Advertisment

କିଏ ଏହି ଅଭିନେତ୍ରୀ? ଭାଇରାଲ୍ ହେଉଛନ୍ତି

ମୁମ୍ବାଇ: ଫିଲ୍ମରେ କମ ନଜର ଆସିଲେ ବି ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସୋଶାଲ ମିଡିଆରେ ବେଶ୍ ସକ୍ରିୟ। ତାଙ୍କର ଭିଡିଓ ହେଉ ଅବା ଫଟୋ, ସେ ବେଳେବେଳେ ସୋଶାଲ ମିଡିଆରେ ସେୟାର କରିନ୍ତି। ଏହି ପୋଷ୍ଟ ଜରିଆରେ ଫ୍ୟାନମାନଙ୍କ ମରୋରଞ୍ଜନ କରନ୍ତି ମାଧୁରୀ। ନିକଟରେ ଏଭଳି ହିଁ ଏକ ଫଟୋ ପୋଷ୍ଟ କରିଛନ୍ତି ଧକ ଧକ ଗାର୍ଲ ମାଧୁରୀ, ଯାହା ସୋଶାଲ ମିଡିଆରା ଭାଇରାଲ ହେବାରେ ଲାଗିଛି। ମାଧୁରୀ ତାଙ୍କ ଇନଷ୍ଟାଗ୍ରାମରେ ଦୁଇଟି ଫଟୋକୁ ସେଆର […]

ଅଦ୍ୟତନ ହୋଇଛି
କିଏ ଏହି ଅଭିନେତ୍ରୀ? ଭାଇରାଲ୍ ହେଉଛନ୍ତି

madhuri

Advertisment

ମୁମ୍ବାଇ: ଫିଲ୍ମରେ କମ ନଜର ଆସିଲେ ବି ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସୋଶାଲ ମିଡିଆରେ ବେଶ୍ ସକ୍ରିୟ। ତାଙ୍କର ଭିଡିଓ ହେଉ ଅବା ଫଟୋ, ସେ ବେଳେବେଳେ ସୋଶାଲ ମିଡିଆରେ ସେୟାର କରିନ୍ତି। ଏହି ପୋଷ୍ଟ ଜରିଆରେ ଫ୍ୟାନମାନଙ୍କ ମରୋରଞ୍ଜନ କରନ୍ତି ମାଧୁରୀ। ନିକଟରେ ଏଭଳି ହିଁ ଏକ ଫଟୋ ପୋଷ୍ଟ କରିଛନ୍ତି ଧକ ଧକ ଗାର୍ଲ ମାଧୁରୀ, ଯାହା ସୋଶାଲ ମିଡିଆରା ଭାଇରାଲ ହେବାରେ ଲାଗିଛି।

Advertisment

ମାଧୁରୀ ତାଙ୍କ ଇନଷ୍ଟାଗ୍ରାମରେ ଦୁଇଟି ଫଟୋକୁ ସେଆର କରିଛନ୍ତି। ଏଥିରେ ସେ ହ୍ୟାରି ପୋଟର ଷ୍ଟାଇଲରେ ଚଷମା ଲଗାଇବା ସହ ଫନି ଏକ୍ସପ୍ରେସନ ମଧ୍ୟ ଦେଇଛନ୍ତି । ଲଗାତର ‘ହ୍ୟାରି ପୋଟର’ ଫିଲ୍ମ ଦେଖିବା ପରେ ମୋର ଏଭଳି ଅବସ୍ଥା ହୋଇଛି ବୋଲି ଫଟୋରେ କ୍ୟାପସନ ଲେଖିଛନ୍ତି ମାଧୁରୀ। ତାଙ୍କର ଏହି ଫଟୋ ଏବେ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସୁଛି । ସୋଶାଲ ମିଡିଆରେ ଦ୍ରୁତ ଗତିରେ ଫଟୋଟି ଭାଇରାଲ ମଧ୍ୟ ହେଉଛି ।

Advertisment


ସୂଚନା ଯୋଗ୍ୟ ଯେ, ଗତବର୍ଷ ରିଲିଜ ହୋଇଥିବା ଫିଲ୍ମ ‘କଲଙ୍କ’ରେ ମାଧୁରୀଙ୍କୁ ଶେଷଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିଥିଲା। ଏଥିରେ ଦୀର୍ଘବର୍ଷ ପରେ ସଞ୍ଜୟ ଦତ୍ତ ଏବଂ ମାଧୁରୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଅନ୍ୟ ପ୍ରମୁଖ ଭୂମିକାରେ ଆଲିଆ ଭଟ୍ଟ, ବରୁଣ ଧୱନ, ଆଦିତ୍ୟ ରଓ କପୁର ଓ କିଆରା ଆଡଭାନୀ ନଜର ଆସିଥିଲେ। ଫିଲ୍ମଟି ବକ୍ସ ଅଫିସରେ ସେତେଟା ଭଲ ବ୍ୟବସାୟ କରିପାରି ନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe