Advertisment

ମଲାଇକା-ଅର୍ଜୁନଙ୍କ ବାହାଘର ତାରିଖ ଫାଇନାଲ୍‌!

ମୁମ୍ବାଇ: ନିଜ ଆକ୍ଟିଙ୍ଗ୍‌ କ୍ୟାରିଅର ଅପେକ୍ଷା ଲଭ୍‌ ଲାଇଫ୍‌କୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ମଲାଇକା ଅରୋଡ଼ା। ପୂର୍ବତନ ସ୍ୱାମୀ ଅରବାଜ ଖାନଙ୍କଠାରୁ ଅଲଗା ହେବା ପରେ ନିଜଠୁ ବୟସରେ ୧୨  ବର୍ଷ ସାନ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ଏହି ୨ଜଣଙ୍କ ବିବାହକୁ ନେଇ ବି ଟାଉନରେ ଜୋରସୋର ଗସିପ୍‌ ଚାଲିଛି। ଉଭୟ ଆଗାମୀ ମାସ ତଥା ଏପ୍ରିଲ୍‌ ୧୯ରେ ବିବାହ ବନ୍ଧନରେ ବାନ୍ଧି  ହେବେ ବୋଲି  ଶୁଣିବାକୁ ମିଳୁଛି […]

author-image
Rosalin Rath
ଅଦ୍ୟତନ ହୋଇଛି
ମଲାଇକା-ଅର୍ଜୁନଙ୍କ ବାହାଘର ତାରିଖ ଫାଇନାଲ୍‌!

333

ମୁମ୍ବାଇ: ନିଜ ଆକ୍ଟିଙ୍ଗ୍‌ କ୍ୟାରିଅର ଅପେକ୍ଷା ଲଭ୍‌ ଲାଇଫ୍‌କୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ମଲାଇକା ଅରୋଡ଼ା। ପୂର୍ବତନ ସ୍ୱାମୀ ଅରବାଜ ଖାନଙ୍କଠାରୁ ଅଲଗା ହେବା ପରେ ନିଜଠୁ ବୟସରେ ୧୨  ବର୍ଷ ସାନ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ଏହି ୨ଜଣଙ୍କ ବିବାହକୁ ନେଇ ବି ଟାଉନରେ ଜୋରସୋର ଗସିପ୍‌ ଚାଲିଛି। ଉଭୟ ଆଗାମୀ ମାସ ତଥା ଏପ୍ରିଲ୍‌ ୧୯ରେ ବିବାହ ବନ୍ଧନରେ ବାନ୍ଧି  ହେବେ ବୋଲି  ଶୁଣିବାକୁ ମିଳୁଛି । ଏକ ରିପୋର୍ଟ ଅନୁସାରେ, ଅର୍ଜୁନ ଏବଂ ମଲାଇକା ଖ୍ରୀଷ୍ଟିଆନ୍‌ ରୀତିନୀତିରେ ବିବାହ କରିପାରନ୍ତି।

Advertisment

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ଙ୍କଠାରୁ ଆରମ୍ଭ କରି କରିସ୍ମା କପୁର୍‌, ଦୀପିକା ,ଏବଂ ରଣବୀର ମଧ୍ୟ ବିବାହରେ ଯୋଗ ଦେବାର ସମ୍ଭାବନା ରହିଛି। ଆପଣ ଜାଣିଥିବେ ମଲାଇକା ଏବଂ ଅର୍ଜୁନ  ପରସ୍ପରକୁ  ବହୁତ ଦିନରୁ ଡେଟ୍‌ କରୁଛନ୍ତି।
https://www.instagram.com/p/BvgS_tQBOtM/?utm_source=ig_web_copy_link

ଅର୍ଜୁନ କପୁର୍‌ ତାଙ୍କ ବିବାହ ନେଇ ହେଉଥିବା ଗୁଜବ ଉପରେ ମତ ରଖି କହିଛନ୍ତି ଯେ, “ଯେତେବେଳେ କହିବା ପାଇଁ କିଛି ଥିବ, ସେତେବେଳେ ଆପଣ ମାନଙ୍କୁ ଜଣାପଡ଼ିଯିବ”।

Advertisment

ଏକ ସାକ୍ଷାତକାରରେ ମଲାଇକା ତାଙ୍କ ବାହାଘର କଥାକୁ ଖଣ୍ଡନ କରି କହିଥିଲେ ଯେ,“ଏବେ ମିଡିଆର ଦିନ ଚାଲିଛି”। ସେ କିନ୍ତୁ କେବେ ଅର୍ଜୁନଙ୍କୁ ଡେଟ୍‌ କରିବା କଥା କହି ନଥିଲେ।
https://www.instagram.com/p/Bu3C0fEAMAa/?utm_source=ig_web_copy_link

ଆହୁରି ମଧ୍ୟ ସେ କହିଥିଲେ ଯେ, “ସମସ୍ତେ ଚାହାନ୍ତି ତାଙ୍କୁ କିଏ ଭଲ ପାଉ”। ସମସ୍ତେ ସମ୍ପର୍କର ବନ୍ଧନରେ ବାନ୍ଧି ହୋଇ ରହିବାକୁ  ଚାହାନ୍ତି। କେହି ବି ଜୀବନରେ ଏକା ରହିବାକୁ  ଚାହିଁ ନ ଥାନ୍ତି। ମୋ ଚାରି ପାଖରେ ଥିବା ଲୋକ କ’ଣ କହୁଛନ୍ତି ସେଥିରୁ ମତେ କିଛି ଫରକ୍‌ ପଡ଼ୁନାହିଁ। କିନ୍ତୁ ଏହି ବିଷୟ ପାଇଁ ଖୁସି ଅଛି ଯେ, ମୁଁ ନିଜେ ଅର୍ଜୁନଙ୍କୁ ପସନ୍ଦ କରିଛି।