Advertisment

ରଣବୀରଙ୍କ ଉପରେ ରାଗିଗଲେ ଧୋନିଙ୍କ ଝିଅ !

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଦୁଇଟି ଫଟୋକୁ ମିଶାଇ ପୋଷ୍ଟ୍ କରିଛନ୍ତି। ଏଥିରୁ ଗୋଟିଏ ତାଙ୍କ ଝିଅ ଜିଭାଙ୍କର ଓ ଅନ୍ୟଟି ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କର। ଦୁହେଁ ଗୋଟିଏ ଷ୍ଟାଇଲ୍‌ର ଚଷମା ପିନ୍ଧିଛନ୍ତି। ତେବେ ଏହାର କ୍ୟାପ୍‌ସନ୍‌ରେ ସେ ଯାହା ଲେଖିଛନ୍ତି, ତାହା ବେଶ୍ ରୋଚକ। ଧୋନି ଲେଖିଛନ୍ତି- ସେ କାହିଁକି ମୋ ଚଷମା ପିନ୍ଧିଛନ୍ତି ବୋଲି ଜିଭା ପଚାରିଥିଲେ। ତା’ପରେ ଉପର ମହଲାକୁ ଯାଇ […]

ରଣବୀରଙ୍କ ଉପରେ ରାଗିଗଲେ ଧୋନିଙ୍କ ଝିଅ !

ddd

Advertisment

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଦୁଇଟି ଫଟୋକୁ ମିଶାଇ ପୋଷ୍ଟ୍ କରିଛନ୍ତି। ଏଥିରୁ ଗୋଟିଏ ତାଙ୍କ ଝିଅ ଜିଭାଙ୍କର ଓ ଅନ୍ୟଟି ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କର। ଦୁହେଁ ଗୋଟିଏ ଷ୍ଟାଇଲ୍‌ର ଚଷମା ପିନ୍ଧିଛନ୍ତି। ତେବେ ଏହାର କ୍ୟାପ୍‌ସନ୍‌ରେ ସେ ଯାହା ଲେଖିଛନ୍ତି, ତାହା ବେଶ୍ ରୋଚକ।

Advertisment

ଧୋନି ଲେଖିଛନ୍ତି- ସେ କାହିଁକି ମୋ ଚଷମା ପିନ୍ଧିଛନ୍ତି ବୋଲି ଜିଭା ପଚାରିଥିଲେ। ତା’ପରେ ଉପର ମହଲାକୁ ଯାଇ ନିଜ ଚଷମା ଖୋଜିଥିଲେ। ଶେଷରେ କହିଥିଲେ ଯେ ତାଙ୍କ ଚଷମା ତାଙ୍କ ପାଖରେ ଅଛି। ଆଜିକାଲି ଛୁଆମାନେ ପୂରା ଅଲଗା। ତାଙ୍କୁ ମାତ୍ର ସାଢ଼େ ଚାରି ବର୍ଷ ହୋଇଛି। ତଥାପି ଏ ବୟସରେ ସେ ଏହା ସହ୍ୟ କରିପାରୁ ନାହାନ୍ତି ଯେ ତାଙ୍କ ପାଖରେ ଥିବା ଚଷମା ଭଳି ଆହୁରି ଅନେକ ଚଷମା ଅଛି। ଏହା ପରେ ଯେବେ ସେ ରଣବୀରଙ୍କୁ ଭେଟିବେ ତାଙ୍କର ବି ତାଙ୍କ ଭଳି ଚଷମା ଅଛି ବୋଲି ନିଶ୍ଚୟ କହିବେ।

https://www.instagram.com/p/B3UXzFPFvnM/?utm_source=ig_web_copy_link

ମହେନ୍ଦ୍ର ସିଂହ ଧୋନିଙ୍କ ଏହି ପୋଷ୍ଟ୍‌ଟି ଏବେ ଭାଇରାଲ୍ ହେଉଛି। ଏଥିରେ କୌଣସି ଏକ ଷ୍ଟାଡିୟମ୍‌ରେ ଜିଭା ଖେଳ ଦେଖୁଥିବା ବେଳେ ରଣବୀରଙ୍କ ଭଳି ଚଷମାଟିଏ ପିନ୍ଧିଛନ୍ତି। ତା’ସହିତ ତାଙ୍କ ବେକରେ ଏକ ହୁଇସିଲ୍‌ ମଧ୍ୟ ଝୁଲୁଥିବା ଦେଖିବାକୁ ମିଳିଛି। ପୋଷ୍ଟ୍ ହେବାର ୧୬ ଘଣ୍ଟା ମଧ୍ୟରେ ଏହି ଫଟୋକୁ ୨୧ ଲକ୍ଷରୁ ଅଧିକ ଲାଇକ୍ ମିଳିଥିବା ବେଳେ ୧୪ ହଜାରରୁ ଅଧିକ ପ୍ରତିକ୍ରିୟା ଆସିଛି।

Advertisment

ସୂଚନାଯୋଗ୍ୟ, ରଣବୀର ସିଂହଙ୍କର ଯେଉଁ ଫଟୋଟି ଧୋନି ପୋଷ୍ଟ୍ କରିଛନ୍ତି, ତାହା Elle Beauty Awards ରେ ଉଠାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରଣବୀର କଳା ରଙ୍ଗର ପ୍ୟାଣ୍ଟ୍ ଓ କୋଟ୍ ପିନ୍ଧି ଆସିଥିଲେ। ତା’ ସହିତ କଳା ରଙ୍ଗର ହ୍ୟାଟ୍ ଓ ଉକ୍ତ ଷ୍ଟାଇଲିଶ୍‌ ଚଷମା ପିନ୍ଧିଥିଲେ। ତେବେ ସେ ତାଙ୍କ ଶର୍ଟର ବୋତାମ ଖୋଲା ରଖିଥିଲେ। ଫଳରେ ତାଙ୍କ ଛାତି ଦେଖାଯାଉଥିଲା। ତାଙ୍କର ଏ ଷ୍ଟାଇଲ୍‌କୁ ନେଇ ବହୁତ ଚର୍ଚ୍ଚା ବି ହୋଇଥିଲା। ଏମିତିକି ତାଙ୍କର ଏହି ବୋତାମ ଖୋଲି ଛାତି ଦେଖାଇବା ଷ୍ଟାଇଲ୍ ଦୀପିକାଙ୍କୁ ପସନ୍ଦ ଆସି ନଥିଲା। ଏଣୁ ସେ ତାଙ୍କୁ କଟାକ୍ଷ ବି କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe