Advertisment

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ବଲିଉଡରେ ଡ୍ୟାନସିଂ କୁଇନ୍ ନାମରେ ଲୋକପ୍ରିୟ କରୋଇଓଗ୍ରାଫର ସରୋଜ୍ ଖାନ ଆଜି ଚିରଦିନ ପାଇଁ ଆଖି ବୁଜି ଦେଇଛନ୍ତି। ୭୧ ବର୍ଷ ବୟସରେ ଗୁରୁବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ସରୋଜ ବଲିଉଡରେ ମାଷ୍ଟରଜୀ ନାମରେ ମଧ୍ୟ ପରିଚିତ ଥିଲେ। ସେ ନିଜ କରୋଇଗ୍ରାଫି ମାଧ୍ୟମରେ ଅନେକ ତାରକାଙ୍କୁ ତାଙ୍କ ପରିଚୟ ଦେଇଛନ୍ତି। ତେବେ ବଲିଉଡରେ ସରୋଜ ଓ ମାଧୁରୀ ଦୀକ୍ଷିତଙ୍କ ଯୋଡ଼ି ସବୁଠାରୁ ଲୋକପ୍ରିୟ। ମାଷ୍ଟରଜୀଙ୍କ କୋରିଓଗ୍ରାଫିରେ ମାଧୁରୀ ଏକାଧିକ ହିଟ୍ […]

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

madhuri-saroj-khan

Advertisment

ବଲିଉଡରେ ଡ୍ୟାନସିଂ କୁଇନ୍ ନାମରେ ଲୋକପ୍ରିୟ କରୋଇଓଗ୍ରାଫର ସରୋଜ୍ ଖାନ ଆଜି ଚିରଦିନ ପାଇଁ ଆଖି ବୁଜି ଦେଇଛନ୍ତି। ୭୧ ବର୍ଷ ବୟସରେ ଗୁରୁବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ସରୋଜ ବଲିଉଡରେ ମାଷ୍ଟରଜୀ ନାମରେ ମଧ୍ୟ ପରିଚିତ ଥିଲେ। ସେ ନିଜ କରୋଇଗ୍ରାଫି ମାଧ୍ୟମରେ ଅନେକ ତାରକାଙ୍କୁ ତାଙ୍କ ପରିଚୟ ଦେଇଛନ୍ତି। ତେବେ ବଲିଉଡରେ ସରୋଜ ଓ ମାଧୁରୀ ଦୀକ୍ଷିତଙ୍କ ଯୋଡ଼ି ସବୁଠାରୁ ଲୋକପ୍ରିୟ। ମାଷ୍ଟରଜୀଙ୍କ କୋରିଓଗ୍ରାଫିରେ ମାଧୁରୀ ଏକାଧିକ ହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଛନ୍ତି।

Advertisment

saroj-madhuri

ସରୋଜ ଖାନ ଓରଫ୍ ମାଷ୍ଟରଜୀ ଆଉ ମାଧୁରୀଙ୍କ ଯୋଡ଼ିର 'ଏକ ଦୋ ତିନ୍....' ଗୀତ ବଲିଉଡର ଚିରସବୁଜ ଗୀତଗୁଡ଼ିକ ମଧ୍ୟରୁ ଅନ୍ୟତମ। ପିଲାଙ୍କଠାରୁ ବୁଢ଼ା ଯାଏଁ ସମସ୍ତେ ମାଧୁରୀଙ୍କ ଏହି ଗୀତର ଫ୍ୟାନ। ହେଲେ ମାଧୁରୀଙ୍କ ସମସ୍ତ ଅନ୍ଦାଜ ପଛରେ ମାଷ୍ଟରଜୀ ହିଁ ପ୍ରକୃତ କାରିଗର ଥିଲେ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସେ ପ୍ରଥମେ ପ୍ରଥମେ ମାଧୁରୀଙ୍କ ଦକ୍ଷତା ଉପରେ ବିଶ୍ୱାସ କରୁ ନ ଥିଲେ।

madhuri-saroj

ମାଧୁରୀଙ୍କ ସହ ମାଷ୍ଟରଜୀଙ୍କ ଅନେକ ସ୍ମୃତି ରହିଛି। ଥରେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଇଣ୍ଟର୍ଭ୍ୟୁ ଦେବା ସମୟରେ ମାଧୁରୀ କହିଛନ୍ତି, "ଏକ, ଦୋ, ତିନ... କୋରିଓଗ୍ରାଫର ସରୋଜ ଖାନଙ୍କ ସହ ମୁଁ ଉତ୍ତର-ଦକ୍ଷିଣ, ରାମ-ଲଖନ ଭଳି ଫିଲ୍ମରେ କାମ କରିଛି। ସରୋଜ ମୋତେ ନେଇ ନିଶ୍ଚିତ ଥିଲେ ମୁଁ ଭାରତୀୟ ପାରମ୍ପରିକ ନୃତ୍ୟ ଭଲ ଭାବରେ କରିପାରିବି କିନ୍ତୁ ପାଶ୍ଚାତ୍ୟ ନୃତ୍ୟୁ ଏ ଝିଅ କରିପାରିବନି।"

Advertisment

saroj

ଯଦି ଏହା ସତ, ତେବେ "ଏକ, ଦୋ, ତିନ୍..." ଗୀତରେ କିଭଳି ପାଶ୍ଚାତ୍ୟ ନୃତ୍ୟ କରି ମାଧୁରୀ ହିଟ୍ ହୋଇଗଲେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରେ ମାଧୁରୀ କହିଥିଲେ ଯେ, ଗୀତ ଶୁଟିଂ ପୂର୍ବରୁ ଅନେକ ଥର ଆମେ ରିହର୍ସଲ କରିଛୁ। ସେହି ସମୟରେ ହିଁ ମୁଁ ବଲିଉଡ୍ ଡ୍ୟାନ୍ସିଂ ଷ୍ଟାଇଲ କଣ ଶିଖିଲି। ମୁଁ ଜାଣିଛି ଏକ, ଦୋ, ତିନ୍... ଗୀତରେ ମୁଁ ବହୁତ ଭଲ କାମ କରିଛି। କିନ୍ତୁ ଏ ସବୁ ସରୋଜଙ୍କ ବିନା ଅସମ୍ଭବ ଥିଲା।"

saroj

ମାଧୁରୀଙ୍କ କହିବା ଅନୁସାରେ, ଯେତେବେଳେ 'ତେଜାବ' ରିଲିଜ୍ ହେଲା, ସେହି ସମୟରେ ସେ ଭାରତରେ ନ ଥିଲେ। ସେ ତାଙ୍କ ଭଉଣୀର ବାହାଘରରେ ସାମିଲ ହେବାକୁ ଆମେରିକା ଯାଇଥିଲେ। ତାଙ୍କର ବିଲକୁଲ୍ ଧାରଣା ନ ଥିଲା ଯେ, ଏକ, ଦୋ, ତିନ୍.. ଏଭଳି ଭାବରେ ସୁପରହିଟ୍ ହୋଇଯିବ। ତାଙ୍କ ସେକ୍ରେଟ୍ରି ରାକେଶ ନାଥ ତାଙ୍କୁ ଫୋନ କରି ଏହାର ସୂଚନା ଦେଇଥିଲେ। ସୂଚନା ଯେ, ତେଜାବ୍ ମାଧୁରୀଙ୍କ ପ୍ରଥମ ହିଟ୍ ଫିଲ୍ମ। ଏକ, ଦୋ, ତିନ୍... ଗୀତ ହିଟ୍ ହେବା ପରେ ମାଧୁରୀ, ମୋହିନୀ ନାମରେ ଆଉ ଏକ ପରିଚୟ ପାଇଲେ।

Saroj Khan Madhuri Dixit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe