mahima-chaudhary
ମୁମ୍ବାଇ: ବଲିଉଡରେ ପାକିସ୍ତାନ କଳାକାରଙ୍କୁ ବିରୋଧ ଘଟଣାରେ ମୁହଁ ଖୋଲିଛନ୍ତି ଆଉ ଏକ ବଲିଉଡ ହିରୋଇନ ମହିମା ଚୌଧୁରୀ। ମହିମା କହିଛନ୍ତି, “ପାକିସ୍ତାନ କଳାକାର ଭାରତରେ କାମ କରିବେ କି ନାହିଁ, ତାହାର ନିଷ୍ପତ୍ତି ଭାରତ ସରକାର ନେବେ। ଯେପରି ଭାବେ ସେମାନଙ୍କୁ ବିରୋଧ କରାଯାଉଛି ନିଜେ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ହିଁ ସେମାନଙ୍କ ଆଗାମୀ ଫିଲ୍ମରେ ପାକିସ୍ତାନୀ କଳାକାରଙ୍କୁ ସାଇନ କରିବେ ନାହିଁ।”
ମହିମା ଏହା ମଧ୍ୟ କହିଛନ୍ତି କି, ‘ଯଦି କୌଣସି ଫିଲ୍ମରେ ପାକିସ୍ତାନ କଳାକାର କାମ କରିସାରିଛନ୍ତି ତେବେ ସେହି ଫିଲ୍ମର ରିଲିଜ ବନ୍ଦ କରିବା କିମ୍ବା କୌଣସି ପ୍ରକାର ବାଧା ସୃଷ୍ଟି କରିବା ଠିକ୍ ନୁହେଁ। ଫଳରେ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଅନେକ କ୍ଷତି ସହିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/10/Mahima-Chaudhary.jpg)