Advertisment

ମହାଦେବ ବେଟିଂ ଆପ୍ ମାମଲା: ଅଭିନେତା ସାହିଲ ଖାନ ଗିରଫ

ପାଖାପାଖି ଦୁଇ ଦିନ ଧରି ଖୋଜାଖୋଜି କରିବା ପରେ ଜଗଲପୁରରୁ ଗିରଫ କରିଛି ଏସଆଇଟି ଟିମ୍।

author-image
Debibandita Barick
Sahil Khan

Sahil Khan

ଆଜି ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଏସଆଇଟି ଟିମ୍ ଅଭିନେତା ସାହିଲ ଖାନ ଗିରଫ କରିଛି। ପାଖାପାଖି ଦୁଇ ଦିନ ଧରି ଖୋଜାଖୋଜି କରିବା ପରେ ଜଗଲପୁରରୁ ଗିରଫ କରିଛି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ। ସାହିଲ ଖାନ ମହାଦେବ ବେଟିଂ ଆପ୍ ମାମଲାରେ ଗିରଫ ହୋଇଥିବା ଜଣାପଡିଛି।

Advertisment

ପୁଲିସ ସୂତ୍ର ଅନୁସାରେ, ବମ୍ବେ ହାଇକୋର୍ଟରୁ ଜାମିନ ନ ମିଳିବା ପରେ ମୁମ୍ବାଇ ଛାଡି ପଳାଇଥିଲେ ସାହିଲ ଖାନ। ପ୍ରାୟ ୪୦ ଘଣ୍ଟା ଖୋଜା ଖୋଜି କରିବା ପରେ ଶେଷରେ ଛତିଶଗଡର ଜଗଲପୁରରୁ ଠାବ କରାଯାଇଛି। ପୁଲିସ କହିଛି ଯେ, ସାହିଲ ବାରମ୍ବାର ସ୍ଥାନ ବଦଳାଇ ଚାଲିଥିଲେ। ଏସଆଇଟି ଟିମ୍ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଏହାପୂର୍ବରୁ ଗୁରୁବାର ଏସଆଇଟି ପକ୍ଷରୁ ତାଙ୍କୁ ଚାରି ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାତି ପ୍ରାୟ ଗୋଟାଏରେ ସେ ଏସାଇଟି ଅଫିସରେ ପହଞ୍ଚିଥିଲେ। ତାଙ୍କ ବିବୃତ୍ତି ରେକର୍ଡ କରାଯିବା ପରେ ସକାଳ ୫.୩୦ରେ ଫେରିଥିଲେ।

Advertisment

ଜଣେ ଅଧିକାରୀଙ୍କ କହିବା ଅନୁସାରେ, ମହାଦେବ ବେଟିଂ ଆପେ ମାମଲାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ସାହିଲ ଦାବି କରିଛନ୍ତି। ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ।

ପ୍ରକାଶ ଥାଉକି, ଏହି ମାମଲାରେ ପ୍ରଦର୍ଶନ ନିର୍ଦ୍ଦେଶାଳୟ(ଇଡି) ୩୨ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଏଥିରେ ବହୁ ବଲିଉଡ ଓ ଟଲିଉଡ କଳାକାରଙ୍କ ନାଁ ମଧ୍ୟ ରହିଛି। 

Mumbai Police Mahadev Betting App Case SIT Sahil Khan