Advertisment

ଲୁଡୋ: ଏଥର ଦୀପାବଳିକୁ ମଜାଦାର କରିବେ ରାଜକୁମାର ଓ ଅଭିଷେକ

ମୁମ୍ବାଇ: ଲଗାତର ଫ୍ଲପ୍ ଓ୍ୱେବ୍ ସିରିଜ୍ ଏବଂ ଫିଲ୍ମ ନେଇ ବ୍ୟବସାୟରେ ଖରାପ ପ୍ରଦର୍ଶନ କରୁଥିବା ନେଟଫ୍ଲିକ୍ସ ଏବେ ପୁଣି ଚର୍ଚ୍ଚାରେ ରହିଛି। ‘ସିରିୟସ୍ ମ୍ୟାନ’ ରିଲିଜ୍ ପରେ ନେଟଫ୍ଲିକ୍ସର ସାମାନ୍ୟ ଭାଗ୍ୟ ବଦଳି ଯାଇଥିଲା। ନିଜ ଟ୍ରାକ୍ ରେକର୍ଡକୁ ଫେରିପାଇବା ପାଇଁ ପୁଣି ଏକ ନୂଆ ଫିଲ୍ମ ରିଲିଜ୍ କରିବାକୁ ଯାଉଛି ନେଟଫ୍ଲିକ୍ସ। ଆସନ୍ତା ଦୀପାବଳି ଅବସରରେ ଅନୁରାଗ ବାସୁଙ୍କ ଫିଲ୍ମ ଲୁ଼ଡୋ ରିଲିଜ୍ ହେବାକୁ ଯାଉଛି, ଯାହା ନେଟଫ୍ଲିକ୍ସର ଚାହିଦାକୁ ଆହୁରି ବଢ଼ାଇଦେବ ବୋଲି […]

ଲୁଡୋ: ଏଥର ଦୀପାବଳିକୁ ମଜାଦାର କରିବେ ରାଜକୁମାର ଓ ଅଭିଷେକ

ludo

Advertisment

ମୁମ୍ବାଇ: ଲଗାତର ଫ୍ଲପ୍ ଓ୍ୱେବ୍ ସିରିଜ୍ ଏବଂ ଫିଲ୍ମ ନେଇ ବ୍ୟବସାୟରେ ଖରାପ ପ୍ରଦର୍ଶନ କରୁଥିବା ନେଟଫ୍ଲିକ୍ସ ଏବେ ପୁଣି ଚର୍ଚ୍ଚାରେ ରହିଛି। 'ସିରିୟସ୍ ମ୍ୟାନ' ରିଲିଜ୍ ପରେ ନେଟଫ୍ଲିକ୍ସର ସାମାନ୍ୟ ଭାଗ୍ୟ ବଦଳି ଯାଇଥିଲା। ନିଜ ଟ୍ରାକ୍ ରେକର୍ଡକୁ ଫେରିପାଇବା ପାଇଁ ପୁଣି ଏକ ନୂଆ ଫିଲ୍ମ ରିଲିଜ୍ କରିବାକୁ ଯାଉଛି ନେଟଫ୍ଲିକ୍ସ। ଆସନ୍ତା ଦୀପାବଳି ଅବସରରେ ଅନୁରାଗ ବାସୁଙ୍କ ଫିଲ୍ମ ଲୁ଼ଡୋ ରିଲିଜ୍ ହେବାକୁ ଯାଉଛି, ଯାହା ନେଟଫ୍ଲିକ୍ସର ଚାହିଦାକୁ ଆହୁରି ବଢ଼ାଇଦେବ ବୋଲି ଆଶା ରହିଛି।

Advertisment

ଏହାରି ଭିତରେ 'ଲୁଡୋ' ଟ୍ରେଲର୍ ମଧ୍ୟ ରିଲିଜ୍ ହୋଇଯାଇଛି। ଫିଲ୍ମରେ ରାଜକୁମାର ରାଓ, ଅଭିଷେକ ବଚ୍ଚନ, ପଙ୍କଜ ତ୍ରିପାଠୀ, ଆଦିତ୍ୟ ରାୟକପୁର, ସାନ୍ୟା ମାଲହୋତ୍ରାଙ୍କ ଭଳି ଦମଦାର କଳାକାର ଅଭିନୟ କରିଛନ୍ତି। ଏ ସମସ୍ତଙ୍କ ଝଲକ୍ ଅଢ଼େଇ ମିନିଟର ଟ୍ରେଲରକୁ ବେଶ ମଜାଦାର କରିଛି। ଟ୍ରେଲରରେ ପ୍ରଦର୍ଶିତ କମେଡି ଆପଣଙ୍କୁ ହସାଇ ହସାଇ ବେଦମ୍ କରିଦେବାକୁ ଯଥେଷ୍ଟ। ତେବେ ଆପଣ ନିଶ୍ଚୟ ପୂରା ଫିଲ୍ମ ଦେଖିବାକୁ ଅପେକ୍ଷା କରିବେ ଏଥିରେ ସନ୍ଦେହ ନାହିଁ।

ଟ୍ରେଲରରେ ସବୁ ଚରିତ୍ରଙ୍କ ନିଜ ନିଜ ସମସ୍ୟା ଥିବା ଦେଖିବାକୁ ମିଳିଛି। କିଏ ଛୋଟ ଛୁଆକୁ ଅପହରଣ କରିଛି ତ କିଏ ନିଜ ପ୍ରେମିକା ପାଇଁ ଜେଲରୁ ଜଣେ କଏଦୀଙ୍କୁ ଫେରାର କରିବାକୁ କଥା ଦେଇଛି। ପୂରା ଫିଲ୍ମରେ ଭରପୂର କମେଡି ଏସେନ୍ସ ଥିବା ଟ୍ରେଲରରୁ ଜଣାପଡ଼ୁଛି।

Advertisment

ତେବେ ଅନେକ ସମୟର ବ୍ୟବଧାନ ପରେ ଅନୁରାଗ ବାସୁ ଏହି ଫିଲ୍ମ ଜରିଆରେ ପୁଣି ଫେରୁଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, 'ଲୁଡୋ' ଫିଲ୍ମ ନିର୍ମାଣ କରିବାକୁ ସେ ଅନେକ ବର୍ଷ ହେଲା ଚିନ୍ତା କରିଥିଲେ। ଏନେଇ ଦୀର୍ଘ ଦିନ ହେଲା ସେ ମନରେ କଥାବସ୍ତୁ ଚିନ୍ତା କରିସାରିଥିଲେ। ଫିଲ୍ମର କାହାଣୀ ପ୍ରକୃତ ଅର୍ଥରେ ଲୁଡୋ ଖେଳ ଭଳି ବୋଲି ସେ କହିଛନ୍ତି। ଏହା ଏକ ଡାର୍କ କମେଡି, ଯେଉଁଥିରେ ରୋମାନ୍ସର ତଡ଼କା ମଧ୍ୟ ରହିଛି ବୋଲି ଅନୁରାଗ କହିଛନ୍ତି।

https://www.instagram.com/tv/CGhBPbZp_Ab/?utm_source=ig_web_copy_link

ନଭେମ୍ବର 12ରେ ନେଟଫ୍ଲିକ୍ସରେ ଲୁଡୋ ରିଲିଜ୍ ହେବ। ଅନ୍ୟପଟେ ନଭେମ୍ବର 9ରେ ରିଲିଜ୍ ହେବାକୁ ଥିବା ଅକ୍ଷୟ କୁମାରଙ୍କ ଲକ୍ଷ୍ମୀ ବମ୍ବ୍ ସହ ଏହାର ଟକ୍କର ହେବାକୁ ଯାଉଛି।

Anurag Basu NetFlix
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe