Advertisment

କପୁର୍‌ ଫ୍ୟାମିଲି ଫ୍ରେମ୍‌ରେ ମଲାଇକା, ମିଳିଗଲା କି ଏଣ୍ଟ୍ରି ପରମିଶନ୍‌ ?

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଓ ଅଭିନେତା ଅର୍ଜୁନ କପୁର୍‌ଙ୍କ ଆଫେୟାର୍‌ ଚର୍ଚ୍ଚା ଏବେ ବଲିଉଡ୍‌କୁ ହୁଲୁସ୍ତୁଲ କରୁଛି। କିନ୍ତୁ ଦୁହେଁ ନିଜ ସମ୍ପର୍କ ବିଷୟରେ ଏଯାଏଁ ମୁହଁ ଖୋଲି ନାହାନ୍ତି। କିଛି ଦିନ ଧରି ଦୁହିଁଙ୍କୁ ଏକାଠି ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ନ୍ୟୁ ଇୟର୍‌ ପାର୍ଟିରେ ମଧ୍ୟ ଦୁହେଁ ଏକାଠି ସମୟ ବିତାଇଥିଲେ। ବର୍ତ୍ତମାନ ଦୁହିଁଙ୍କର ଏକ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁ ଫଟୋରୁ ଆମେ ଆନ୍ଦାଜା ଲଗାଉଛୁ କି, ମଲାଇକା […]

ଅଦ୍ୟତନ ହୋଇଛି
କପୁର୍‌ ଫ୍ୟାମିଲି ଫ୍ରେମ୍‌ରେ ମଲାଇକା, ମିଳିଗଲା କି ଏଣ୍ଟ୍ରି ପରମିଶନ୍‌ ?

malaika-photo

Advertisment

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଓ ଅଭିନେତା ଅର୍ଜୁନ କପୁର୍‌ଙ୍କ ଆଫେୟାର୍‌ ଚର୍ଚ୍ଚା ଏବେ ବଲିଉଡ୍‌କୁ ହୁଲୁସ୍ତୁଲ କରୁଛି। କିନ୍ତୁ ଦୁହେଁ ନିଜ ସମ୍ପର୍କ ବିଷୟରେ ଏଯାଏଁ ମୁହଁ ଖୋଲି ନାହାନ୍ତି। କିଛି ଦିନ ଧରି ଦୁହିଁଙ୍କୁ ଏକାଠି ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ନ୍ୟୁ ଇୟର୍‌ ପାର୍ଟିରେ ମଧ୍ୟ ଦୁହେଁ ଏକାଠି ସମୟ ବିତାଇଥିଲେ।

Advertisment

ବର୍ତ୍ତମାନ ଦୁହିଁଙ୍କର ଏକ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁ ଫଟୋରୁ ଆମେ ଆନ୍ଦାଜା ଲଗାଉଛୁ କି, ମଲାଇକା ଅରୋରାଙ୍କୁ କପୁର୍‌ ପରିବାରରେ ଏଣ୍ଟ୍ରି ମିଳି ସାରିଛି। ହୁଏତ କଥାଟା ମିଛ ହୋଇଥାଇପାରେ କିନ୍ତୁ ଫଟୋ ଦେଖିଲେ ଆପଣ ବି ସେମିତି କିଛି ଭାବିବେ ବୋଲି ଆମେ ଭାବୁଛୁ।

ପ୍ରକୃତ କଥା ହେଉଛି, ନୂଆବର୍ଷ ପାଇଁ ଅର୍ଜୁନ୍‌ଙ୍କ ଦାଦା ସଞ୍ଜୟ କପୁର୍‌ ତାଙ୍କ ଘରେ ଏକ ପାର୍ଟି ରଖିଥିଲେ। ଏହି ପାର୍ଟିରେ ଅର୍ଜୁନ୍‌ଙ୍କ ସହିତ ମଲାଇକା ଯୋଗ ଦେଇଥିଲେ। ଏଣୁ କପୁର ଫ୍ୟାମିଲି ମେମ୍ବରଙ୍କ ଭିତରେ ମାଲାଇକାଙ୍କୁ ଦେଖି ଫ୍ୟାନ୍‌ମାନେ ଆମେ କହୁଥିବା କଥାଟିକୁ ବିଶ୍ୱାସ କରିପାରନ୍ତି ବୋଲି ଭାବୁଛୁ।

Advertisment

ବଡ଼ କଥା ହେଉଛି ଏହି ଫଟୋକୁ ଅର୍ଜୁନ୍‌ଙ୍କ ଦାଦା ସଞ୍ଜୟ କପୁର୍‌ ସୋଶାଲ ମିଡିଆରେ ସେୟାର୍‌ କରିଛନ୍ତି। ଯେଉଁଥିରେ ଅଛନ୍ତି ଅର୍ଜୁନ୍‌, ମଲାଇକା, ସଞ୍ଜୟ ଓ ତାଙ୍କ ସ୍ତ୍ରୀ । ସଞ୍ଜୟ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏହି ଫଟୋକୁ ସେୟାର୍ କରିଛନ୍ତି।

ଏହା ସହିତ ସଞ୍ଜୟ କ୍ୟାପସନ୍‌ରେ ‘ଫ୍ୟାମିଲି ଫଟୋ’ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ଯେଉଁଥିରୁ ପ୍ରମାଣ ମିଳୁଛି ଯେ,  ମଲାଇକାଙ୍କୁ କପୁର୍‌ ପରିବାରରେ ଏଣ୍ଟ୍ରି ମିଳିସାରିଛି।

ନିକଟରେ କରନ୍ ଜୋହର୍‌ଙ୍କ ଶୋ’ କଫି ଉଇଥ୍‌ କରନ୍‌ରେ ଅର୍ଜୁନ୍‌ ରିଲେସନ୍‌ରେ ଥିବା କଥା ସ୍ୱୀକାର କରିଥିଲେ। କିନ୍ତୁ କାହା ସହିତ ଅଛନ୍ତି, ତାହା କହି ନ ଥିଲେ। ବର୍ତ୍ତମାନ ସଞ୍ଜୟ କପୁର୍‌ ସେୟାର୍‌ କରିଥିବା ଫଟୋରୁ ଏହା ସ୍ପଷ୍ଟ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe