Advertisment

‘ମହାନଦୀ- କବିଙ୍କ କଳ୍ପନାରେ ନଦୀ’ ଦିଲ୍ଲୀରେ ପ୍ରଦର୍ଶିତ

ଭାରତର ପ୍ରାୟ ସମସ୍ତ ରାଜ୍ୟରୁ ଚଳଚ୍ଚିତ୍ର ନିର୍ମାତା ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ ପାଇଁ ଚଳଚ୍ଚିତ୍ର ପଠାଇଥିଲେ। ସେଥିମଧ୍ୟରୁ ୧୨ଟି ସ୍କ୍ରିନିଂ ପାଇଁ ମନୋନୀତ ହୋଇଥିଲା।

ଅଦ୍ୟତନ ହୋଇଛି
Mahanadi

Mahanadi

Advertisment

ମହାନଦୀ। ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ ଭାବରେ ଦିଲ୍ଲୀରେ ଆୟୋଜିତ ଚତୁର୍ଥ ନଦୀ ଉତ୍ସବରେ ପ୍ରଦର୍ଶିତ ହୋଇଛି। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟ (ଆଇଜିଏନସିଏ), କଳା ଓ ସଂସ୍କୃତି ପାଇଁ ଉତ୍ସର୍ଗୀକୃତ ଏକ ଅନୁଷ୍ଠାନ ଗତ କିଛି ବର୍ଷ ଧରି 'ନଦୀ ଉତ୍ସବ' ଆୟୋଜନ କରିଆସୁଛି।

Advertisment

ଭାରତର ପ୍ରାୟ ସମସ୍ତ ରାଜ୍ୟରୁ ଚଳଚ୍ଚିତ୍ର ନିର୍ମାତା ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ ପାଇଁ ଚଳଚ୍ଚିତ୍ର ପଠାଇଥିଲେ। ସେଥିମଧ୍ୟରୁ ୧୨ଟି ସ୍କ୍ରିନିଂ ପାଇଁ ମନୋନୀତ ହୋଇଥିଲା। ଏହି ତିନି ଦିନିଆ ନଦୀ ମହୋତ୍ସବର ପ୍ରଥମ ଦିନରେ "ମହାନଦୀ-କବିଙ୍କ କଳ୍ପନାରେ ନଦୀ" ପ୍ରଦର୍ଶିତ ହୋଇଥିଲା।

ମହାନଦୀ ଫିଲ୍ମ ସ୍କ୍ରିନିଂ ପରେ ଏକ ଆଲୋଚନା ଅଧିବେଶନ ଆୟୋଜିତ ହୋଇଥିଲା। ଯେଉଁଠାରେ ଫିଲ୍ମର ନିର୍ଦ୍ଦେଶକ ଯୁବନାଶ୍ୱ ମିଶ୍ର, ନିର୍ମାତା ଅଶୋକ କୁମାର ପଣ୍ଡା ଓ ଏହି ଚଳଚ୍ଚିତ୍ରର ସାହିତ୍ୟିକ ଗବେଷକ ଅଶ୍ୱିନୀ କୁମାର ମିଶ୍ର ଉପସ୍ଥିତ ଥିଲେ।

Advertisment
Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe