Advertisment

ମେଡ୍ ଇନ୍ ହେଭେନ-2 ଟ୍ରେଲର ରିଲିଜ୍, 10ରେ ହେବ ଷ୍ଟ୍ରିମିଂ

ପ୍ରଥମ ସଂସ୍କରଣର ସଫଳତା ପରେ ବହୁ ପ୍ରତୀକ୍ଷିତ 'ମେଡ୍ ଇନ୍ ହେଭେନ'ର ସିଜିନ 2ର ଟ୍ରେଲର ରିଲିଜ୍।

ଅଦ୍ୟତନ ହୋଇଛି
Made In Heaven 2 Caste

Made In Heaven 2 Caste

Advertisment

ବହୁ ପ୍ରତୀକ୍ଷିତ 'ମେଡ୍ ଇନ୍ ହେଭେନ'ର ସିଜିନ 2ର ଟ୍ରେଲର ରିଲିଜ୍। ପ୍ରଥମ ସଂସ୍କରଣର ସଫଳତା ପରେ, ଖୁବ୍ ଶୀଘ୍ର ଆସିବାକୁ ଯାଉଛି ସିଜିନ୍ ଟୁ। ଆଜି ଏହି ୱେବ୍ ସିରିଜର୍ ଟ୍ରେଲର ରିଲିଜ୍ ହୋଇଛି। ୱେବ୍ ସିରିଜର ପ୍ରଥମ ସଂସ୍କରଣକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା ସାଉଁଟି ଥିବାବେଳେ Emmy ଆୱାର୍ଡ ପାଇଁ ମଧ୍ୟ ମନୋନୀତ ହୋଇଥିଲା।

Advertisment

ଦ୍ୱିତୀୟ ସଂସ୍କରଣରେ ସୋବିତା ଧୁଲିପାଲାଙ୍କ ସମେତ ଅର୍ଜୁନ ମଥୁର, ଜିମ୍ ସରଭ, କଲ୍କି କୋଚଲିନ୍, ଶଶାଙ୍କ ଆରୋରା, ଶିବାନୀ ରଘୁବଂଶି ଏବଂ ବିଜୟ ରାଜ୍ ଅଭିନୟ କରିଥିବା ବେଳେ ମୋନା ସିଂ, ଇଶ୍ୱକ ସିଂ ଏବଂ ତ୍ରିନେତ୍ର ହଲଦାର ନୂଆ କରି ଯୋଗ ଦେଇଛନ୍ତି। ଏହି ଶୋ’କୁ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଅଳଙ୍କ୍ରିତା ଶ୍ରୀବାସ୍ତବ, ନୀରଜ ଘୟୱାନ୍, ନିତ୍ୟା ମେହେରା, ରୀମା କାଗତି ଏବଂ ଜୋୟା ଅଖତର ନିର୍ଦ୍ଦେଶନା ଦେଇଛନ୍ତି। 

ୱେବ୍ ସିରିଜରେ ଖୁବ୍ ଚିତ୍ତାକର୍ଷକ ସଙ୍ଗୀତ ରହିଛି। ତା ସାଙ୍ଗକୁ ଆକ୍ସନ ଏବଂ ଡ୍ରାମା ମଧ୍ୟ ଭରୂପର ମନୋରଞ୍ଜନର ଖୁରାଗ ଯୋଗାଇବ। ଏହି ସିଜିନରେ 7ଟି ଏପିସୋଡ୍ ରହିବ। OTT ପ୍ଲାଟଫର୍ମ ଆମାଜନ ପ୍ରାଇମରେ ଆସନ୍ତା 10 ତାରିଖରେ ମେଡ୍ ଇନ୍ ହେଭେନ-2 ଷ୍ଟ୍ରିମିଂ ହେବ। 

Advertisment
Hindi Web Series Made In Heaven 2 Trailer Made In Heaven 2 Entertainment Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe