ସୁଟିଂ ସେଟରେ ମହାଶ୍ୱେତା ଆହତ

jaghatarepaghaଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନ୍ସର ତୃତୀୟ ଅବଦାନ ‘ଜଗା ହାତରେ ପଘା’ ଫିଲ୍ମର ସୁଟିଂ ବେଳେ ଆହତ ହୋଇଛନ୍ତି ମହାଶ୍ୱେତା। କଟକ ମୁଣ୍ଡଳୀ ବ୍ରିଜ୍ ନିକଟରେ ଏକ ସିନର ସୁଟିଂ ବେଳେ ସେ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଫ୍ରାକ୍ଚର ହୋଇଛି। ଆହତ ହେବା ସତ୍ତ୍ୱେ ସେ ଏକ ଗୀତର ସୁଟିଂ ଶେଷ କରିଥିଲେ। ସୁଟିଂସେଟରେ ଅଜିତ ଦାସ, ସୁପରଷ୍ଟାର୍ ଅନୁଭବ ଓ ମୀନକେତନ ପ୍ରମୁଖ ଉପସ୍ଥିତ ଥିଲେ। ‘ଜଗା ହାତରେ ପଘା’ ଦଶହରାରେ ବଡ଼ପରଦାକୁ ଆସିବ।