s2
ମୁମ୍ୱାଇ: ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ସମାଜସେବୀ ମଲାଲା ୟୁସୁଫ୍ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଫିଲୋସୋଫି, ପଲିଟିକ୍ସ ଓ ଇକୋନୋମିକ୍ସରେ ଗ୍ରାଜୁଏଟ୍ ହୋଇଛନ୍ତି। ଗତକାଲି ସୋଶାଲ ମିଡିଆରେ ସେ ଏକ ଫଟୋ ଶେଆର୍ କରି ଏହି ସୂଚନା ଦେଇଛନ୍ତି। ମଲାଲା ଫଟୋ ଶେଆର୍ କରିବା ପରେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରିୟଙ୍କା ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଷ୍ଟୋରୀରେ ମଲାଲାଙ୍କ ସହିତ ଉଠାଇଥିବା ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ‘ହାପି ଗ୍ରାଜୁଏସନ୍ ମଲାଲା। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଫିଲୋସୋଫି, ପଲିଟିକ୍ସ ଓ ଇକୋନୋମିକ୍ସରେ ଡିଗ୍ରୀ ହାସଲ କରିବା ତୁମ ପାଇଁ ଏକ ବଡ଼ ସଫଳତା। ମୁଁ ତୁମ ପାଇଁ ବହୁତ ଗର୍ବ ଅନୁଭବ କରୁଛି। ତୁମକୁ ବହୁତ ବହୁତ ଶୁଭେଚ୍ଛା।’
/odisha-reporter/media/post_attachments/wp-content/uploads/2020/06/s33.jpg)
ଗ୍ରାଜୁଏଟ୍ ହେବା ପରେ ମଲାଲା ଦୁଇଟି ଫଟୋ ସୋଶାଲ ମିଡିଆରେ ଶେଆର୍ କରିଥିଲେ। ଫଟୋ ଶେଆର୍ କରି ସେ ଲେଖିଥିଲେ, ମୁଁ ବହୁତ ଖୁସି ଓ କୃତଜ୍ଞତା ବ୍ୟକ୍ତ କରୁଛି ଯେ ଅକ୍ସଫୋର୍ଡରେ ଗ୍ରାଜୁଏସନ୍ ପୂରା କଲି। ମୋତେ ଜଣାନାହିଁ ଆଗକୁ କ’ଣ ହେବ ? ଏବେ କେବଳ ନେଟଫ୍ଲିକ୍ସ, ବହି ପଢ଼ିବା ଓ ଶୋଇବାରେ ଦିନ କଟିବ।’
ସୂଚନାଯୋଗ୍ୟ, ପାକିସ୍ତାନୀ ସମାଜସେବୀ ମଲାଲା ୟୁସୁଫ୍ ମହିଳା ଶିକ୍ଷାକୁ ନେଇ ଅଭିଯାନ ଆରମ୍ଭ କରିଥିବାରୁ ୨୦୧୨ରେ ତାଇବାନ୍ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ। ପରେ ୨୦୧୪ରେ ତାଙ୍କୁ ମହିଳା ସଶକ୍ତୀକରଣ କ୍ଷେତ୍ରରେ ନୋବେଲ୍ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/s2.jpg)