Advertisment

ବିଗ୍‌ବସ୍‌ରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଏହି ସୁନ୍ଦରୀ ପୋଲିଂ ଅଫିସର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଅବସରରେ ଏହି ମହିଳାଙ୍କ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାର ଆପଣ ଜାଣିଥିବେ। ରାତାରାତି ଏହି ପୋଲିଂ ଅଫିସର୍‌ଙ୍କ ଫଟୋ ଭାଇରାଲ୍‌ ହେବା ସହ ସବୁଆଡ଼େ ଏହି ମହିଳାଙ୍କ ଚର୍ଚ୍ଚା ହେବାକୁ ଲାଗିଲା। ଏହି ମହିଳା ଜଣଙ୍କ ନାମ ହେଉଛି ରିନା ଦ୍ୱିବେଦୀ। ସୋଶାଲ୍‌ ମିଡିଆରେ ସେଲିବ୍ରିଟି ପାଲଟିଥିବା ଏହି ହଳଦୀଆ ଶାଢ଼ି ପିନ୍ଧା ମହିଳା ଜଣଙ୍କ ତାଙ୍କ ଜୀବନରେ ଏକ ନୂଆ ଫର୍ଦ ଯୋଡ଼ିବାକୁ ଆଶା ରଖିଛନ୍ତି। ନିକଟରେ ସେ କହିଛନ୍ତି […]

ଅଦ୍ୟତନ ହୋଇଛି
ବିଗ୍‌ବସ୍‌ରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଏହି ସୁନ୍ଦରୀ ପୋଲିଂ ଅଫିସର

x00

Advertisment

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ଅବସରରେ ଏହି ମହିଳାଙ୍କ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାର ଆପଣ ଜାଣିଥିବେ। ରାତାରାତି ଏହି ପୋଲିଂ ଅଫିସର୍‌ଙ୍କ ଫଟୋ ଭାଇରାଲ୍‌ ହେବା ସହ ସବୁଆଡ଼େ ଏହି ମହିଳାଙ୍କ ଚର୍ଚ୍ଚା ହେବାକୁ ଲାଗିଲା। ଏହି ମହିଳା ଜଣଙ୍କ ନାମ ହେଉଛି ରିନା ଦ୍ୱିବେଦୀ।

Advertisment

ସୋଶାଲ୍‌ ମିଡିଆରେ ସେଲିବ୍ରିଟି ପାଲଟିଥିବା ଏହି ହଳଦୀଆ ଶାଢ଼ି ପିନ୍ଧା ମହିଳା ଜଣଙ୍କ ତାଙ୍କ ଜୀବନରେ ଏକ ନୂଆ ଫର୍ଦ ଯୋଡ଼ିବାକୁ ଆଶା ରଖିଛନ୍ତି। ନିକଟରେ ସେ କହିଛନ୍ତି ଯେ, ଯଦି ତାଙ୍କୁ ଆମନ୍ତ୍ରଣ ମିଳେ ତ ସେ ରିଆଲିଟି ଶୋ’ ବିଗ୍‌ବସ୍‌ର ଆଗାମୀ ସିଜିନ୍‌ରେ ଭାଗ ନେବାକୁ ପସନ୍ଦ କରିବେ।

publive-image

ସେ କହିଛନ୍ତି ଯେ, ‘ମୋ ପରିବାର ସବୁବେଳେ ମୋ ସହ ଛିଡ଼ା ହୋଇଛି। ମୋତେ ମିଳିଥିବା ପରିଚୟରୁ ମଧ୍ୟ ସେମାନେ ବହୁତ ଖୁସି ଅଛନ୍ତି। ଯଦି ମୋତେ ସୁଯୋଗ ମିଳେ ତ ‘ବିଗ୍‌ବସ୍‌ରେ ଭାଗ ନେବା ମୋ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହେବ’।

Advertisment

rinadwibediଏଠାରେ ଆପଣଙ୍କୁ କହି ରଖିବାକୁ ଚାହଁଛୁ ଯେ, ରିନାଙ୍କର ଏହି ଫଟୋ ସେତେବେଳେ ଭାଇରାଲ୍‌ ହୋଇଥିଲା ଯେତେବେଳେ ସେ, ନିର୍ବାଚନ ଫୋଲିଂ ଅଫିସର୍‌ ଭାବେ ହାତରେ ଇଭିଏମ୍‌ ଧରି ମତଦାନ କେନ୍ଦ୍ରକୁ ଯାଉଥିଲେ। ଏହି ଫଟୋକୁ ତାଙ୍କର କୌଣସି ସହକର୍ମୀ ଉଠାଇଥିଲେ। ପରେ ତାଙ୍କ ଏହି ଫଟୋ ରାତାରାତି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏଥିପାଇଁ ତାଙ୍କ ଜୀବନରେ କିଛିଟା ପରିବର୍ତ୍ତନ ମଧ୍ୟ ଆସିଥିଲା। ଲୋକମାନେ ତାଙ୍କୁ ‘ହଳଦିଆ ଶାଢ଼ି ପିନ୍ଧା ମହିଳା’ ଭାବେ ଜାଣିବାକୁ ପାଇଲେ।

publive-image

ତାଙ୍କର ନବମ ଶ୍ରେଣୀରେ ପଢ଼ୁଥିବା ଗୋଟେ ପୁଅ ମଧ୍ୟ ଅଛି। ରିନା କହିଛନ୍ତି ଯେ, ତାଙ୍କୁ ସଜ ହେବାପାଇଁ ଭଲ ଲାଗେ। ତାଙ୍କ ଅନୁସାରେ ଏହା କରିବା କିଛି ଭୁଲ୍‌ କାମ ନୁହେଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe