ମଧୁରିମାଙ୍କ ଖେଳ ଶେଷ !

ମୁମ୍ବାଇ: ‘ବିଗ୍ ବସ୍ ୧୩’ର ଏବେ ବହୁତ ଡ୍ରାମା ଦେଖିବାକୁ ମିଳୁଛି। ତେବେ ଏହି ସପ୍ତାହରେ ‘ବିବି’ ଘରୁ ଆଉ ଜଣେ ପ୍ରତିଯୋଗୀ ବାହାରିଯିବେ। ତାଙ୍କ ନାଁ ହେଉଛି ମଧୁରିମା ତୁଲୀ। ସ୍ପଟବୟର ରିପୋର୍ଟ ଅନୁଯାୟୀ, ଏଥର ମଧୁରିମାଙ୍କୁ ସବୁଠୁ କମ୍ ଭୋଟ୍ ମିଳିଛି। ସେଥିପାଇଁ ତାଙ୍କୁ ଏଲିମିନେଟ୍ କରି ଦିଆଯିବ। ଏଥିସହିତ ଶୋ’ରେ ତାଙ୍କର ଯାତ୍ରା ଶେଷ ହେବ। ଗତ କିଛି ସପ୍ତାହ ହେବ ସେ ଡେଞ୍ଜର ଜୋନ୍‌ରେ ରହୁଥିଲେ। ଏହା ବି କୁହାଯାଉଛି ଯେ ବିଶାଲ୍‌ଙ୍କୁ […]

madhurima

Biswobandita Swain
  • Published: Saturday, 18 January 2020
  • , Updated: 18 January 2020, 03:24 PM IST

ମୁମ୍ବାଇ: ‘ବିଗ୍ ବସ୍ ୧୩’ର ଏବେ ବହୁତ ଡ୍ରାମା ଦେଖିବାକୁ ମିଳୁଛି। ତେବେ ଏହି ସପ୍ତାହରେ ‘ବିବି’ ଘରୁ ଆଉ ଜଣେ ପ୍ରତିଯୋଗୀ ବାହାରିଯିବେ। ତାଙ୍କ ନାଁ ହେଉଛି ମଧୁରିମା ତୁଲୀ।

ସ୍ପଟବୟର ରିପୋର୍ଟ ଅନୁଯାୟୀ, ଏଥର ମଧୁରିମାଙ୍କୁ ସବୁଠୁ କମ୍ ଭୋଟ୍ ମିଳିଛି। ସେଥିପାଇଁ ତାଙ୍କୁ ଏଲିମିନେଟ୍ କରି ଦିଆଯିବ। ଏଥିସହିତ ଶୋ’ରେ ତାଙ୍କର ଯାତ୍ରା ଶେଷ ହେବ। ଗତ କିଛି ସପ୍ତାହ ହେବ ସେ ଡେଞ୍ଜର ଜୋନ୍‌ରେ ରହୁଥିଲେ।

ଏହା ବି କୁହାଯାଉଛି ଯେ ବିଶାଲ୍‌ଙ୍କୁ ଫ୍ରାଇଂ ପ୍ୟାନ୍‌ରେ ପିଟିବା ପରେ ମଧୁରିମା ଘରୁ ବାହାରିବେ ବୋଲି ଅନୁମାନ କରାଯାଉଥିଲା। ତେଣୁ ସେ ଶୋ’ରୁ ବାହାରିଗଲେ ଦର୍ଶକ ଆଦୌ ଆଶ୍ଚର୍ଯ୍ୟ ହେବେ ନାହିଁ।

ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ମଧୁରିମା ତାଙ୍କର ଏକ୍ସ ବୟ ଫ୍ରେଣ୍ଡ ବିଶାଲ୍ ଆଦିତ୍ୟ ସିଂହଙ୍କୁ ଫ୍ରାଇଂ ପ୍ୟାନ୍‌ରେ ବାଡ଼େଇବା ପରେ ଶୋ’ର ହୋଷ୍ଟ୍ ସଲ୍‌ମାନ୍ ଖାନ୍ ବି ଖୁବ୍ ରାଗି ଯାଇଥିଲେ। ଏଥିପାଇଁ ସେ ମଧୁରିମାଙ୍କୁ କଡ଼ା କଥା ଶୁଣାଇଥିଲେ। ଏହା ପରେ ମଧୁରିମା ନିଜ ଭୁଲ୍‌କୁ ନେଇ ଭାରି ଅନୁତାପ କରିଥିଲେ।

ମଧୁରିମା ଏହି ଶୋ’ରେ ‘ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ’ ଭାବେ ଏଣ୍ଟ୍ରୀ କରିଥିଲେ। ବିଶାଲ୍‌ଙ୍କ ସହିତ ଲଢ଼େଇ ଓ ‘ବିବି’ ଘରେ କିଛି କାମ ନ କରିବା ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଥିଲେ। ବିଶାଲ୍‌ଙ୍କୁ ଫ୍ରାଇଂ ପ୍ୟାନ୍‌ରେ ପିଟିବା ପୂର୍ବରୁ ଥରେ ଚପଲରେ ମଧ୍ୟ ପିଟିଥିଲେ। ତା’ପରେ ତାଙ୍କୁ ଶୋ’ରୁ ଦୁଇ ସପ୍ତାହ ପାଇଁ ବାହାର କରିବାକୁ ନୋମିନେଟ୍ କରାଯାଇଥିଲା।

Related story