Advertisment

ଧମାକେଦାର୍‌ ଓପନିଂ କଲା 'ଲଭ୍‌ ଆଜ୍‌ କଲ୍‌'

ମୁମ୍ବାଇ: ଭାଲେଣ୍ଟାଇନ୍ସ ଡେ’ ଅବସରରେ ରିଲିଜ୍‌ ହୋଇଯାଇଛି ସାରା ଅଲ୍ଲୀ ଖାନ୍‌ ଓ କାର୍ତ୍ତିକ  ଆର୍ଯ୍ୟନ୍‌ଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’। ଗତକାଲି ଏହା ବକ୍ସ ଫିସ୍‌ରେ ଧମାକେଦାର୍‌ ଓପନିଂ କରିଛି। ବକ୍ସ ଅଫିସ୍‌ ଇଣ୍ଡିଆ ଡଟ୍‌ କମ୍‌ ଓ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ଅନୁଯାୟୀ ଫିଲ୍ମଟି ୧୨.୪୦ କୋଟି ଟଙ୍କାର ବମ୍ପର ଓପନିଂ କରିଛି। ଏହି ଟିନ୍‌ ଏଜ୍‌ ଲଭ୍‌ଷ୍ଟୋରୀକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। https://www.instagram.com/p/B75yekjpnW7/?utm_source=ig_web_copy_link ଫିଲ୍ମରେ ସାରା ଓ […]

ଅଦ୍ୟତନ ହୋଇଛି
ଧମାକେଦାର୍‌ ଓପନିଂ କଲା 'ଲଭ୍‌ ଆଜ୍‌ କଲ୍‌'

love-aa-kal

Advertisment

ମୁମ୍ବାଇ: ଭାଲେଣ୍ଟାଇନ୍ସ ଡେ’ ଅବସରରେ ରିଲିଜ୍‌ ହୋଇଯାଇଛି ସାରା ଅଲ୍ଲୀ ଖାନ୍‌ ଓ କାର୍ତ୍ତିକ  ଆର୍ଯ୍ୟନ୍‌ଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’। ଗତକାଲି ଏହା ବକ୍ସ ଫିସ୍‌ରେ ଧମାକେଦାର୍‌ ଓପନିଂ କରିଛି। ବକ୍ସ ଅଫିସ୍‌ ଇଣ୍ଡିଆ ଡଟ୍‌ କମ୍‌ ଓ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ଅନୁଯାୟୀ ଫିଲ୍ମଟି ୧୨.୪୦ କୋଟି ଟଙ୍କାର ବମ୍ପର ଓପନିଂ କରିଛି। ଏହି ଟିନ୍‌ ଏଜ୍‌ ଲଭ୍‌ଷ୍ଟୋରୀକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି।

Advertisment

https://www.instagram.com/p/B75yekjpnW7/?utm_source=ig_web_copy_link

ଫିଲ୍ମରେ ସାରା ଓ କାର୍ତ୍ତିକଙ୍କ ରୋମାନ୍ସ ଦର୍ଶକଙ୍କ ମନ ଜିତିନେଇଛି। ତେବେ ପ୍ରଥମ ଦିନର କଲେକ୍ସନ୍ ସହ ଏହି ଫିଲ୍ମଟି ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରିଲିଜ୍‌ ହୋଇଥିବା ହାଇଏଷ୍ଟ ଓପନିଂ ଡେ’ କଲେକ୍ଶନ୍ ଫିଲ୍ମମାନଙ୍କ ମଧ୍ୟରେ ଦ୍ୱିତୀୟ ନମ୍ବରରେ ରହିଛି। ଏହି ତାଲିକାରେ ପ୍ରଥମରେ ୧୫ କୋଟି ଟଙ୍କା ସହ ଫିଲ୍ମ ‘ତାନାଜୀ’ ରହିଛି। ଗତ କିଛିଦିନ ହେବ ସାରା ଓ କାର୍ତ୍ତିକଙ୍କର ରିୟଲ୍‌ ଲାଇଫ୍‌ରେ ଅଫେୟାର୍‌ ଥିବା ଖବର ବେଶ୍ ଚର୍ଚ୍ଚାରେ ରହିଛି। ତେଣୁ ଏମାନଙ୍କର ପରଦା ଉପରେ କେମେଷ୍ଟ୍ରି ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଏକ କ୍ରେଜ୍‌ ରହିଥିଲା। ହେଲେ ଫିଲ୍ମର କହାଣୀ ଟିକେ ଦୁର୍ବଳ ଥିବା କୁହାଯାଉଛି। ଦର୍ଶକଙ୍କ ମୁତାବକ ଫିଲ୍ମଟି ଆଶା ମୁତାବକ ଭଲ ହୋଇନାହିଁ।

https://www.instagram.com/p/B7XnEK-pkVz/?utm_source=ig_web_copy_link

ସୂଚନାଯୋଗ୍ୟ ଫିଲ୍ମରେ ସାରା-କାର୍ତ୍ତିକଙ୍କ ବ୍ୟତୀତ ରଣଦୀପ ହୁଡ୍ଡା ଏବଂ ଆରୁଷି ଶର୍ମା ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମର ଗୀତକୁ ବି ଦର୍ଶକଙ୍କ ଥମ୍ସ ଅପ୍‌ ମିଳିଛି। ୨୦୦୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଲଭ ଆଜ୍ କଲ୍‌ର’ ଏହା ସିକ୍ୱେଲ୍‌। ଫିଲ୍ମରେ ସୈଫ ଅଲ୍ଲୀ ଖାନ୍ ଏବଂ ଦୀପିକା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟିକୁ ଇମ୍‌ତିଆଜ୍‌ ଅଲ୍ଲୀ ନିର୍ଦ୍ଦେଶନା ଦେବା ସହ ଦିନେଶ ଭିଜନଙ୍କ ସହ ମିଶି ପ୍ରଯୋଜନା ଭାର ମଧ୍ୟ ସମ୍ଭାଳିଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe