Advertisment

ଏମିତି ଆରମ୍ଭ ହୋଇଥିଲା ପ୍ରିୟଙ୍କା ଓ ନିକ୍‌ଙ୍କ ଲଭ୍‌ଷ୍ଟୋରୀ

ମୁମ୍ବାଇ: ଆଜି ହେଉଛି ବଲିଉଡ୍ ଦିଭା ପ୍ରିୟଙ୍କା ଚୋପ୍ରାଙ୍କର ଜନ୍ମଦିନ। ଆଜି ସେ ୩୮ ବର୍ଷରେ ପାଦ ଦେଇଛନ୍ତି। ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ରେ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ଲୋକପ୍ରିୟ। ସେ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ହେଲେ ସବୁଠୁ ଅଧିକ ଚର୍ଚ୍ଚାକୁ ସେ ସେତେବେଳେ ଆସିଥିଲେ ଯେବେ ସେ ନିଜଠୁ ୧୦ ବର୍ଷ ସାନ ଅମେରୀକାନ ସିଙ୍ଗର ନିକ୍‌ ଜୋନସଙ୍କୁ ଡେଟ୍ କରିବା ଖବର ସାମ୍ନାକୁ ଆସିଥିଲା। […]

author-image
Chinmayee Roy
ଏମିତି ଆରମ୍ଭ ହୋଇଥିଲା ପ୍ରିୟଙ୍କା ଓ ନିକ୍‌ଙ୍କ ଲଭ୍‌ଷ୍ଟୋରୀ

Prinick

ମୁମ୍ବାଇ: ଆଜି ହେଉଛି ବଲିଉଡ୍ ଦିଭା ପ୍ରିୟଙ୍କା ଚୋପ୍ରାଙ୍କର ଜନ୍ମଦିନ। ଆଜି ସେ ୩୮ ବର୍ଷରେ ପାଦ ଦେଇଛନ୍ତି। ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ରେ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ଲୋକପ୍ରିୟ। ସେ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ହେଲେ ସବୁଠୁ ଅଧିକ ଚର୍ଚ୍ଚାକୁ ସେ ସେତେବେଳେ ଆସିଥିଲେ ଯେବେ ସେ ନିଜଠୁ ୧୦ ବର୍ଷ ସାନ ଅମେରୀକାନ ସିଙ୍ଗର ନିକ୍‌ ଜୋନସଙ୍କୁ ଡେଟ୍ କରିବା ଖବର ସାମ୍ନାକୁ ଆସିଥିଲା। ପ୍ରିୟଙ୍କାଙ୍କ ଜନ୍ମଦିନରେ ଆଜି ଆମେ ତାଙ୍କ ଲଭଷ୍ଟୋରୀ ବିଷୟରେ ଜାଣିବା।

Advertisment

https://www.instagram.com/p/B-BA-iujURK/?utm_source=ig_web_copy_link

ପ୍ରିୟଙ୍କା ଓ ନିକ୍‌ଙ୍କ ପ୍ରେମ ସମ୍ପର୍କ ସାମ୍ନାକୁ ଆସିଥିଲା ୨୦୧୭ ମେଟ୍‌ ଗାଲା ଇଭେଣ୍ଟରେ। ଏହି ଇଭେଣ୍ଟରେ ସେ ପ୍ରଥମ ଥର ପାଇଁ ନିକ୍‌ଙ୍କ ସହ ସମସ୍ତଙ୍କ ସାମ୍ନାକୁ ଆସିଥିଲେ। ବାସ୍ତବରେ ମେଟ୍ ଗାଲା ଇଭେଣ୍ଟର କିଛି ମାସ ପୂର୍ବରୁ  ‘The Vanity Fair Oscars Party’ରେ ନିକ୍ ପ୍ରଥମଥର ପାଇଁ ପ୍ରିୟଙ୍କାଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ନିକ୍ ପ୍ରିୟଙ୍କାଙ୍କୁ ହୃଦୟ ଦେଇଦେଇଥିଲେ। ସେ ପ୍ରାୟ ସମୟରେ ପ୍ରିୟଙ୍କାଙ୍କୁ ଟ୍ୱିଟର୍‌ରେ ମେସେଜ୍ କରନ୍ତି। ଦିନେ ପ୍ରୟଙ୍କା ତାଙ୍କୁ ଜଣାଇଥିଲେ ଯେ ଏହି ମେସେଜ ଗୁଡ଼ିକ ତାଙ୍କ ଟିମ୍‌ ମେମ୍ବର ମଧ୍ୟ ପଢ଼ିପାରିବେ। ଏହାପରେ ନିକ୍ ତାଙ୍କୁ ନିଜ ନମ୍ବର ପଠାଇଥିଲେ। ଯାହାପରେ ଫୋନ୍‌ରେ ଚ୍ୟାଟିଂ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏମାନେ ପରସ୍ପର ସହ ସମୟ ବିତାଇବାକୁ ଲାଗିଲେ ଓ କିଛିଦିନ ପରେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ।

https://www.instagram.com/p/B6hcvHQJW26/?utm_source=ig_web_copy_link

ନିକ୍‌ଙ୍କ ଭାଇ ଜୋସେଫ୍‌ଙ୍କ ନିର୍ବନ୍ଧରେ ପ୍ରିୟଙ୍କା ମଧ୍ୟ ସାମିଲ୍ ହୋଇଥିଲେ, ଯାହାପରେ ଦୁହିଁଙ୍କ ଅଫେୟାର୍ ନେଇ ଚର୍ଚ୍ଚା ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଥିଲା। ଏକ ଚ୍ୟାଟ୍‌ ଶୋ’ରେ ପ୍ରିଙ୍କାଙ୍କୁ ନିକ୍‌ଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ପଚରାଯିବାରୁ ସେ କିଛି କହିନଥିଲେ କିନ୍ତୁ ଏହି ଖବରକୁ ମନା ମଧ୍ୟ କରିନଥିଲେ। ଏହାପରେ ୨୦୧୮ ମେ ରେ ସୋଶାଲ୍ ମିଡିଆରେ ନିକ୍ ଓ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଥିଲା ଯାହାକି ଏହି ତାଙ୍କ ସମ୍ପର୍କ ଉପରେ ମୋହର ଲଗାଇଥିଲା। ଏହାପରେ ଅଗଷ୍ଟ ମାସରେ ପ୍ରିୟଙ୍କା ଓ ନିକ୍‌ଙ୍କର ମୁମ୍ବାଇରେ ନିର୍ବନ୍ଧ ହୋଇଥିଲା ଓ ଡିସେମ୍ବରରେ ଏମାନେ ରାଜସ୍ଥାନର ଯୋଦ୍ଧପୁରଠାରେ ବିବାହ କରିଥିଲେ।

Advertisment

https://www.instagram.com/p/B2e4Yb3nq0n/?utm_source=ig_web_copy_link