Advertisment

ସାମ୍ନାକୁ ଆସିଲ ଫାଷ୍ଟ ଲୁକ୍‌: ହଟ୍‌ ଅନ୍ଦାଜ୍‌ରେ ଦିଶା ଓ ଆଦିତ୍ୟ

ମୁମ୍ବାଇ: ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କ ଅପକମିଂ ଫିଲ୍ମ ‘ମଲଙ୍ଗ’ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଯାଇଛି। ସୋଶାଲ୍‌ ମିଡିଆରେ ଏହାର ପ୍ରଥମ ଫଟୋ ଶେଆର କରାଯାଇଛି। ଫଟୋରୁ ଲାଗୁଛି ଯେ ଏହି ଫିଲ୍ମ ଯୁବପିଢ଼ିଙ୍କୁ ବେଶ୍ ପସନ୍ଦ ଆସିପାରେ। ଏହି ଫିଲ୍ମରେ ଦର୍ଶକ ପ୍ରଥମ ଥର ଆଦିତ୍ୟ ଓ ଦିଶାଙ୍କ ଯୋଡ଼ି ଦେଖିବାକୁ ପାଇବୋ https://www.instagram.com/p/B47pLSDh_iV/?utm_source=ig_web_copy_link ନିର୍ଦ୍ଦେଶକ ମୋହିତ ସୁରୀ ଆଦିତ୍ୟଙ୍କ ଜନ୍ମଦିନରେ ଏହି ଫିଲ୍ମର ଫାଷ୍ଟ ଲୁକ୍ ସୋଶାଲ୍ ମିଡିଆରେ ଶେଆର […]

ସାମ୍ନାକୁ ଆସିଲ ଫାଷ୍ଟ ଲୁକ୍‌: ହଟ୍‌ ଅନ୍ଦାଜ୍‌ରେ ଦିଶା ଓ ଆଦିତ୍ୟ

malang

Advertisment

ମୁମ୍ବାଇ: ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କ ଅପକମିଂ ଫିଲ୍ମ 'ମଲଙ୍ଗ'ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଯାଇଛି। ସୋଶାଲ୍‌ ମିଡିଆରେ ଏହାର ପ୍ରଥମ ଫଟୋ ଶେଆର କରାଯାଇଛି। ଫଟୋରୁ ଲାଗୁଛି ଯେ ଏହି ଫିଲ୍ମ ଯୁବପିଢ଼ିଙ୍କୁ ବେଶ୍ ପସନ୍ଦ ଆସିପାରେ। ଏହି ଫିଲ୍ମରେ ଦର୍ଶକ ପ୍ରଥମ ଥର ଆଦିତ୍ୟ ଓ ଦିଶାଙ୍କ ଯୋଡ଼ି ଦେଖିବାକୁ ପାଇବୋ

Advertisment

https://www.instagram.com/p/B47pLSDh_iV/?utm_source=ig_web_copy_link

ନିର୍ଦ୍ଦେଶକ ମୋହିତ ସୁରୀ ଆଦିତ୍ୟଙ୍କ ଜନ୍ମଦିନରେ ଏହି ଫିଲ୍ମର ଫାଷ୍ଟ ଲୁକ୍ ସୋଶାଲ୍ ମିଡିଆରେ ଶେଆର କରିଛନ୍ତିା ଏହାର କ୍ୟାପସନ୍‌ରେ ସେ ଲେଖିଛନ୍ତି, ‘ଚାଲ ପୁଣିଥରେ ଗୋଆ ଯିବା ମସ୍ତି କରିବାକୁ....ଜନ୍ମଦିନର ଶୁଭକାମନା ଆଦି।’

ଫଟୋରେ ଦିଶା ଓ ଆଦିତ୍ୟ ସମୂଦ୍ର କୂଳରେ ମସ୍ତି କରୁଥିବା ଦେଖିବାକୁ ମିଳିଛି। ଫଟୋରେ ଆଦିତ୍ୟ ଶର୍ଟଲେସ୍‌ ନଜର ଆସିଛନ୍ତି। ସିକ୍ସ ପ୍ୟାକ୍‌ ବଡ଼ି ସହ ସେ ବେଶ୍ ହଟ୍‌ ଲାଗୁଛନ୍ତି। ଦିଶାଙ୍କ ଲୁକ୍‌ ମଧ୍ୟ ବେଶ୍ ବୋଲ୍ଡ୍ ରହିଛି।

Advertisment

https://www.instagram.com/p/BukpJxpBVbF/?utm_source=ig_web_copy_link

କିଛି ଦିନ ପୂର୍ବରୁ ଫିଲ୍ମର ଶୁଟିଂ ଶେଷ ହୋଇଛିା ଏଥିରେ ଆଦିତ୍ୟ ଓ ଦିଶାଙ୍କ ବ୍ୟତୀତ ଅନିଲ୍ କପୁର୍ ଓ କୁନାଲ୍‌ ଖେମୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଭୂଷଣ କୁମାର ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତିା ଫିଲ୍ମଟି ୨୦୨୦ ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ ଫେବୃଆରୀ ୧୪ରେ ପରଦାକୁ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe