Advertisment

ନୀରବି ଗଲେ ତାମିଲ ଗାୟିକା ଭବଥାରିଣି; ଆଉ ଶୁଭିବନି ସୁମଧୁର ସ୍ୱର

ଦୀର୍ଘ ୬ ମାସ ହେଲା କ୍ୟାନସରରେ ପୀଡ଼ିତ ଥିବା ଭବତାରିଣି ଶେଷରେ ଆର ପାରିକୁ ଚାଲି ଯାଇଛନ୍ତି। ଭବତାରିଣି ପ୍ରସିଦ୍ଧ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ଇଲୈୟାରାଜାଙ୍କ ଝିଅ ଥିଲେ।

ଅଦ୍ୟତନ ହୋଇଛି
-bhavatharini

bhavatharini

Advertisment

ତାମିଲ ସଙ୍ଗୀତ ଜଗତରୁ ଆସିଛି ଦୁଃଖଦ ଖବର। ଆଉ ନାହାନ୍ତି ଆଗ ଧାଡ଼ିର ଗାୟିକା ଭବଥାରିଣି। । ଦୀର୍ଘ ୬ ମାସ ହେଲା କ୍ୟାନସରରେ ପୀଡ଼ିତ ଥିବା ଭବତାରିଣି ଶେଷରେ ଆର ପାରିକୁ ଚାଲି ଯାଇଛନ୍ତି। ଭବଥାରିଣି ପ୍ରସିଦ୍ଧ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ଇଲୈୟାରାଜାଙ୍କ ଝିଅ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା।

Advertisment

ଭବଥାରିଣି ଗତ ୬ ମାସ ହେଲା ଲିଭର କ୍ୟାନସରରେ ପୀଡ଼ିତ ଥିଲେ। ଚେନ୍ନାଇରେ ଚିକିତ୍ସିତ ହେବା ପରେ ବି କୌଣସି ସୁଫଳ ନ ମିଳିବାରୁ ଅଧିକ ଚିକିତ୍ସା ନିମନ୍ତେ ସେ ଶ୍ରୀଲଙ୍କା ଯାଇଥିଲେ। ସେଠାରେ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ମାତ୍ର ଡାକ୍ତରଙ୍କ ଶତ ଚେଷ୍ଟା ପରେ ଗତ ରାତିରେ ସେ ଆଖି ବୁଜିଥିବା ଜଣାଯାଇଛି।

ଆଜି ତାଙ୍କ ପାର୍ଥିବ ଶରୀରକୁ ଚେନ୍ନାଇ ଅଣାଯିବ । ସେଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ସଙ୍ଗୀତ ଜଗତ ସ୍ତଗ୍ଧ ହୋଇ ଯାଇଛି।

Advertisment

ଭବଥାରିଣି ଜଣେ ପ୍ରସିଦ୍ଧ ଗା୍ରିକା ଭାବେ ଜଣାଶୁଣା ଥିଲେ। ସେ ଇଲୈୟାରାଜାଙ୍କ ଝିଅ ଓ କାର୍ତ୍ତିକ ରାଜା ଓ ୟୁବାନ ଶଙ୍କର ରାଜାଙ୍କ ଭଉଣୀ ଥିଲେ। ସଙ୍ଗୀତରେ ନିଜ ଯାଦୁ ପାଇଁ ଭବଥାରିଣି ଜାତୀୟ ପୁରସ୍କାର ଜିତି ସାରିଛନ୍ତି ।

ପ୍ଲେ-ବ୍ୟାକ୍‌ ସିଙ୍ଗର ସହ ସେ ଜଣେ ଲୋକପ୍ରିୟ ମ୍ୟୁଜିକ କମ୍ପୋଜର ବି ଥିଲେ। Raasaiya ଗୀତରୁ ଭବଥାରିଣି ନିଜ ସଙ୍ଗିତ କ୍ୟାରିଅର ଆରମ୍ଭ କରିଥିଲେ। ୨୦୦୨ ମସିହାରେ Mitr, My Friend ଫିଲ୍ମ ପାଇଁ ସେ ମ୍ୟୁଜିକ କମ୍ପୋଜ କରିଥିବା ବେଳେ ତାହା ଖୁବ୍‌ ଲୋକପ୍ରିୟ ହୋଇଥିଲା। ସେ ଶେଷ ଥର ପାଇଁ ମଲାୟଲମ ଫିଲ୍ମ ‘Maayanadhi ’ ପାଇଁ ଗୀତ ଗାଇଥିଲେ।

ସେ ଆର ପାରିକୁ ଚାଲି ଯାଇଥିବା ବେଳେ ତାଙ୍କ ସୁମଧୁର ସ୍ୱରର ଯାଦୁ ସବୁବେଳେ ଶ୍ରୋତାଙ୍କ ହୃଦୟରେ ରାଜ କରିବ ।

Cancer Tamil Actress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe