Advertisment

ଅଙ୍ଗ ପ୍ରଦର୍ଶନ କରି ଟ୍ରଲ୍‌ ହେଲେ ମଲାଇକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି ସତ କିନ୍ତୁ, ରିଅଲ୍‌ ଲାଇଫ୍‌ ଏବଂ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର୍‌ଙ୍କ ସହ ରିଲେସନ୍‌ସିପ୍‌କୁ ନେଇ ସେ ଚର୍ଚ୍ଚାରେ ରହିଆସୁଛନ୍ତି। ଏବେ ସେ ପୁଣି ଥରେ ଏକ ଫଟୋ ଶେଆର୍‌ କରି ଚର୍ଚ୍ଚାକୁ ଆସିବା ସହ ତାଙ୍କୁ ଟ୍ରଲ୍‌ ହେବାକୁ ପଡ଼ିଛି। ସେ ସୋଶାଲ୍‌ ମିଡିଆ ସାଇଟ୍‌ ଇନଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେଆର୍‌ କରିଛନ୍ତି, ଯେଉଥିରେ ସେ ଏକ ନ୍ୟୁଡ୍‌ ଡ୍ରେସ୍‌ ପିନ୍ଧି କାଖ […]

author-image
Rosalin Rath
ଅଦ୍ୟତନ ହୋଇଛି
ଅଙ୍ଗ ପ୍ରଦର୍ଶନ କରି ଟ୍ରଲ୍‌ ହେଲେ ମଲାଇକା

m11

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି ସତ କିନ୍ତୁ, ରିଅଲ୍‌ ଲାଇଫ୍‌ ଏବଂ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର୍‌ଙ୍କ ସହ ରିଲେସନ୍‌ସିପ୍‌କୁ ନେଇ ସେ ଚର୍ଚ୍ଚାରେ ରହିଆସୁଛନ୍ତି।

Advertisment

ଏବେ ସେ ପୁଣି ଥରେ ଏକ ଫଟୋ ଶେଆର୍‌ କରି ଚର୍ଚ୍ଚାକୁ ଆସିବା ସହ ତାଙ୍କୁ ଟ୍ରଲ୍‌ ହେବାକୁ ପଡ଼ିଛି। ସେ ସୋଶାଲ୍‌ ମିଡିଆ ସାଇଟ୍‌ ଇନଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେଆର୍‌ କରିଛନ୍ତି, ଯେଉଥିରେ ସେ ଏକ ନ୍ୟୁଡ୍‌ ଡ୍ରେସ୍‌ ପିନ୍ଧି କାଖ ଦେଖାଇ ପୋଜ୍‌ ଦେଇଥିବାର ନଜର ଆସୁଛନ୍ତି।

publive-image

ଏହି ଫଟୋରେ ମଲାଇକା ବହୁତ ଆର୍କଷଣୀୟ ଲାଗୁଛନ୍ତି ଏବଂ ନିଜ କେଶକୁ ଉପରକୁ କରି ବାନ୍ଧୁଥିବାର ପୋଜ୍‌ ଦେଇ ଠିଆ ହୋଇଛନ୍ତି। ଫଟୋରେ ତାଙ୍କ ଅଣ୍ଟାରେ ଥିବା ଟାଟୁ ମଧ୍ୟ ଦେଖାଯାଉଛି।

Advertisment

ଏହି ଫଟୋ ପୋଷ୍ଟ କରିବା ପରେ କାଖ ଦେଖାଇ ପୋଜ୍‌ ଦେଇଥିବାରୁ ଲୋକମାନେ ବହୁତ ଟ୍ରଲ୍‌ କରିଛନ୍ତି। ଜଣେ ଫଲୋର୍‌ ଲେଖିଛନ୍ତି ତାଙ୍କର Veetର ଆବଶ୍ୟକତା ରହିଛି ତ ଆଉ ଜଣେ ଲେଖିଛନ୍ତି ସେ Wax କରିବାକୁ ଭୁଲି ଯାଇଛନ୍ତି।

View this post on Instagram

#bts....

A post shared by Malaika Arora (@malaikaaroraofficial) on

ଟ୍ରଲ୍‌ ହେବା ସହ ତାଙ୍କୁ ତାରିଫ୍‌ ମଧ୍ୟ ମିଳିଛି। ଜଣେ ୟୁଜର୍‌ ଲେଖିଛନ୍ତି, ସେ ସଶକ୍ତିକରଣର ପ୍ରକୃତ ନିଦର୍ଶନ। ସେହିପରି ଆଉ ଜଣେ ୟୁଜର୍‌ ଲେଖିଛନ୍ତି ଯଦି ପୁରୁଷ ନିଜ କାଖ ଦେଖାଇ ପାରିବେ ତାହାଲେ ମହିଳା କ’ଣ ପାଇଁ ନୁହେଁ।

ଏଠାରେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, କେବଳ ମଲାଇକା ନୁହନ୍ତି ଆଗରୁ ପ୍ରିୟଙ୍କା ମଧ୍ୟ ଏହିପରି ପୋଜ୍‌ ଦେଇ ଫଟୋ ଉଠାଇଥିଲେ। କିନ୍ତୁ ଏହି ଫଟୋକୁ ମଲାଇକା କ’ଣ ପାଇଁ ଶେଆର୍‌ କରିଛନ୍ତି, ତାହା ଲେଖିନାହାନ୍ତି।

View this post on Instagram

My new cover! Thank you @maxim.india #pctopsmaximhot100 #maximhot100 @stephaniebbmakeup @tedgibson

A post shared by Priyanka Chopra Jonas (@priyankachopra) on