Advertisment

ସୋନୁ ସୁଦ୍‌ଙ୍କ ନାଁରେ FIR

ମୁମ୍ବାଇ: ରିଲ୍‌ରୁ ରିଅଲ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ନାଁରେ ଏଫଆଇଆର୍‌। ମୁମ୍ବାଇ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ  କରିଛି। ବିଏମ୍‌ସି ସୋନୁଙ୍କ ନାଁରେ ଆଣିଛି ସାଙ୍ଘାତିକ ଅଭିଯୋଗ। ମୁମ୍ବାଇ ଜୁହୁ ସ୍ଥିତ ତାଙ୍କର ଛଅ ମହଲା ବିଶିଷ୍ଟ ଘରକୁ ସୋନୁ ସୁଦ୍‌ ବ୍ୟବସାୟୀକ ପ୍ରତିଷ୍ଠାନରେ ପରିଣତ କରିଦେଇଛନ୍ତି। ତାଙ୍କ ଘରକୁ ସେ ବିନା କୌଣସି ଅନୁମତିରେ ହୋଟେଲରେ ପରିଣତ କରିଦେଇଥିବା ବିଏମ୍‌ସି ଅଭିଯୋଗ କରିଛି। ଏହି ଘଟଣାରେ ବିଏମ୍‌ସି ଗତ ୪ […]

ଅଦ୍ୟତନ ହୋଇଛି
ହେଲ୍ପଲେସ୍ ହେଲେ ସୋନୁ

Sonu sood

Advertisment

ମୁମ୍ବାଇ: ରିଲ୍‌ରୁ ରିଅଲ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ନାଁରେ ଏଫଆଇଆର୍‌। ମୁମ୍ବାଇ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ  କରିଛି। ବିଏମ୍‌ସି ସୋନୁଙ୍କ ନାଁରେ ଆଣିଛି ସାଙ୍ଘାତିକ ଅଭିଯୋଗ।

Advertisment

ମୁମ୍ବାଇ ଜୁହୁ ସ୍ଥିତ ତାଙ୍କର ଛଅ ମହଲା ବିଶିଷ୍ଟ ଘରକୁ ସୋନୁ ସୁଦ୍‌ ବ୍ୟବସାୟୀକ ପ୍ରତିଷ୍ଠାନରେ ପରିଣତ କରିଦେଇଛନ୍ତି। ତାଙ୍କ ଘରକୁ ସେ ବିନା କୌଣସି ଅନୁମତିରେ ହୋଟେଲରେ ପରିଣତ କରିଦେଇଥିବା ବିଏମ୍‌ସି ଅଭିଯୋଗ କରିଛି।

ଏହି ଘଟଣାରେ ବିଏମ୍‌ସି ଗତ ୪ ତାରିଖରେ ଜୁହୁ ପୁଲିସ ଷ୍ଟେସନରେ ଏକ ମାମଲା ଦାୟର କରିଥିଲା। ଅଭିଯୋଗରେ କୁହାଯାଇଥିଲା ଯେ, ସୋନୁ ସୁଦ ଶକ୍ତିସାଗର ବିଲ୍ଡିଂକୁ ବିନା ସରକାରୀ ଅନୁମତିରେ ହୋଟେଲରେ ପରିଣତ କରି ଦେଇଛନ୍ତି। ନିୟମ ମୁତାବକ ଶକ୍ତି ସାଗର ଏକ ଆବାସିକ କୋଠା ଅଟେ ତେଣୁ ଏହାକୁ ବାଣିଜ୍ୟ କାରବାରରେ ବ୍ୟବହାର କରାଯାଇପାରିବ ନାହିଁ । ବିଏମସି ଅହୁରି ଅଭିଯୋଗ କରିଛି କି ସୋନୁ ନିଜେ ଏହି ଜମିର କିଶମ ପରିବର୍ତ୍ତନ କରିଦେଇଛନ୍ତି । ଏହା ସହ ବିଏମସିର ବିନା ପରାମର୍ଶରେ ଅନୁମତି ଠାରୁ ଅଧିକ ଉଚ୍ଚତାର କୋଠା ନିର୍ମାଣ କରିଛନ୍ତି । ଏହାସହ ଅବାସିକ କୋଠାକୁ ବାଣିଜ୍ୟ କାରବାର ନିମନ୍ତେ ବ୍ୟବହାର କରୁଛନ୍ତି । ଏନେଇ ବିଏମସି ଠାରୁ ଯେଉଁ ଅନୁମତି ଓ ପ୍ଲାନିଂ ନେବା କଥା ତାହା ସେ କରି ନାହାନ୍ତି । ତାଙ୍କ ବିରୋଧରେ ମହାରାଷ୍ଟ୍ର ରିଜନ ଆଣ୍ଡ ଟାଉନ ପ୍ଲାନିଂ ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ବିଏମ୍‌ସି ନିବେଦନ କରିଥିଲା।

Advertisment


ସେପଟେ ସୋନୁ ସୁଦ ଏହି ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପୂର୍ବରୁ ବ୍ୟବସାୟିକ ପ୍ରତିଷ୍ଠାନ ତଥା ୟୁଜର ପରିବର୍ତ୍ତନ ପାଇଁ ବିଏମ୍‌ସିକୁ ସେ ଅନୁମତି ମାଗିଥିଲେ। କିନ୍ତୁ କରୋନା ମହାମାରୀ ଯୋଗୁଁ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ଅନୁମତି ମିଳିପାରି ନାହିଁ। ଅନୁମତି ପାଇଁ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଜାରି ରହିଥିବା ନେଇ ପୁଲିସ କହିଛି।

Sonu Sood Bollywood Bmc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe