/odisha-reporter/media/post_attachments/uploads/2019/12/malla.jpg)
malla
ମୁମ୍ୱାଇ: ବଲିଉଡ୍ ସେଲେବ୍ରିଟିମାନେ ସର୍ବସାଧାରଣ ସ୍ଥାନରେ ବେଳେ ବେଳେ ହଟାହଟା ହୁଅନ୍ତି। ସେମାନଙ୍କର କିଛି ଭୁଲ୍ ନଥିଲେ ବି ବେଳେ ବେଳେ ଏମିତି ସ୍ଥିତିର ସମ୍ମୁଖୀନ ହୁଅନ୍ତି। ଏହାର ଅନେକ ନଜିର ରହିଥିବା ବେଳେ ଗତକାଲି ଏମିତି କିଛି ଘଟିଛି ମଲାଇକାଙ୍କ ସହିତ।
ପ୍ରକୃତ ଘଟଣା ହେଉଛି, ଜିମ୍ରୁ ଫେରିବା ସମୟରେ ମଲାଇକା ଜଣେ ଫୁଲ ବିକ୍ରି କରୁଥିବା ମହିଳାଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ସେ ମଲାଇକାଙ୍କୁ ତାଙ୍କଠାରୁ ଫୁଲ କିଣିବା ପାଇଁ କହିଥିଲେ। କିନ୍ତୁ ମଲାଇକା ମନା କରି ଦେଇଥିଲେ। ବାରମ୍ୱାର କହିବା ପରେ ବି ମଲାଇକା ଫୁଲ ନେଇ ନଥିଲେ ଓ କାର୍ ଭିତରେ ବସି ଯାଇଥିଲେ। ଏହା ପରେ ଉକ୍ତ ମହିଳା ଜଣଙ୍କ ଏକ ଫୁଲହାରକୁ ତାଙ୍କ କାର୍ ଭିତରକୁ ଫୋପାଡ଼ି ଦେଇଥିଲେ। ଏହା ଦେଖି ମଲାଇକା ରାଗି ଯାଇଥିଲେ। କିନ୍ତୁ କିଛି ନକହି ଚୁପ୍ ରହିଥିଲେ। ଏହାପରେ ମଲାଇକାଙ୍କ ସିକ୍ୟୁରିଟି ଗାର୍ଡ ଏପରି ନକରିବା ପାଇଁ ଫୁଲବାଲିଙ୍କୁ କହିଥିଲେ। ତେବେ ବାରଣ କରିବା ସତ୍ତ୍ୱେ ଉକ୍ତ ମହିଳା ଜଣଙ୍କ ମଲାଇକାଙ୍କ କାର୍ ଡୋର୍କୁ ଫୁଲରେ ପିଟିବାକୁ ଲାଗିଥିଲେ। ଏହାର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ସମୟରେ ମଲାଇକାଙ୍କ ସହିତ ଅମୃତା ଅରୋରା, ସୀମା ଖାନ୍ ଓ ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କୁ ମଧ୍ୟ ସ୍ପଟ୍ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
