/odisha-reporter/media/post_attachments/uploadimage/library/16_9/16_9_0/Imlie_1695306211.jpg)
Imlie
ହିନ୍ଦୀ ଧାରାବାହିକ ‘ଇମ୍ଲୀ’ର ଶୁଟିଂ ସେଟ୍ରେ ବିଦ୍ୟୁତ୍ ଆଘାତରେ ଜଣେ ଲାଇଟ୍ ମ୍ୟାନ୍ଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ମହେନ୍ଦ୍ର ଯାଦବ (୨୫)।
ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଅଲ୍ ଇଣ୍ଡିଆ ସିନେ ୱାର୍କସ ଆସୋସିଏସନ୍ (AICWA)। ସଂପୃକ୍ତ ଚ୍ୟାନେଲ ଓ ପ୍ରଯୋଜକ ଗୁଲ୍ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଂଘ ଦାବି କରିଛି। ଏଥିପାଇଁ ସଂଘ ପକ୍ଷରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଅନୁରୋଧ କରାଯାଇଛି।
ଏହା ସହିତ ମୃତ ଲାଇଟ୍ ମ୍ୟାନ୍ ମହେନ୍ଦ୍ର ଯାଦବଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି AICWA ସଭାପତି ସୁରେଶ ଶ୍ୟାମଲାଲ ଗୁପ୍ତା। ଏପରିକି ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶକ ଓ କମିଶନର ସେମାନଙ୍କ ପଦରୁ ଇସ୍ତଫା ଦେଇ ଦେବା ଉଚିତ୍ ବୋଲି ସେ କହିଛନ୍ତି। ସେମାନେ ଶୁଟିଂ ସେଟ୍ ଗୁଡ଼ିକରେ ସୁରକ୍ଷା ପାଇଁ ଆଦୌ କୌଣସି ପଦକ୍ଷେପ ନେଉ ନାହାନ୍ତି। ସେମାନେ କେବେ ବି ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ନାହାନ୍ତି ବୋଲି ଶ୍ରୀ ଗୁପ୍ତା କହିଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣା ପରେ ‘ଇମ୍ଲୀ’ର ଶୁଟିଂକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
