Advertisment

ପରିସ୍ରା ପିଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ, ଭାଇରାଲ୍‌ ହେଲା ଭିଡିଓ

ନୂଆଦିଲ୍ଲୀ : ଇନଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେଆର୍‌ କରି ଆମେରିକୀୟ ପପ୍‌ ଗାୟିକା ମାଡୋନା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଯେ ବାଥ୍‌ ଟବ୍‌ରୁ ବାହାରିବା ପରେ ଗୋଟିଏ କପ୍‌ରେ ସେ ନିଜର ପରିସ୍ରା ପିଉଛନ୍ତି। ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ରିପୋର୍ଟ ଅନୁସାରେ ୧୭ ନଭେମ୍ୱର ରବିବାର ଦିନ ମାଡୋନା ଏହି ଭିଡିଓଟିକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଟିଭି ପେଜ୍‌ରେ ପୋଷ୍ଟ କରିଥିଲେ। ଏହି ଭିଡିଓର ସେ ଲେଖିଥିଲେ, କ’ଣ […]

ଅଦ୍ୟତନ ହୋଇଛି
ପରିସ୍ରା ପିଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ, ଭାଇରାଲ୍‌ ହେଲା ଭିଡିଓ

madona

Advertisment

ନୂଆଦିଲ୍ଲୀ : ଇନଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେଆର୍‌ କରି ଆମେରିକୀୟ ପପ୍‌ ଗାୟିକା ମାଡୋନା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଯେ ବାଥ୍‌ ଟବ୍‌ରୁ ବାହାରିବା ପରେ ଗୋଟିଏ କପ୍‌ରେ ସେ ନିଜର ପରିସ୍ରା ପିଉଛନ୍ତି। ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ରିପୋର୍ଟ ଅନୁସାରେ ୧୭ ନଭେମ୍ୱର ରବିବାର ଦିନ ମାଡୋନା ଏହି ଭିଡିଓଟିକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଟିଭି ପେଜ୍‌ରେ ପୋଷ୍ଟ କରିଥିଲେ। ଏହି ଭିଡିଓର ସେ ଲେଖିଥିଲେ, କ’ଣ ଆମେ ୪୧ ଡିଗ୍ରୀ ଆଇସ୍ ବାଥ୍‌ ଚାଲେଞ୍ଜ୍‌ ଆରମ୍ଭ କରିବା ? ଆଘାତ ଲାଗିଥିଲେ ଏହା ସବୁଠାରୁ ଭଲ ଚିକିତ୍ସା।

ଆଇସ୍‌ ଟବ୍‌ରୁ ବାହାରିବା ପରେ ମାଡୋନା ପ୍ରଥମେ ପାଦରୁ ମୋଜା ବାହାର କରୁଛନ୍ତି ଏବଂ ଏହାପରେ ଗୋଟିଏ କପ୍‌ରେ ହଳଦିଆ ରଙ୍ଗର ଦ୍ରବ୍ୟକୁ ପିଉଛନ୍ତି। ଯାହା ତାଙ୍କ ଚିକିତ୍ସାର ଏକ ଅଂଶ।

Advertisment

https://www.instagram.com/tv/B4_ABoOhIBC/?utm_source=ig_web_copy_link

୬୧ ବର୍ଷୀୟ ମାଡୋନାଙ୍କ କହିବା ଅନୁସାରେ ବରଫ ପାଣିରୁ ବାହାରିବା ପରେ ପରିସ୍ରା ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ। ତେବେ ଏହା ପ୍ରଥମଥର ନୁହେଁ, ଏହା ପୂର୍ବରୁ ମଧ୍ୟ ମାଡୋନା ମେଡିକାଲ୍‌ ଚିକିତ୍ସା ଭାବରେ ଅନେକଥର ପରିସ୍ରାର ବ୍ୟବହାର କରିଛନ୍ତି। ଏପରିକି ପାଦରେ ହୋଇଥିବା ଘା’କୁ ଭଲ କରିବା ପାଇଁ ସେ ନିଜ ପରିସ୍ରା ପିଇଥିବା କଥା ସ୍ୱୀକାର ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଲୋକପ୍ରିୟ ପପ୍‌ ଗାୟିକା ମାଡୋନା ବର୍ତ୍ତମାନ ତାଙ୍କ କାର୍ଯ୍ୟକ୍ରମ ‘ମାଡାମି ଏକ୍ସ ଟୁର୍‌’ରେ ବ୍ୟସ୍ତ ଅଛନ୍ତି। ସୋଶାଲ ମିଡିଆରେ ଯେଉଁ ଭିଡିଓକୁ ସେ ଶେଆର୍ କରିଛନ୍ତି, ତାହା ତାଙ୍କର ନିତ୍ୟକର୍ମ ଉପରେ ଆଧାରିତ। ଭିଡିଓରେ ତାଙ୍କ ସହିତ ପରଫରମର୍‌ ଅହଲମଲିକ ୱିଲିୟମସ୍‌ ମଧ୍ୟ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe