Advertisment

ଆସିଲା ମାଧୁରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍‌

ମୁମ୍ବାଇ: ଆଜିକାଲି ସମସ୍ତେ ଡିଜିଟାଲ୍‌ ଦୁନିଆରେ ବଞ୍ଚିବାକୁ ପସନ୍ଦ କରୁଛନ୍ତି। ଏଥିରୁ ବଲିଉଡ୍‌ କଳାକାରମାନେ ବି ବାଦ୍ ପଡ଼ି ନାହାନ୍ତି। ପ୍ରାୟ ସମସ୍ତ କଳାକାର ଏବେ ସୋଶାଲ୍‌ ମିଡିଆ ସାଇଟ୍‌ରେ ବେଶ୍‌ ଆକ୍ଟିଭ୍ ରହୁଛନ୍ତି। ଫେସ୍‌ବୁକ୍‌, ଟ୍ୱିଟର୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ତ ବଲିଉଡ୍‌ର ପ୍ରାୟ ସମସ୍ତ କଳାକାର ଅଛନ୍ତି। ତେବେ ଆଉ ଟିକେ ଆଗକୁ ଯାଇ କିଛି କଳାକାର ୟୁଟ୍ୟୁବ୍‌ରେ ନିଜ ନିଜ ଚ୍ୟାନେଲ ଖୋଲିବାକୁ ଲାଗିଲେଣି। ପ୍ରଥମେ ଶିଳ୍ପା ଶେଟ୍ଟୀ ଏଥିରେ ସାମିଲ ହୋଇଥିଲେ। ଏହା […]

ଅଦ୍ୟତନ ହୋଇଛି
ଆସିଲା ମାଧୁରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍‌

MADHURI

Advertisment

ମୁମ୍ବାଇ: ଆଜିକାଲି ସମସ୍ତେ ଡିଜିଟାଲ୍‌ ଦୁନିଆରେ ବଞ୍ଚିବାକୁ ପସନ୍ଦ କରୁଛନ୍ତି। ଏଥିରୁ ବଲିଉଡ୍‌ କଳାକାରମାନେ ବି ବାଦ୍ ପଡ଼ି ନାହାନ୍ତି। ପ୍ରାୟ ସମସ୍ତ କଳାକାର ଏବେ ସୋଶାଲ୍‌ ମିଡିଆ ସାଇଟ୍‌ରେ ବେଶ୍‌ ଆକ୍ଟିଭ୍ ରହୁଛନ୍ତି। ଫେସ୍‌ବୁକ୍‌, ଟ୍ୱିଟର୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ତ ବଲିଉଡ୍‌ର ପ୍ରାୟ ସମସ୍ତ କଳାକାର ଅଛନ୍ତି। ତେବେ ଆଉ ଟିକେ ଆଗକୁ ଯାଇ କିଛି କଳାକାର ୟୁଟ୍ୟୁବ୍‌ରେ ନିଜ ନିଜ ଚ୍ୟାନେଲ ଖୋଲିବାକୁ ଲାଗିଲେଣି। ପ୍ରଥମେ ଶିଳ୍ପା ଶେଟ୍ଟୀ ଏଥିରେ ସାମିଲ ହୋଇଥିଲେ। ଏହା ପରେ ପ୍ରିୟଙ୍କା ଚୋପ୍ରା ଓ ଆଲିଆ ଭଟ୍ଟ ବି ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍ ଖୋଲିଥିଲେ। ଆଉ ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ୍। ସେ ବି ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍ ଲଞ୍ଚ୍‌ କରି ଦେଇଛନ୍ତି।

Advertisment

https://twitter.com/MadhuriDixit/status/1187274670992584704

ଏ ସମ୍ପର୍କରେ ମାଧୁରୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କର ଏହି ନୂଆ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ସେ ଇଣ୍ଟରନ୍ୟାସ୍‌ନାଲ୍ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌(IIFA)ରେ ନିଜ ନୃତ୍ୟ ପଛର କାହାଣୀର ଏକ ଭିଡିଓ ପ୍ରଥମ କରି ପୋଷ୍ଟ କରିଛନ୍ତି।

https://www.instagram.com/p/B3zXEAfnAmG/?utm_source=ig_web_copy_link

ଏହି ଅବସରରରେ ମାଧୁରୀ କହିଛନ୍ତି, “ମୋତେ ଫ୍ୟାନ୍‌ମାନଙ୍କ ସହିତ ସମ୍ପର୍କରେ ରହିବାକୁ ବହୁତ ଭଲ ଲାଗେ। ମୁଁ ୟୁଟ୍ୟୁବ୍ ପ୍ଲାଟଫର୍ମ ବିଷୟରେ ଅନେକ ସମୟରୁ ଭାବୁଥିଲି। ତେଣୁ ଏବେ ମୁଁ ମୋର ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍‌ ଲଞ୍ଚ୍‌ କଲି।”

Advertisment

ମାଧୁରୀଙ୍କର ଏହି ଚ୍ୟାନେଲ୍‌ରେ ତାଙ୍କର ବ୍ୟକ୍ତିଗତ ଜୀବନ ଓ କାମ ସହ ଜଡ଼ିତ ଅନେକ ଖବର ଜାଣିବାକୁ ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe