ms-dhoni
ମୁମ୍ୱାଇ: ଭାରତୀୟ ଦିନିକିଆ କ୍ରିକେଟ୍ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ‘ଏମ୍ଏସ୍ ଧୋନୀ ଦ ଅନ୍ ଟୋଲ୍ଡ ଷ୍ଟୋରୀ’କୁ ମହାରାଷ୍ଟ୍ର ସରକାର ଟିକସ ମୁକ୍ତ କରିଛନ୍ତି। ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ ଧୋନୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।
କିଛି ଦିନ ପୂର୍ବରୁ ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ସରକାର ଏହି ଫିଲ୍ମକୁ ଟିକସ ମୁକ୍ତ ଘୋଷଣା କରିଥିଲେ।
ଫିଲ୍ମର ନିର୍ମାତା ଅରୁଣ ପାଣ୍ଡେ କହିଛନ୍ତି,“ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ମହାରାଷ୍ଟ୍ରରେ ଧୋନୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମକୁ ଟିକସ ମୁକ୍ତ କରିଥିବାରୁ ଆମେ ଧନ୍ୟବାଦ ଜଣାଉଛୁ।”
ସେ କହିଛନ୍ତି,“ଧୋନୀଙ୍କ ଜୀବନ ଅନ୍ୟମାନଙ୍କୁ ପାଇଁ ପ୍ରେରଣା ଯୋଗାଇବ। ଏହି ଫିଲ୍ମ ଜରିଆରେ ଲୋକେ ଏହି ବରିଷ୍ଠ ଖେଳାଳିଙ୍କ ସମ୍ପର୍କରେ ଜାଣି ପାରିବେ।”
ଗତ ୩୦ ତାରିଖରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ଛଅ ଦିନରେ ଏହି ଫିଲ୍ମ ୮୮.୬୩ କୋଟି ଟଙ୍କା ଆୟ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/10/ms-dhoni.jpg)