Advertisment

ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି 'ମଲଙ୍ଗ'

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କ ଫିଲ୍ମ ‘ମଲଙ୍ଗ’ ଗତକାଲି ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ରହିଛି ଲଭ୍‌, ରୋମାନ୍ସ, ଆକ୍ସନ୍‌, ଥ୍ରୀଲର ଓ ଇମୋସନ୍‌ର ତଡ଼କା। ଫିଲ୍ମରେ ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀ ନିଜ ସିଜ୍‌ଲିଂ କେମେଷ୍ଟ୍ରିରେ ଦର୍ଶକଙ୍କୁ ଘାଇଲା କରିଛନ୍ତି। ତେବେ ଚାଲନ୍ତୁ ଫିଲ୍ମର ଓପନିଂ ଡେ କଲେକ୍ସନ ବିଷୟରେ ଜାଣିବା। ଏବେ ଯାଏ ବକ୍ସ ଅଫିସ୍‌ ତରଫରୁ ଫିଲ୍ମର ଓପନିଂ ଡେ’ କଲେକ୍ସନ ବିଷୟରେ […]

ଅଦ୍ୟତନ ହୋଇଛି
ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି 'ମଲଙ୍ଗ'

malang

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କ ଫିଲ୍ମ ‘ମଲଙ୍ଗ’ ଗତକାଲି ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ରହିଛି ଲଭ୍‌, ରୋମାନ୍ସ, ଆକ୍ସନ୍‌, ଥ୍ରୀଲର ଓ ଇମୋସନ୍‌ର ତଡ଼କା। ଫିଲ୍ମରେ ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀ ନିଜ ସିଜ୍‌ଲିଂ କେମେଷ୍ଟ୍ରିରେ ଦର୍ଶକଙ୍କୁ ଘାଇଲା କରିଛନ୍ତି। ତେବେ ଚାଲନ୍ତୁ ଫିଲ୍ମର ଓପନିଂ ଡେ କଲେକ୍ସନ ବିଷୟରେ ଜାଣିବା।

Advertisment

ଏବେ ଯାଏ ବକ୍ସ ଅଫିସ୍‌ ତରଫରୁ ଫିଲ୍ମର ଓପନିଂ ଡେ’ କଲେକ୍ସନ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ। କିନ୍ତୁ ଫିଲ୍ମ ସମୀକ୍ଷକଙ୍କ ଆକଳନ ଅନୁଯାୟୀ ଏହା ପ୍ରଥମ ଦିନରେ  ୭ ରୁ ୮ କୋଟି ଟଙ୍କା ଭିତରେ ଆୟ କରିଛି। ତେବେ ଏହା ଢେର ଅଧିକ। କାରଣ ଏହି ଫିଲ୍ମ ସହ ଆହୁରି ୬ଟି ଫିଲ୍ମ ରିଲିଜ୍ ହୋଇଛି। ସେଥି ମଧ୍ୟରେ ‘ହ୍ୟାକ୍‌ଡ଼’ ଓ ‘ଶିକାରା’ ପରି ଫିଲ୍ମ ମଧ୍ୟ ସାମିଲ ଅଛି।

https://www.instagram.com/p/B7YXLVDgsgP/?utm_source=ig_web_copy_link

‘ମଲଙ୍ଗ’ରେ ଆଦିତ୍ୟଙ୍କୁ ପୂରା ଦମଦାର ଅନ୍ଦାଜରେ ଦେଖିବାକୁ ମିଳିଛି। ଦିଶାଙ୍କ କ୍ୟୁଟ୍ ଅନ୍ଦାଜ ସହ ଡ୍ୟାନ୍ସ ମୁଭ୍ସ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଫିଲ୍ମଟିରେ ଆଦିତ୍ୟ ଓ ଦିଶା ମିଶି ବଦଲା ନେଇଛନ୍ତି। ଏଥିରେ ଅନୀଲ କପୁରଙ୍କୁ ଜଣେ ପୁଲିସ୍‌ ଅଫିସର୍‌ ଭୂମିକାରେ ଦେଖିବାକୁ ମିଳିଛି। ହାତରେ ବନ୍ଧୁକ ଧରି ସେ ଜବରଦସ୍ତ ଆକ୍ସନ ଦେଖାଇଛନ୍ତି। ତାଙ୍କ ବ୍ୟତୀତ କୁନାଲ୍‌ ଖେମୁ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ଟ୍ରେଲର୍‌ରେ କୁନାଲ୍‌ଙ୍କ ଚରିତ୍ରକୁ ଏତେ ଦେଖାଯାଇ ନଥିଲା। ହେଲେ ଫିଲ୍ମରେ କୁନାଲ୍‌ଙ୍କ ଅଭିନୟ ସବୁଠୁ ଦମ୍‌ଦାର୍‌ ହୋଇଛି। ନେଗେଟିଭ୍‌ ରୋଲ୍‌ରେ ବେଶ୍‌ ଭଲ ଅଭିନୟ କରିଛନ୍ତି ସେ। ଫିଲ୍ମର କ୍ଲାଇମ୍ୟାକ୍ସ ବହୁତ ଭଲ ହୋଇଛି, ଯେଉଁଥିରେ ଦିଶାଙ୍କୁ ଏକ ଅଲଗା ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି। ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଯୁବପିଢ଼ିଙ୍କୁ ବେଶି ଭଲଲାଗିଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe