Advertisment

ହୃଦଘାତରେ ମାଲୟାଲମ ଅଭିନେତାଙ୍କ ମୃତ୍ୟୁ

ମାତ୍ର ୩୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି।

Nirmal Benny

Nirmal Benny

Advertisment

ଜଣାଶୁଣା ମାଲୟାଲମ ଚଳଚ୍ଚିତ୍ର ଅଭିନେତା ନିର୍ମଳ ବେନିଙ୍କ ପରଲୋକ। ମାତ୍ର ୩୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ହୃଦଘାତରେ ନିର୍ମଳ ବେନିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। 

Advertisment

ତାଙ୍କ ମୃତ୍ୟୁ ନେଇ ନିର୍ମାତା ସଞ୍ଜୟ ପଡିୟୋର ସୋଶାଲ ମିଡିଆରେ ପୋଷ୍ଟ ଶେଆର କରି ଶୋକ ପ୍ରକାଶ କରିଛନ୍ତି। ପୋଷ୍ଟରେ ସଞ୍ଜୟ ପଡିୟୋର ଲେଖିଛନ୍ତି, "ମୋର ପ୍ରିୟ ବନ୍ଧୁଙ୍କୁ ହୃଦୟରୁ ବିଦାୟ.... ନିର୍ମଳ 'କୋଚାଚା', 'ଆମେନ' ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ନିଭାଇଥିଲେ... ଆଜି ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି.... ଭଗବାନଙ୍କ ନିକଟରେ ଏତିରି ପ୍ରାର୍ଥନା କରୁଛି, ସେ ମୋର ପ୍ରିୟ ବନ୍ଧୁଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ।"

ସେ ଜଣେ ହାସ୍ୟ ଅଭିନେତା ଭାବରେ କ୍ୟାରିଅର ଆରମ୍ଭ କରିଥିଲେ। ୟୁଟ୍ୟୁବ୍ ଭିଡିଓ ଏବଂ ମଞ୍ଚ ନାଟକ ଜରିଆରେ ଅଭିନୟ ଦୁନିଆକୁ ଆସିଥିଲେ।ଏହାପରେ 2012ରେ 'ନବଗଠରକ୍କୁ ସ୍ୱାଗତମ୍' ଫିଲ୍ମରେ ଡେବ୍ୟୁ କରିଥିଲେ ନିର୍ମଳ ବେନି। ସେ ତାଙ୍କ କ୍ୟାରିଅରରେ ପାଞ୍ଚଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ସବୁଠାରୁ ପ୍ରସିଦ୍ଧ ଥିଲା 'ଆମେନ୍' ଏବଂ 'ଡୋରାମ'। 

Advertisment

ନିର୍ମଳ ବେନିଙ୍କ ମୃତ୍ୟୁ ଖବର ମାଲୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚକିତ କରିଦେଇଛି। ତାଙ୍କର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସିନେ ପ୍ରେମୀ। 

Heart Attack Nirmal Benny Malayalam Actor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe