Advertisment

ଲଣ୍ଡା ହେଲେ ‘ଲେଜା ଲେଜା’ ଫେମ୍ ଅଭିନେତ୍ରୀ

ମୁମ୍ବାଇ: ଅନେକ ସମୟରେ ବଲିଉଡ ଅଭିନେତ୍ରୀମାନ ବିଭିନ୍ନ କାରଣ ଯୋଗୁଁ ଲଣ୍ଡା ହୋଇଥାନ୍ତି । କିଏ ନିଜ ସ୍ୱାସ୍ଥ୍ୟ ସମସ୍ୟା ଲାଗି ତ ଆଉ କିଏ ଦାନ କରିବା ଉଦ୍ଦେଶ୍ୟରେ ଲଣ୍ଡା ହୋଇଥାନ୍ତି । ତେବେ ଏହି ତାଲିକାରେ ଏବେ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ଯୋଡି ହୋଇଛି । ଏହି ଅଭିନେତ୍ରୀ ଜଣକ କୌଣସି ଏକ ବଡ କାରଣ ଯୋଗୁଁ ଲଣ୍ଡା ହୋଇଛନ୍ତି। ଫିଲ୍ମ ‘ମନି ଦେବୋ ଭବ’ର ସୁପର ହିଟ ଗୀତ ଲେଜା ଲେଜା […]

ଲଣ୍ଡା ହେଲେ ‘ଲେଜା ଲେଜା’ ଫେମ୍ ଅଭିନେତ୍ରୀ

nina sarkar gose bald

Advertisment

ମୁମ୍ବାଇ: ଅନେକ ସମୟରେ ବଲିଉଡ ଅଭିନେତ୍ରୀମାନ ବିଭିନ୍ନ କାରଣ ଯୋଗୁଁ ଲଣ୍ଡା ହୋଇଥାନ୍ତି । କିଏ ନିଜ ସ୍ୱାସ୍ଥ୍ୟ ସମସ୍ୟା ଲାଗି ତ ଆଉ କିଏ ଦାନ କରିବା ଉଦ୍ଦେଶ୍ୟରେ ଲଣ୍ଡା ହୋଇଥାନ୍ତି । ତେବେ ଏହି ତାଲିକାରେ ଏବେ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ଯୋଡି ହୋଇଛି । ଏହି ଅଭିନେତ୍ରୀ ଜଣକ କୌଣସି ଏକ ବଡ କାରଣ ଯୋଗୁଁ ଲଣ୍ଡା ହୋଇଛନ୍ତି।

Advertisment

ଫିଲ୍ମ ‘ମନି ଦେବୋ ଭବ’ର ସୁପର ହିଟ ଗୀତ ଲେଜା ଲେଜା ଫେମ ନୀନା ସରକାର। ଏହି ଗୀତ ଜରିଆରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ପୁଣି ଥରେ ନୀନା ଲଣ୍ଡା ହୋଇ ଚର୍ଚ୍ଚାକୁ ଆସିଛନ୍ତି । ସେ ନିଜ କେଶ ଦାନ କରିବା ଉଦ୍ଦେଶ୍ୟରେ ଲଣ୍ଡା ହୋଇଛନ୍ତି । ବଡ କଥା ହେଉଛି ଯେ ନୀନା ନିଜ କେଶକୁ ନିଜେ ଘରେ ଟ୍ରିମରରେ କାଟିଛନ୍ତି। ନିଜ କେଶ କାଟୁଥିବା ବେଳର ଏକ ଭିଡିଓକୁ ସୋଶାଲ ମିଡିଆରେ ସେଆର ମଧ୍ୟ କରିଛନ୍ତି ଏହି ଅଭିନେତ୍ରୀ।

Advertisment


ନୀନା ନିଜ ଇନଷ୍ଟାଗ୍ରାମ ଅକାଉଣ୍ଟରେ ୨ଟି ଭିଡିଓ ସେଆର କରିଛନ୍ତି। ପ୍ରଥମ ଭିଡିଓରେ ସେ ନିଜ ଲମ୍ବା କେଶକୁ ଧନ୍ୟବାଦ ଦେଉଛନ୍ତି ଏବଂ ଦ୍ୱିତୀୟଟିରେ ନିଜ କେଶ କାଟି ଲଣ୍ଡା ହୋଉଥିବା ଦେଖିବାକୁ ମିଳିଛି। ସେ ଏହି ଭିଡିଓରେ କେଶ ଦାନ କରୁଥିବା ନେଇ ସ୍ପଷ୍ଟ କରିଛନ୍ତି। ନୀନା ସରକାରଙ୍କ ଲଣ୍ଡା ହେବାର ଏହି ଭିଡିଓ ସୋଶାଲ ମିଡିଆରା ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe