/odisha-reporter/media/post_attachments/uploadimage/library/16_9/16_9_0/IMAGE_1700374729.jpg)
Vinod Thomas
ମଲୟାଲମ ଅଭିନେତା ବିନୋଦ ଥୋମାସଙ୍କ ମୃତ୍ୟୁ ଘଟିଛି। କେରଳର କୋଟ୍ଟାୟମର ପମ୍ପାଡୀ ନିକଟସ୍ଥ ଏକ ହୋଟେଲ୍ ପରିସରରେ ପାର୍କ ହୋଇଥିବା ଏକ କାରରୁ ତାଙ୍କ ମୃତଦେହ ମିଳିଛି। ତାଙ୍କୁ ମାତ୍ର ୪୫ ବର୍ଷ ହୋଇଥିଲା।
କାର୍ଟି ବହୁ ସମୟ ଧରି ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ରହିଥିଲା। ତେଣୁ ହୋଟେଲ କର୍ମଚାରୀ ସନ୍ଦେହରେ କାର୍ଟିକୁ ଯାଞ୍ଚ କରିଥିଲେ। ସେମାନେ କାର୍ ନିକଟରେ ପହଞ୍ଚିବା ପରେ ସେଥିରେ ଜଣେ ବ୍ୟକ୍ତି ଥିବା ଦେଖିବାକୁ ପାଇଥିଲେ। ସେମାନେ ସଙ୍ଗେ ସଙ୍ଗେ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ପହଞ୍ଚି କାର୍ ଡୋର୍ ଖୋଲିବା ପରେ ଉକ୍ତ ବ୍ୟକ୍ତି ଅଭିନେତା ବିନୋଦ ଥୋମାସ ବୋଲି ଜଣାପଡ଼ିଲା। ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ବିନୋଦଙ୍କୁ ମୃତ ଘୋଷଣା କରାଯାଇଥିଲା।
ପୁଲିସ୍ କହିଛି ବିନୋଦ ଥୋମାସଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ।
ବିନୋଦ ଥୋମାସ ‘ଅୟପ୍ପନମ କୋଶୀୟୁମ’, ‘ନାଥୋଲି ଓରୁ ଚେରିୟା ମୀନାଲ୍ଲା’, ‘ଓରୁ ମୁରାଇ ବନ୍ଥ ପାଥାୟ’, ‘ହାପି ୱେଡିଂ’ ଓ ‘ଜୁନ୍’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
