Advertisment

ଦୁର୍ଘଟଣାରେ ମାଲାୟଲମ ଅଭିନେତାଙ୍କ ଦେହାନ୍ତ

ଥିରୁବନନ୍ତପୁରମ: ୨୦୨୦ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଯେପରି ଏକ ଅଭିଶାପ ପାଲଟିଯାିଛି। ଗତ ସପ୍ତାହରେ ବଲିଉଡ ଦୁଇଜଣ ମହାନ କଳାକାର ଇରଫାନ୍ ଖାନ୍ ଓ ଋଷି କପୁରଙ୍କୁ ହରାଇଛି। ତେବେ ବର୍ତ୍ତମାନ ଏହି ତାଲିକାରେ ଅନ୍ୟ ଜଣେ ଅଭିନେତାଙ୍କ ନାମ ଯୋଡ଼ି ହୋଇଛି। ମାଲାୟାଲମ ଅଭିନେତା ବସିଲ୍ ଜର୍ଜଙ୍କ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ରବିବାର ରାତିରେ ତାଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁବେଳକୁ ଜର୍ଜଙ୍କୁ ମାତ୍ର ୩୦ ବର୍ଷ […]

ଦୁର୍ଘଟଣାରେ ମାଲାୟଲମ ଅଭିନେତାଙ୍କ ଦେହାନ୍ତ

basil

Advertisment

ଥିରୁବନନ୍ତପୁରମ: ୨୦୨୦ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଯେପରି ଏକ ଅଭିଶାପ ପାଲଟିଯାିଛି। ଗତ ସପ୍ତାହରେ ବଲିଉଡ ଦୁଇଜଣ ମହାନ କଳାକାର ଇରଫାନ୍ ଖାନ୍ ଓ ଋଷି କପୁରଙ୍କୁ ହରାଇଛି। ତେବେ ବର୍ତ୍ତମାନ ଏହି ତାଲିକାରେ ଅନ୍ୟ ଜଣେ ଅଭିନେତାଙ୍କ ନାମ ଯୋଡ଼ି ହୋଇଛି। ମାଲାୟାଲମ ଅଭିନେତା ବସିଲ୍ ଜର୍ଜଙ୍କ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ରବିବାର ରାତିରେ ତାଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁବେଳକୁ ଜର୍ଜଙ୍କୁ ମାତ୍ର ୩୦ ବର୍ଷ ବୟସ ହୋଇଥିଲା।

Advertisment

ସୂଚନା ଅନୁଯାୟୀ ରବିବାର ରାତିରେ କେରଳର ଏର୍ନାକୁଲମ୍ ଜିଲ୍ଲାରେ ତାଙ୍କ ଗାଡ଼ିର ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି କାର ଦୁର୍ଘଟଣାରେ ଜର୍ଜଙ୍କ ସମେତ ସୁମଦାୟ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ କାରଟି କୋଲେନଚେରୀରୁ ମୁଭାଟୁପୁଜା ଅଭିମୁଖେ ଯାଉଥିଲାବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ କାରଟି ଏକ ଇଲେକ୍ଟ୍ରିକ୍ ଖୁଣ୍ଟରେ ପିଟିଯାଇଥିଲା। ଏହାପରେ ଏକ ଦୋକାନ  ତା’ପରେ କାରଟି ଶ୍ରମିକମାନେ ରହୁଥିବା ନିକଟସ୍ଥ ଏକ କୋଠାରେ ଯାଇ ପିଟି ହୋଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଆହତମାନଙ୍କୁ କୋଲେନଚେରୀର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠି ବାସିଲ୍ ନିଜର ପ୍ରାଣ ତ୍ୟାଗ କରିଥିଲେ।publive-image

ସୂଚନାଯୋଗ୍ୟ, ବସିଲ୍ ଶେଷଥର ପାଇଁ ଫିଲ୍ମ ‘ପୁଓଭାଲିୟମ୍ କୁଞ୍ଜଦମ୍’ରେ ନଜର ଆସିଥିଲେ। ଫିଲ୍ମଟି ଗତ ବର୍ଷ ଅଗଷ୍ଟ ୩୦ରେ ରିଲିଜ୍ ହୋଥିଲା। ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଆର୍ଯ୍ୟ ମଣିକାନ୍ଦା, ଶମି ଥାଇଲକନ୍ ଏବଂ ନୀନା କୁରୁପ ପ୍ରଭୃତି ଭୂମିକାରେ ଥିଲେ। ତେବେ ତାଙ୍କର ଏପରି ହଠାତ୍ ବିୟୋଗରେ ତାଙ୍କ ଫ୍ୟାନମାନେ ବହୁତ ଦଃଖି ହୋଇପଡ଼ିଛନ୍ତି। ଏଥିସହ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe