/odisha-reporter/media/post_attachments/uploads/2020/02/mahira-sharma.jpg)
mahira-sharma
ନୂଆଦିଲ୍ଲୀ: ବିଗ୍ ବସ୍-୧୩ ପ୍ରତିଯୋଗୀ ମାହିରା ଶର୍ମାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସୋଶାଲ୍ ମିଡିଆରେ ମାହିରା ଜାଲ୍ ଦାଦା ସାହେବ୍ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ପ୍ରମାଣପତ୍ର ଶେଆର କରିଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଫେବୃଆରି ୨୦ରେ ମାହିରା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟର ଷ୍ଟୋରିରେ ଏକ ଫଟୋ ଶେଆର କରିଥିଲେ। ଏହି ଫଟୋଟି ଦାଦାସାହେବ୍ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ(ଡିପିଆଇଏଫଏଫ)ର ପ୍ରମାଣପତ୍ର ଥିଲା। ଫଟୋ ଶେଆର କରି ସେ ଲେଖିଥିଲେ- ବିଗ୍ ବସ୍-୧୩ର ସବୁଠାରୁ ଫ୍ୟାଶନେବଲ୍ ପ୍ରତିଯୋଗୀ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି। ମାହିରାଙ୍କ ଏଭଳି ପୋଷ୍ଟ ପରେ ଡିପିଆଇଏଫଏଫ ଏ ନେଇ ସ୍ପଷ୍ଟୀକରଣ ଦେଇଥିଲା।
ଡିପିଆଇଏଫଏଫ ପକ୍ଷରୁ କୁହାଯାଇଥିଲା, ମାହିରା ଯେଉଁ ପ୍ରମାଣପତ୍ର ନିଜ ଇନଷ୍ଟା ଆକାଉଣ୍ଟରେ ଶେଆର କରିଛନ୍ତି ସେଇଟା ମିଛ। ଏଭଳି କରି ସେ ଡିପିଆଇଏଫଏଫର ସମ୍ମାନହାନି କରିଛନ୍ତି। ତୁରନ୍ତ ସେ ଏଭଳି ମିଛ ଖବରକୁ ନିଜର ସୋଶାଲ ମିଡିଆ ପ୍ରୋଫାଇଲରୁ ହଟାଇଦିଅନ୍ତୁ। ଯଦି ସେ ଏପରି ନକରନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଯାହାର ଉତ୍ତରରେ ମାହିରା କହିଛନ୍ତି, ଚଳିତ ବର୍ଷ ଦାଦାସାହେବ ଫାଲ୍କେ ଆୱାର୍ଡରେ ମତେ ବିଗ୍ ବସ୍-୧୩ର ସବୁଠାରୁ ଫ୍ୟାଶନେବଲ୍ ପ୍ରତିଯୋଗୀଭାବେ ସମ୍ମାନିତ କରାଯାଇଛି। କିନ୍ତୁ ଷ୍ଟେଜ୍ରେ ଟିକେ ରସ୍ ଥିଲା ଯେଉଁଥିପାଇଁ ମତେ ଷ୍ଟେଜ୍ ଉପରକୁ ଡକାଗଲାନି। ଟିମ୍ ଲୋକ ମୋ ମ୍ୟାନେଜରଙ୍କୁ ଏହି ଆୱାର୍ଡ ଧରେଇଦେଲେ। ପରେ ମୁଁ ଏହି ଆୱାର୍ଡର ଫଟୋ ସୋଶାଲ୍ ମିଡିଆରେ ଶେଆର କଲି। ଏହି ଆୱାର୍ଡ ମିଛ ନୁହେଁ, ମୋ ପାଖରେ ମେଲ୍ ଏବଂ ମେଲ୍ରେ କଥାବାର୍ତ୍ତାର ସମସ୍ତ ପ୍ରମାଣ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
