Advertisment

ଓସ୍କାରରେ ଭାରତର ଉଦୟକୁ ଅପେକ୍ଷା...

ଓସ୍କାର 2021 ପାଇଁ ଭାରତକୁ ପ୍ରତିନିଧିତ୍ୱ କରିବ ମାଲାୟଲମ ଫିଲ୍ମ ଜଲ୍ଲିକଟ୍ଟୁ। ନାମୀଦାମୀ ଭାରତୀୟ ଫିଲ୍ମକୁ ପଛରେ ପକାଇ ବିଦେଶୀ ଫିଲ୍ମ କ୍ୟାଟେଗୋରୀରେ ମନୋନୀତ ହୋଇଛି ଲିଜୋ ଯୋଜେ ପେଲିସେରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ। ଫିଲ୍ମ ଫେଡେରେସନ ଅଫ୍ ଇଣ୍ଡିଆର 14 ଜଣିଆ ଚୟନକର୍ତ୍ତା କମିଟି ଜଲ୍ଲିକଟ୍ଟୁକୁ ଚୟନ କରିଛନ୍ତି। 2020 ଓସ୍କାର ପାଇଁ ଫିଲ୍ମ ‘ଗଲୀ ବୟ’ ନୋମିନେଟ୍ ହୋଇଥିଲା। ହେଲେ ଅସ୍କାର ଜିତିପାରିଲା ନାହିଁ। ହେଲେ ଏଥର ଜଲ୍ଲିକଟ୍ଟୁ ଭଳି ଫିଲ୍ମ ଓସ୍କାରରେ ଭାରତର […]

author-image
Pragnya Choudhury
ଓସ୍କାରରେ ଭାରତର ଉଦୟକୁ ଅପେକ୍ଷା...

oscar

ଓସ୍କାର 2021 ପାଇଁ ଭାରତକୁ ପ୍ରତିନିଧିତ୍ୱ କରିବ ମାଲାୟଲମ ଫିଲ୍ମ ଜଲ୍ଲିକଟ୍ଟୁ। ନାମୀଦାମୀ ଭାରତୀୟ ଫିଲ୍ମକୁ ପଛରେ ପକାଇ ବିଦେଶୀ ଫିଲ୍ମ କ୍ୟାଟେଗୋରୀରେ ମନୋନୀତ ହୋଇଛି ଲିଜୋ ଯୋଜେ ପେଲିସେରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ। ଫିଲ୍ମ ଫେଡେରେସନ ଅଫ୍ ଇଣ୍ଡିଆର 14 ଜଣିଆ ଚୟନକର୍ତ୍ତା କମିଟି ଜଲ୍ଲିକଟ୍ଟୁକୁ ଚୟନ କରିଛନ୍ତି।

Advertisment

Jallikattu movie review: An exhilarating ride | Entertainment News,The  Indian Express

2020 ଓସ୍କାର ପାଇଁ ଫିଲ୍ମ 'ଗଲୀ ବୟ' ନୋମିନେଟ୍ ହୋଇଥିଲା। ହେଲେ ଅସ୍କାର ଜିତିପାରିଲା ନାହିଁ। ହେଲେ ଏଥର ଜଲ୍ଲିକଟ୍ଟୁ ଭଳି ଫିଲ୍ମ ଓସ୍କାରରେ ଭାରତର ଉଦୟ ପାଇଁ ପୁଣି ଆଶା ସୃଷ୍ଟି କରିଛି। ଜଲ୍ଲିକଟ୍ଟୁ ସହ ଭାରତ ଓସ୍କାର ପ୍ରତିଯୋଗୀତାରେ ଏଣ୍ଟ୍ରି କରିସାରିଛି। ବିଦ୍ୟା ବାଲାନଙ୍କ ଶଙ୍କୁନ୍ତଳା ଦେବୀ, ଜାହ୍ନବୀ କପୁରଙ୍କ ଗୁଞ୍ଜନ ସକସେନା, ଅମିତାଭ୍ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଗୁଲାବୋ ସିତାବୋ, ପ୍ରିୟଙ୍କା ଚୋପ୍ରାଙ୍କ ଦ ସ୍କାଇ ଇଜ୍ ପିଙ୍କ୍, ନଓ୍ୱାଜୁଦ୍ଦିନ୍ ସିଦ୍ଦୀକୀଙ୍କ ସିରିୟସ୍ ମ୍ୟାନ୍ ଏବଂ ବିଧୁ ବିନୋଦ ଚୋପ୍ରାଙ୍କ ଶିକାରା ଭଳି 27ଟି ଫିଲ୍ମ ଭିତରୁ ଚୟନକର୍ତ୍ତା କମିଟି ଜଲ୍ଲିକଟ୍ଟୁ ଫିଲ୍ମକୁ ବାଛିଛନ୍ତି।

Malayalam film 'Jallikattu' is India's official entry for the Oscars - The  Hindu

ଜଲ୍ଲିକଟ୍ଟୁକୁ 93ତମ ଏକାଡେମୀ ଆଓ୍ୱାର୍ଡର ବେଷ୍ଟ ଇଣ୍ଟରନ୍ୟାସନାଲ ଫିଚର୍ ଫିଲ୍ମ କ୍ୟାଟେଗୋରୀ ପାଇଁ ପଠାଯାଇଛି। ଫିଲ୍ମଟି 2019 ଅକ୍ଟୋବର 4ରେ କେରଳରେ ରିଲିଜ୍ ହୋଇଥିଲା। 6 ସେପ୍ଟେମ୍ବର 2019ରେ ଟରାଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଏହାର ପ୍ରିମିୟର କରାଯାଇଥିଲା। ଏହାସହ 50ତମ ଭାରତୀୟ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ମଧ୍ୟ ହାସଲ କରିସାରିଛି।

Advertisment

Malayalam movie Jallikattu is India's nomination for Oscars

ଫିଲ୍ମର କାହାଣୀ ବହୁ ଚର୍ଚ୍ଚିତ ଦକ୍ଷିଣ ଭାରତୀୟ ପରମ୍ପାରିକ ଜଲ୍ଲିକଟ୍ଟୁ କ୍ରୀଡ଼ା ଉପରେ ଆଧାରିତ। ପଶୁ ମାଂସପ୍ରେମୀ ଗାଁରେ ଗୋଟିଏ ଷଣ୍ଢକୁ ଧରିବାକୁ ସମସ୍ତେ ଲାଗି ପଡ଼ନ୍ତି। ସେପଟେ ଷଣ୍ଢ ନିଜ ପ୍ରାଣ ବଞ୍ଚେଇବାକୁ କଂସେଇଖାନାରୁ ଖସିପଳାଇଥାଏ। ଏଭଳି କିଛି କଥାବସ୍ତୁ ସହ ପ୍ରକୃତରେ ପଶୁ କିଏ? ମଣିଷ ନା ସେ କଥା କହିପାରୁ ନ ଥିବା ପ୍ରାଣୀ? ଫିଲ୍ମର କାହାଣୀ ଏଭଳି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Jallikattu' film review: A mesmerising sound and light show | South-indian  – Gulf News

ଭାରତୀୟ ଫିଲ୍ମ ଇତିହାସରେ କେବଳ ତିନୋଟି ଫିଲ୍ମ ଓସ୍କାର ନୋମିନେସନର ଚୂଡ଼ାନ୍ତ ତାଲିକାରେ ପହଞ୍ଚିପାରିଛି। 1957 ମଦର ଇଣ୍ଡିଆ, 1988ରେ ସଲାମ ବମ୍ୱେ ଏବଂ 2001ରେ ଲଗାନ। ଏବେ ଜୀବନ୍ତ କାହାଣୀ, ଦମଦାର ବ୍ୟାକ୍ ଗ୍ରାଉଣ୍ଡ ମ୍ୟୁଜିକ ଏବଂ ଉଚ୍ଚକୋଟୀର ତଥା ନିଖୁଣ ନିର୍ଦ୍ଦେଶନାରେ ନିର୍ମିତ ଜଲ୍ଲିକଟ୍ଟୁ ଭାରତକୁ 2021ରେ ପ୍ରଥମ ଓସ୍କାର ଆଣିଦେବ ବୋଲି ଆଶା କରାଯାଉଛି। 25 ଏପ୍ରିଲ 2021ରେ ଲସ୍ ଏଞ୍ଜେଲ୍ସରେ ଓସ୍କାର ସମାରୋହ ଅନୁଷ୍ଠିତ ହେବ।

India Jallikattu