ, ବୀର, ହାଉସଫୁଲ୨, ତେରେ ନାମ ଭଳି ଫିଲ୍ମରେ ଅନେକ ସୁପର ହିଟ୍ ଗୀତ ଦେଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe