Advertisment

ଅଭିନେତାଙ୍କୁ ବାନ୍ଧିଲା ପୁଲିସ

ଥିରୁବନ୍ତପୁରମ୍‌: ବନ୍ଧା ହେଲେ ଅଭିନେତା। ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବିନୀତ ଥାତ୍ତିଲଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ମୁତାବକ, ୪୫ ବର୍ଷୀୟ ଅଭିନେତା ବିନୀତଙ୍କୁ କେରଳର ଅଲ୍ଲାପୁଝାରେ ରହୁଥିବା ଏଲେକ୍ସ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରାଯାଇଛି। ଜୁଲାଇ ୨୪ ତରିଖରେ ଏହି ଘଟଣା ଘଟିଥିଲା। […]

ଅଭିନେତାଙ୍କୁ ବାନ୍ଧିଲା ପୁଲିସ

malayalam-actor-vineeth-thattil

Advertisment

ଥିରୁବନ୍ତପୁରମ୍‌: ବନ୍ଧା ହେଲେ ଅଭିନେତା। ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବିନୀତ ଥାତ୍ତିଲଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି।

Advertisment

ପୁଲିସ ସୂଚନା ମୁତାବକ, ୪୫ ବର୍ଷୀୟ ଅଭିନେତା ବିନୀତଙ୍କୁ କେରଳର ଅଲ୍ଲାପୁଝାରେ ରହୁଥିବା ଏଲେକ୍ସ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରାଯାଇଛି। ଜୁଲାଇ ୨୪ ତରିଖରେ ଏହି ଘଟଣା ଘଟିଥିଲା। ପୀଡିତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେବଳ ସେତିକି ନୁହେଁ ପୁଲିସ ଅଭିନେତାଙ୍କ ଉପରେ ଆଇପିସି ଆକ୍ଟ ୩୦୮ ଜରିଆରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ମୁତାବକ, ବିନୀତ ଏଲେକ୍ସ ଠାରୁ କିଛି ଟଙ୍କା ଧାର କରି ଆଣିଥିଲେ। ଏହି ଟଙ୍କା ନେବା ପାଇଁ ଏଲେକ୍ସ ବିନୀତଙ୍କ ପାଖକୁ ଯାଇଥିଲେ। ଏହାପରେ ବିନୀତ ଟଙ୍କା ଦେବା ବଦଳରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରାଯାଇଥିବା ଏଲେକ୍ସ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବିନୀତଙ୍କୁ ପୁଲିସ ଗିରଫ କରିବା ପରେ କୋର୍ଟରେ ହାଜର କରିବ।

Advertisment

ଅଭିନେବା ବିନୀତ ଥାତ୍ତିଲ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସକ୍ରିୟ ଅଭିନେତା। ସେ 'ଅୟପ୍ପନମ୍ କୋଶିୟୁମ', 'ଅଙ୍ଗମଲ୍ଲି ଡାଏରିଜ' ଓ 'ଆଡୁ-୨'ରେ ଅଭିନୟ କରିଛନ୍ତି। ଏ ସବୁ  ଫିଲ୍ମ ବ୍ୟତୀତ ବିନୀତ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe