/odisha-reporter/media/post_attachments/uploads/2019/01/arjun.jpg)
arjun
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ଓ ଅଭିନେତା ଅର୍ବାଜ୍ ଖାନ୍ ପରସ୍ପରଠାରୁ ଅଲଗା ହେବା ପରେ ଏବେ ନିଜ ନିଜ ବ୍ୟକ୍ତିଗତ ଜୀବନରେ ଆଗକୁ ବଢ଼ି ସାରିଛନ୍ତି। ଅର୍ବାଜ୍ ମଡେଲ ଜର୍ଜିଆଙ୍କୁ ଡେଟ୍ କରୁଥିବା ବେଳେ ମଲାଇକାଙ୍କର ଅଭିନେତା ଅର୍ଜୁନ କପୁରଙ୍କ ସହ ଆଫୟାର୍ ଥିବା ଚର୍ଚ୍ଚା ହେଉଛି।
ତେବେ ଅର୍ବାଜ୍ଙ୍କ ପର୍ସନାଲ୍ ଲାଇଫ୍ ତୁଳନାରେ ମଲାଇକା-ଅର୍ଜୁନ୍ କପୁର୍ଙ୍କୁ ନେଇ ଚର୍ଚ୍ଚା ଅଧିକ ହେଉଥିବା ଦେଖିବାକୁ ମିଳିଛି। ସେମାନ କୁଆଡ଼େ ଗଲେ, କ’ଣ କଲେ ସବୁ ଖବର ଗଣମାଧ୍ୟମ ପାଖକୁ ଚାଲି ଆସୁଛି। ଉଭୟ ଅର୍ଜୁନ୍ ଓ ମଲାଇକା ଏକାଠି ଯୁଆଡ଼େ ଯାଉଛନ୍ତି, ଗଣମାଧ୍ୟମର କ୍ୟାମେରା ବି ସେଠାରେ ପହଞ୍ଚିଯାଉଛି। ଉଭୟଙ୍କ ସିକ୍ରେଟ୍ ଟୁର୍ ବା ପ୍ରୋଗ୍ରାମ୍ ସମ୍ପର୍କରେ ଖବର ଗଣମାଧ୍ୟମକୁ ଲିକ୍ କିପରି ହେଉଛି, ତାକୁ ନେଇ ଦୁହେଁ କିଛି ଦିନ ଧରି ଚିନ୍ତିତ ବି ଥିଲେ।
ତେବେ ଏକ ରିପୋର୍ଟ ମୁତାବକ, ମଲାଇକାଙ୍କ ଡ୍ରାଇଭର ଏହି ସେଲିବ୍ରିଟି କପଲ୍ଙ୍କ ବ୍ୟକ୍ତିଗତ କଥା ଲିକ୍ କରୁଥିବାର ଜଣା ପଡ଼ିଛି। ନିକଟରେ ଏ କଥା ମଲାଇକା ଜାଣିବା ପରେ ତାଙ୍କ ଡ୍ରାଇଭରକୁ ଚାକିରିରୁ ବିଦା କରି ଦେଇଛନ୍ତି।
ସୂଚନା ମୁତାବକ, ଅର୍ଜୁନ-ମଲାଇକା କୁଆଡ଼େ ଯାଉଥିଲେ, କେଉଁଠି ସମୟ ବିତାଉଥିଲେ, ସେ ସମସ୍ତ ସୂଚନା ତାଙ୍କ ଗାଡ଼ି ଚଳାଉଥିବା ଡ୍ରାଇଭର ମୁକେଶ ନିଜ ଭାଇ ବବ୍ଲୁଙ୍କ ଜରିଆରେ ବାହାରେ ଲିକ୍ କରୁଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
