Advertisment

୨ ସପ୍ତାହରେ ହ୍ରାସ କଲେ ୧୦କିଲୋ ଓଜନ୍‌

ମୁମ୍ବାଇ: କଳାକାରମାନେ ପରଦା ଉପରେ ନିଜ ଚରିତ୍ରକୁ ନିଖୁଣ ଢଙ୍ଗରେ ଉପସ୍ଥାପନ କରିବା ପାଇଁ ଅନେକ ପରିଶ୍ରମ କରନ୍ତି। ବଲିଉଡ୍‌ରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ଫିଟ୍ ରହିବା ପାଇଁ ଓଜନ୍ ଉପରେ ବିଶେଷ ଧ୍ୟାନ ଦିଅନ୍ତି। ସେମିତି ଜଣେ କଳାକାର ହେଉଛନ୍ତି ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବା ମଲୟାଲମ ଅଭିନେତା ଟୋନି ଲ୍ୟୁକ୍‌। ବଦ୍‌ଲା ଫିଲ୍ମ ମାଧ୍ୟମରେ ଟୋନି ବଲ୍‌ଉଡ୍‌ରେ ଡେବ୍ୟୁ କରିବେ। ଟୋନିଙ୍କ ସହ ଫିଲ୍ମରେ ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁ […]

୨ ସପ୍ତାହରେ ହ୍ରାସ କଲେ ୧୦କିଲୋ ଓଜନ୍‌

61846408

Advertisment

ମୁମ୍ବାଇ: କଳାକାରମାନେ ପରଦା ଉପରେ ନିଜ ଚରିତ୍ରକୁ ନିଖୁଣ ଢଙ୍ଗରେ ଉପସ୍ଥାପନ କରିବା ପାଇଁ ଅନେକ ପରିଶ୍ରମ କରନ୍ତି। ବଲିଉଡ୍‌ରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ଫିଟ୍ ରହିବା ପାଇଁ ଓଜନ୍ ଉପରେ ବିଶେଷ ଧ୍ୟାନ ଦିଅନ୍ତି। ସେମିତି ଜଣେ କଳାକାର ହେଉଛନ୍ତି ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବା ମଲୟାଲମ ଅଭିନେତା ଟୋନି ଲ୍ୟୁକ୍‌।

Advertisment

ବଦ୍‌ଲା ଫିଲ୍ମ ମାଧ୍ୟମରେ ଟୋନି ବଲ୍‌ଉଡ୍‌ରେ ଡେବ୍ୟୁ କରିବେ। ଟୋନିଙ୍କ ସହ ଫିଲ୍ମରେ ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ।

ହେଲେ ବଲିଉଡ୍‌ ଡେବ୍ୟୁ ପାଇଁ ଟୋନିଙ୍କୁ କମ୍‌ କସରତ୍‌ କରିବାକୁ ପଡିନି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଫିଲ୍ମ ପାଇଁ ମାତ୍ର ୨ ସପ୍ତାହରେ ଟୋନି ୧୦ କିଲୋ ଓଜନ କମାଇଛନ୍ତି।

Advertisment

publive-imageସୂଚନାଯୋଗ୍ୟ ଯେ, ଟୋନି ଏଥିପାଇଁ ବହୁତ କଷ୍ଟକର ବ୍ୟାୟାମ କରୁଥିଲେ। ଓଜନ କମ୍‌ କରିବା ଲାଗି ସେ ବିଶେଷ ଡାଏଟ୍‌ ମଧ୍ୟ ଅନୁସରଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଟୋନି ଏଥିପାଇଁ କୌଣସି ପ୍ରଫେସନାଲଙ୍କ ସହାୟତା ନେଇ ନ ଥିଲେ। ବରଂ ନିଜେ ନିଜେ ସବୁ କିଛି କରିଛନ୍ତି। ନିଜ ଫିଜିକାଲ ଟ୍ରାନ୍ସମିଶନ୍‌ ସମ୍ପର୍କରେ ଟୋନି କହିଛନ୍ତି ଯେ, ଏହି ଚରିତ୍ରରେ ପରଫେକ୍ଟ ଦେଖାଯିବା ଲାଗି ତାଙ୍କୁ ନିଜ ଶରୀରରୁ ୮ ପ୍ରତିଶତ ଫ୍ୟାଟ୍‌ କମ୍‌ କରିବାର ଥିଲା।

ଓଜନ କମ୍‌ କରିବା ଲାଗି ଟୋନି ରହି ରହି ଫାଷ୍ଟିଙ୍ଗ କରିବା ସହିତ କିଟୋ ଡାଏଟ୍‌ ଅନୁସରଣ କରିଥିଲେ। ଡାଏଟ୍‌ ସହିତ ପ୍ରତ୍ୟେକ ଦିନ ୨ରୁ ୩ ଘଣ୍ଟା ଅଧିକ ପରିଶ୍ରମ କଲାଭଳି ବ୍ୟାୟାମ୍‌ କରିବାକୁ ପଡୁଥିଲା ତାଙ୍କୁ। ଏହା ତାଙ୍କୁ ଥକା କରାଇ ଦେଉଥିଲେ ମଧ୍ୟ ଗୋଟିଏ ବି ଦିନ ଏହା ସେ କରିବା ଛାଡ଼ି ନ ଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe