Advertisment

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ବାଲା

ସେ ଲିଭର୍ ସମ୍ବନ୍ଧୀୟ ରୋଗରେ ପୀଡିତ ଥିବା ସୂଚନା।

author-image
Madhupriya Mistry
 Actor Bala Kumar

Actor Bala Kumar

ବିଗିଡିଲା ମଲୟାଲମର ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବାଲାଙ୍କ ସ୍ୱାସ୍ଥ୍ୟାବସ୍ଥା। ତାଙ୍କୁ ମଙ୍ଗଳବାର କୋଚ୍ଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଲିଭର୍ ସମ୍ବନ୍ଧୀୟ ରୋଗରେ ପୀଡିତ ଥିବା ସୂଚନା ମିଳିଛି।

Advertisment

ରିପୋର୍ଟ ଅନୁସାରେ ବାଲା ଏକ ସପ୍ତାହ ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ ପାଇଁ ହସ୍ପିଟାଲ ଯାଇଥିଲେ। ସେଠାରେ ତାଙ୍କ ଲିଭର ସମସ୍ୟା ବଢ଼ି ଯାଇଥିବା ନେଇ ଡାକ୍ତର କହିଥିଲେ। ଏଥିସହ ତାଙ୍କୁ ତାଙ୍କ ଲିଭର୍ ଟ୍ରାନ୍ସପ୍ଲାଟ କରିବାକୁ ପରାମର୍ଶ ଦିଆଯାଇଥିଲା। 

ମଲୟାଲମ ଅଭିନେତା ବାଲା ଲୋକପ୍ରିୟ ତାମିଲ ଫିଲ୍ମ ନିର୍ମାତା ଶିବାଙ୍କ ଭାଇ ଅଟନ୍ତି, ଯିଏ ଅଭିନେତା ସୂର୍ଯ୍ୟାଙ୍କ ସହ ବର୍ତ୍ତମାନ ଏକ ଅନ୍‌ଟାଇଟଲ୍ଡ ତାମିଲ ଫିଲ୍ମରେ ବ୍ୟସ୍ତ ଅଛନ୍ତି। ଶିବା ମଙ୍ଗଳବାର ଦିନ ଭାଇ ବାଲାଙ୍କ ପରିବାର ସହ ହସ୍ପିଟାଲ ଯାଇଥିଲେ। କେବଳ ସେ ନୁହନ୍ତି ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର ବାଲାଙ୍କୁ ହସ୍ପିଟାଲ ଯାଇ ଦେଖାସାକ୍ଷାତ କରିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। 

Advertisment

ଅଭିନେତା ବାଲାଙ୍କୁ ଶେଷଥର ପାଇଁ ଅନୁପ ପଣ୍ଡାଲମ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଶେଫିକିନ୍ତେ ସନ୍ତୋଷମ୍‌’ରେ ଦେଖିବାକୁ ମିଳିଥିଲା। ଗତବର୍ଷ ରିଲିଜ ହୋଇଥିବା ଏହି ଫିଲ୍ମରେ ବାଲା ଆମୀର ନାମକ ଚରିତ୍ରରେ ଅଭିନୟ କରିଥିଲେ। 

Malayalam Film Industry