Advertisment

ଅଭିନେତ୍ରୀଙ୍କ ଚେହେରା ବିଗାଡ଼ି ଦେଲା ବୟଫ୍ରେଣ୍ଡ

malayalam-actor-anicka-vikhraman-on-ex-boyfriend-went-on-punching-spree ମୁଁ ଅନୁପ ପିଲ୍ଲାଇ ନାମକ ବ୍ୟକ୍ତିଙ୍କୁ ଭଲ ପାଉଥିଲି। ମାତ୍ର ସେ ଗତ କିଛି ବର୍ଷ ଧରି ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Anicka-Vikhraman

Anicka-Vikhraman

ମାଲାୟଲମ୍ ଅଭିନେତ୍ରୀ ଅନିକା ବିକ୍ରମନଙ୍କ ଅବସ୍ଥା ବିଗାଡ଼ି ଦେଲେ ତାଙ୍କ ବୟଫ୍ରେଣ୍ଡ । ପିଟି ପିଟି ମୁହଁର ଅବସ୍ଥା ଖରାପ କରିଦେଲେ। ଅବସ୍ଥା ଏପରି ଯେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡ଼ୁଛି। ନିଜ ବିକୃତ ମୁହଁର ଫଟୋ ଶେଆର କରି ଫ୍ୟାନ୍ସଙ୍କୁ ଦୁଃଖ ଜଣାଇଛନ୍ତି ଅଭିନେତ୍ରୀ।

Advertisment

ଅନିକା ବିକ୍ରମନ ମାଲାୟଲମ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଏକ ଜଣାଶୁଣା ଚେହେରା। ଗତ କିଛି ବର୍ଷ ଧରି ସେ ଅନୁପ ପିଲ୍ଲାଇ ନାମକ ଯୁବକଙ୍କ ସହ ରିଲେସନ୍‌ରେ ଥିଲେ। ମାତ୍ର ଧୀରେ ଧୀରେ ସେମାନଙ୍କ ସମ୍ପର୍କ ଖରାପ ହେବାକୁ ଲାଗିଥିବା ବେଳେ ଅନିକାଙ୍କ ଉପରକୁ ଅନୁପ ହାତ ଉଠାଇବାକୁ ପଛାଇଲେ ନାହିଁ। ପରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଗଲା।

ଏନେଇ ଅନିକା ଟ୍ୱିଟ କରିଛନ୍ତି, ମୁଁ ଅନୁପ ପିଲ୍ଲାଇ ନାମକ ବ୍ୟକ୍ତିଙ୍କୁ ଭଲ ପାଉଥିଲି। ମାତ୍ର ସେ ଗତ କିଛି ବର୍ଷ ଧରି ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ପ୍ରଥମ ସେ ଚେନ୍ନାଇରେ ମୋତେ ପିଟି ପିଟି ଲହୁଲୁହାଣ କରିଥିଲେ। ଏନେଇ ମୁଁ ପୁଲିସ୍‌ରେ ଅଭିଯୋଗ କରିବାକୁ ସ୍ଥିର କରିଥିବା ବେଳେ ସେ ମୋ ପାଦ ତଳେ ପଡ଼ି କ୍ଷମା ମାଗିଥିଲେ। ବଦଳିଗଲେ ଭାବି କ୍ଷମା କରି ଦେଇଥିଲି। ମାତ୍ର ମୁଁ ଭୁଲ୍‌ ଥିଲି। ଏହାପରେ ବେଙ୍ଗାଲୁରରେ ବି ସେ ସମାନ ଭାବେ ମୋତେ ଆକ୍ରମଣ କଲେ ।

Advertisment

ଏନେଇ ଥାନାରେ ଅଭିଯୋଗ କରିଥିଲି । ମାତ୍ର ସେ ପୁଲିସ୍‌କୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇ ମୋତେ ଧମକ ଦେବାକୁ ଲାଗିଲା। ମୋ’ ସମ୍ପତ୍ତି ଉପରେ ସବୁବେଳେ ଅନୁପ ନଜର ରଖୁଥିବା ବେଳେ ତାହାକୁ ହାତେଇବାକୁ ଚେଷ୍ଟା କରୁଥିଲା। ଏପରି ଯୁବକ ସହ ଜୀବନ କାଟି ହେବନି ଭାବି ମୁଁ ଏହି ରିଲେସନ୍‌କୁ ବ୍ରେକ୍‌ ଅପ୍‌ କରିଥିଲି। ମାତ୍ର ଏବେ ମୋତେ ଧମକପୂର୍ଣ୍ଣ କଲ୍‌ ଆସୁଛି। ମୋତେ ଓ ମୋ’ ପରିବାରକୁ ଅପମାନିତ କରାଯାଉଛି ବୋଲି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଅନିକା । 

କିନ୍ତୁ ଏସବୁ କଥାକୁ ପଛରେ ଛାଡ଼ି ମୁଁ ଏବେ ମୋ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛି । ପୁଣି ଥରେ ପରଦାକୁ ଫେରିବାକୁ ଚାହୁଁଥିବା ଟ୍ୱିଟ କରିଛନ୍ତି ଅଭିନେତ୍ରୀ।

Tamilnadu Actress In Love Actress