44
ମୁମ୍ବାଇ: ଫିଲ୍ମି ବ୍ୟାକ୍ ଗ୍ରାଉଣ୍ଡରୁ ନ ଆସି ମଧ୍ୟ ବଲିଉଡ଼ରେ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ବହୁ ହିଟ୍ସ ହେଇଥିବା ହିରୋଇନ ହେଉଛନ୍ତି ମାଧୁରୀ ଦୀକ୍ଷିତ। ଧକ୍ ଧକ୍ ଗାର୍ଲ ନାମରେ ପରିଚିତ ମାଧୁରୀ ଏବେ ବି ବଲିଉଡ୍ ଇଣ୍ଡଷ୍ଟ୍ରୀରେ ବେଶ ସକ୍ରିୟ। ବଡ଼ ପରଦା ସହ ଛୋଟ ପରଦାରେ ବେଶ୍ ଆକ୍ଟିଭ ଥିବା ସହ ଆଜି ବି ନିଜ ଜବରଦସ୍ତ ଡ୍ୟାନ୍ସ ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଛନ୍ତି ମାଧୁରୀ ।
ଏଥିଲାଗି ସମସ୍ତଙ୍କ ମନରେସୃଷ୍ଟି କରିପାରିଛନ୍ତି ସେ ଏକ ଅଲଗା ସ୍ଥାନ। ଆଜି ମଧ୍ୟ ନିଜ ଅଭିନୟ ଶୈଳୀ ପାଇଁ ସମସ୍ତଙ୍କ ମନରେ ବାନ୍ଧି ହୋଇ ରହିଛନ୍ତି ସେ । ପୂର୍ବ ଅପେକ୍ଷା ସେ କମ୍ ଫିଲ୍ମ କରୁଛନ୍ତି ସତ ଏବେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମିନାହିଁ।
/odisha-reporter/media/post_attachments/wp-content/uploads/2019/05/33-1.jpg)
ଆଜି ହେଉଛି ବଲିଉଡ୍ର ସୁନ୍ଦରୀ ଏବଂ ଚୁଲ୍ବୁଲି ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଜନ୍ମଦିନ। ସେ ୧୯୬୭ ମସିହା ଆଜିର ଦିନରେ ମୁମ୍ବାଇରେ ଜନ୍ମ ହୋଇଥିଲେ। ଆଜି ତାଙ୍କ ଜନ୍ମ ଦିନରେ ତାଙ୍କର କିଛି ସୁପର୍ହିଟ୍ ଗୀତ ବିଷୟରେ କହିବାକୁ ଯାଉଛୁ। ଯାହା ସେହି ସମୟରେ ନୁହେଁ ଆଜି ମଧ୍ୟ ସେହି ଗୀତ ଗୁଡ଼ିକ ସିନେ ଜଗତରେ ଫିକା ହୋଇନି।
/odisha-reporter/media/post_attachments/wp-content/uploads/2019/05/22-3.jpg)
ତେବେ ଜାଣନ୍ତୁ ସେହି ସବୁ ଗୀତ ଗୁଡ଼ିକ ବିଷୟରେ।
‘ତେଜାବ୍’ ଫିଲ୍ମର ଗୀତ ‘ଏକ୍ ଦୋ ତିନ୍’ ସବୁଠାରୁ ଲୋକପ୍ରିୟ ଗୀତ ଭାବେ ଜଣାଶୁଣା। ତାଙ୍କ କ୍ୟାରିୟର ଆରମ୍ଭରେ ସେ ଏହି ଗୀତରେ ଅଭିନୟ କରି ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଆଁ ଲଗାଇ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/05/44-1.jpg)