Advertisment

ଡେବ୍ୟୁ ଫିଲ୍ମ ରିଲିଜ ପୂର୍ବରୁ ଆଖିବୁଜିଲେ ନିର୍ଦ୍ଦେଶକ

୩୧ ବର୍ଷ ବୟସରେ ସେ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ନେଇଛନ୍ତି।

Joseph Manu James

Joseph Manu James

Advertisment

ଡେବ୍ୟୁ ଫିଲ୍ମ ରିଲିଜ ପୂର୍ବରୁ ଆଖିବୁଜିଲେ ନିର୍ଦ୍ଦେଶକ। ମଲୟାଲମ ଫିଲ୍ମ ନିର୍ମାତା ଜୋସେଫ ମନୁ ଜେମ୍ସଙ୍କ ଦେହାନ୍ତ ହୋଇଛି। ୩୧ ବର୍ଷ ବୟସରେ ସେ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ନେଇଛନ୍ତି। ଫେବ୍ରୁଆରୀ ୨୪ ତାରିଖରେ ଏର୍ଣ୍ଣାକୁଲମରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା କୁହାଯାଉଛି।

Advertisment

ସୂଚନା ମୁତାବକ, ଜୋସେଫ ହେପାଟାଇଟିସ୍ ରୋଗରେ ପୀଡିତ ଥିଲେ। ତାଙ୍କୁ ଏର୍ଣ୍ଣାକୁଲମର ଆଲୁଭା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବେଶ୍ କିଛି ଦିନ ହେବ ତାଙ୍କ ଚିକିତ୍ସା ଚାଲିଥିଲା। ହେଲେ ଚିକିତ୍ସା ହେବା ସମୟରେ ନିମୋନିଆରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

ଜୋସେଫ ପ୍ରଥମ କରି ଫିଲ୍ମ ‘ନାନ୍ସି ରାଣୀ’ର ନିର୍ଦ୍ଦେଶନା ଦେଇଥିଲେ। ତେବେ ଏହି ଫିଲ୍ମଟି ରିଲିଜ ହେବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। 

Advertisment

ଫିଲ୍ମ ‘ନାନ୍ସି ରାଣୀ’ର ଲିଡ୍ ଅଭିନେତ୍ରୀ ଆହାନା କ୍ରିଷ୍ଣା ଓ ଅଭିନେତା ଅର୍ଜୁନ ଅଶୋକନ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଜୋସେଫ ମୃତ୍ୟୁ ଖବର ନେଇ ଶୋକ ପ୍ରକାଶ କରିଛନ୍ତି । ଆହାନା ଲେଖିଛନ୍ତି, ‘ଏଭଳି ହେବାର ନଥିଲା, ତୁମ ଆତ୍ମାକୁ ଶାନ୍ତି ମିଳୁ।’

ଜୋସେଫ ନିର୍ଦ୍ଦେଶକ ସୁବି ଜେମ୍ସଙ୍କ ଫିଲ୍ମ ଆଇଏମ୍ କ୍ୟୁରିୟସ୍‌ରେ ଶିଶୁ କଳାକାର ରୂପେ ଡେବ୍ୟୁ କରିଥିଲେ। ୨୦୦୪ରେ ଏହି ଫିଲ୍ମ ରିଲିଜ ହୋଇଥିଲା। ଜୋସେଫ ହିନ୍ଦୀ, ମଲୟାଲମ ଓ କାନାଡା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। 

Tollywood Malayalam Film Maker
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe