Advertisment

କାର୍‌ରୁ ମିଳିଲା ଅଭିନେତାଙ୍କ ମୃତଦେହ

ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା।

Vinod Thomas

Vinod Thomas

Advertisment

ମଲୟାଲମ ଅଭିନେତା ବିନୋଦ ଥୋମାସଙ୍କ ମୃତ୍ୟୁ ଘଟିଛି। କେରଳର କୋଟ୍ଟାୟମର ପମ୍ପାଡୀ ନିକଟସ୍ଥ ଏକ ହୋଟେଲ୍‌ ପରିସରରେ ପାର୍କ ହୋଇଥିବା ଏକ କାରରୁ ତାଙ୍କ ମୃତଦେହ ମିଳିଛି। ତାଙ୍କୁ ମାତ୍ର ୪୫ ବର୍ଷ ହୋଇଥିଲା।

Advertisment

କାର୍‌ଟି ବହୁ ସମୟ ଧରି ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ରହିଥିଲା। ତେଣୁ ହୋଟେଲ କର୍ମଚାରୀ ସନ୍ଦେହରେ କାର୍‌ଟିକୁ ଯାଞ୍ଚ କରିଥିଲେ। ସେମାନେ କାର୍‌ ନିକଟରେ ପହଞ୍ଚିବା ପରେ ସେଥିରେ ଜଣେ ବ୍ୟକ୍ତି ଥିବା ଦେଖିବାକୁ ପାଇଥିଲେ। ସେମାନେ ସଙ୍ଗେ ସଙ୍ଗେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍ ପହଞ୍ଚି କାର୍‌ ଡୋର୍ ଖୋଲିବା ପରେ ଉକ୍ତ ବ୍ୟକ୍ତି ଅଭିନେତା ବିନୋଦ ଥୋମାସ ବୋଲି ଜଣାପଡ଼ିଲା। ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ବିନୋଦଙ୍କୁ ମୃତ ଘୋଷଣା କରାଯାଇଥିଲା।

Advertisment

ପୁଲିସ୍ କହିଛି ବିନୋଦ ଥୋମାସଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ।

ବିନୋଦ ଥୋମାସ ‘ଅୟପ୍ପନମ କୋଶୀୟୁମ’, ‘ନାଥୋଲି ଓରୁ ଚେରିୟା ମୀନାଲ୍ଲା’, ‘ଓରୁ ମୁରାଇ ବନ୍ଥ ପାଥାୟ’, ‘ହାପି ୱେଡିଂ’ ଓ ‘ଜୁନ୍’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।

Malayalam Actor Vinod Thomas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe