Advertisment

ଆଉ ନାହାନ୍ତି ଅଭିନେତା ଇନୋସେଣ୍ଟ

ଗତକାଲି ବିଳମ୍ବିତ ରାତିରେ ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ଇନୋସେଣ୍ଟଙ୍କ ଦେହାନ୍ତ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Veteran Actor Innocent passes away

Veteran Actor Innocent passes away

ଲୋକପ୍ରିୟ ଅଭିନେତା ଇନୋସେଣ୍ଟ ଆଉ ନାହାନ୍ତି। ୭୫ ବର୍ଷ ବୟସରେ ମଲୟାଲମ ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ଇନୋସେଣ୍ଟଙ୍କ ଦେହାନ୍ତ ହୋଇଛି। ଗତକାଲି ବିଳମ୍ବିତ ରାତିରେ କୋଚି ସ୍ଥିତ ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 

Advertisment

ଡାକ୍ତରଙ୍କ ସୂଚନା ମୁତାବକ, ଅଭିନେତା ଇନୋସେଣ୍ଟଙ୍କ ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଛି। ସେ ମାର୍ଚ୍ଚ ୩ ତାରିଖରୁ ଚିକିତ୍ସାଧୀନ ଥିଲେ। ସେ କରୋନାରେ ସଂକ୍ରମିତ ହେବା ସହ ଶ୍ୱାସ ରୋଗରେ ମଧ୍ୟ ସଂକ୍ରମିତ ଥିଲେ। ତାଙ୍କର ଏକାଧିକ ଅର୍ଗାନ ଫେଲ୍ ମଧ୍ୟ ହୋଇଯାଇଥିଲା। 

ସୂଚନା ମୁତାବକ, ଏଲ୍‌ଡିଏଫ୍‌’ ଟିକେଟ୍‌ରେ ବିଜୟୀ ହୋଇ ୧୬ତମ ଲୋକସଭାରେ ଚଲାକୁଡ଼ୀ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିଥିବା ଇନୋସେଣ୍ଟକିଛି ବର୍ଷ ପୂର୍ବେ କ୍ୟାନ୍‌ସର୍ ରୋଗରେ ମଧ୍ୟ ପୀଡିତ ଥିଲେ । ଏଥିପାଇଁ ରବିବାର ରାତିରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥ ବିଗିଡି ଯାଇଥିଲା । ଆଜି ସନ୍ଧ୍ୟାରେ ଇରିଞ୍ଜାଲାକୁଡ଼ାସ୍ଥିତ ସେଣ୍ଟ୍ ଟୋମାସ୍ କ୍ୟାଥେଡ୍ରାଲ୍‌ରେ ତାଙ୍କ ମରଶରୀରକୁ କବର ଦିଆଯିବ।

Advertisment

ତାଙ୍କର ମୃତ୍ୟୁକୁ ନେଇ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍ ଶୋକବ୍ୟକ୍ତ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ଇନୋସେଣ୍ଟ୍ ସଦାସର୍ବଦା ବାମପନ୍ଥୀ ମନୋଭାବ ପରିପୋଷଣ କରୁଥିଲେ। ‘ଲେଫ୍‌ଟ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍‌’ର ଅନୁରୋଧକ୍ରମେ ସେ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବାରୁ କେରଳ ତାଙ୍କୁ କୃତଜ୍ଞାତାର ସହ ସ୍ମରଣ କରିବ। ନିର୍ବାଚନରେ ବିଜୟୀ ହେବା ପରେ ସେ ସଂସଦରେ କେରଳର ଦାବି ସବୁ ସ୍ପଷ୍ଟ ଭାବେ ଉତ୍ଥାପନ କରିଥିଲେ।’

ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ୍ ହାସ୍ୟ ଅଭିନେତା ଇନୋସେଣ୍ଟଙ୍କୁ ୨୦୧୨ରେ କ୍ୟାନ୍‌ସର୍ ହୋଇଥିବା କଥା ଜଣାପଡିଥିଲା। ଏହାର ୩ ବର୍ଷ ପରେ ସେ କ୍ୟାନ୍‌ସର ମୁକ୍ତ ହୋଇଥିବା ନେଇ ଘୋଷଣା କରିଥିଲେ। ଏଥିସହ ‘ଲାଫ୍ଟର୍ ଇନ୍ ଦି କ୍ୟାନ୍‌ସର୍ ୱାର୍ଡ’ ନାମକ ପୁସ୍ତକରେ କର୍କଟ ରୋଗ ବିପକ୍ଷରେ ତାଙ୍କ ସଂଗ୍ରାମ କଥା ଲେଖିଥିଲେ।

ବହୁ ବର୍ଷ ଧରି ଇନୋସେଣ୍ଟ ମଲୟାଲମ ଚଳଚ୍ଚିତ୍ର କଳା ସଂଘ ତଥା ଏମଏମ୍‌ଏର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ। ଏହି ଭେଟେରାନ୍ ଅଭିନେତା ପ୍ରଥମେ ଜଣେ ଫିଲ୍ମ ନିର୍ମାତା ଭାବେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ପରେ ସେ ଅଭିନୟ ଆଡକୁ ମୁହାଁଇଥିଲେ। ସେ ନିଜର ଚମତ୍କାର କମେଡି ମାଧ୍ୟମରେ ସମସ୍ତ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ମଲୟାଲମ୍‌, ତାମିଲ୍ ଓ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ପ୍ରାୟ ୭୫୦ ଫିଲ୍ମରେ ଅଭିନୟ କରିଛନ୍ତି। 

Tollywood South Indian Actors