Advertisment

ବଲିଉଡ୍‌ରେ ଝୁମେଇବେ ମାଲକାନଗିରିର ଝିଅ; ଆସୁଛି ହାଇ ବଜେଟ୍‌ ଫିଲ୍ମ!

କାଲିମେଳା ବ୍ଲକ୍‌ ଅନ୍ତର୍ଗତ ଏମ୍‌ଭି- ୭୫ ଗାଁର ଗୌତମ ସମାଦ୍ଦାର ପେସାରେ ଜଣେ ବ୍ୟବସାୟୀ। ନିଜ ଛୋଟ ବ୍ୟବସାୟରୁ ଯାହା ରୋଜଗାର କରନ୍ତି, ସେଥିରେ ଚଳୁଥିଲା ପୂରା ପରିବାର।

ଅଦ୍ୟତନ ହୋଇଛି
Malkangiri

Film

Advertisment

ପିଲାବେଳୁ ଅଭିନୟ ପ୍ରତି ରୁଚି ରଖିଥିଲେ। ସେଥିପାଇଁ ଘର ଛାଡ଼ି ରାଜ୍ୟ ବାହାରକୁ ଗଲେ। ନିଜ ରକ୍ତରେ ଅଭିନୟର କଳା ଥିବାରୁ ଡ୍ୟାନ୍ସ ଶିଖିଲେ। ବଡ଼ ବ୍ରେକ୍‌କୁ ଅପେକ୍ଷା କରିଥିଲେ। ସୁଯୋଗ ମିଳିଲା। ଆଉ ଟଲିଉଡ୍‌ ଭାୟା ବଲିଉଡ୍‌ରେ ଏଣ୍ଟ୍ରୀ ମାରିଲେ ମାଲକାନଗିରିର ଝିଅ ମନିକା ସମାଦ୍ଦାର। ପ୍ରସ୍ତୁତ ଚାଲିଛି ତେଲୁଗୁ ଫିଲ୍ମ ‘ଗାରାଗା’। ଏହି ଫିଲ୍ମକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ମନିକା।

Advertisment

କାଲିମେଳା ବ୍ଲକ୍‌ ଅନ୍ତର୍ଗତ ଏମ୍‌ଭି- ୭୫ ଗାଁର ଗୌତମ ସମାଦ୍ଦାର ପେସାରେ ଜଣେ ବ୍ୟବସାୟୀ। ନିଜ ଛୋଟ ବ୍ୟବସାୟରୁ ଯାହା ରୋଜଗାର କରନ୍ତି, ସେଥିରେ ଚଳୁଥିଲା ପୂରା ପରିବାର। ଅଭାବ ଥିଲେ ସୁଦ୍ଧା ପିଲାମାନଙ୍କୁ ପାଠଠାରୁ ଦୂରେଇ ଦେଇନଥିଲେ। ଝିଅ ମନିକା ଗାଁ ସ୍କୁଲରେ ପାଠ ପଢ଼ା ଆରମ୍ଭ କରିଥିଲେ। ପରେ କାଲିମେଳା ମହାବିଦ୍ୟାଳୟରେ +୨ ପାଠ ପଢ଼ୁଥିଲେ।

Malkangiriଡଙ୍ଗା ଉପରେ ବସିଛନ୍ତି ମନିକା

ମନିକା ପିଲା ବେଳୁ କଳାପ୍ରତି ଆକୃଷ୍ଟ ହୋଇଥିଲେ। ପାଠ ପଢ଼ା ସହିତ ନୃତ୍ୟ ଓ ଅଭିନୟ ପ୍ରତି ରୁଚି ରଖିଥିଲେ। ଝିଅର ଏପରି ରୁଚି ଦେଖି ପରିବାର ଲୋକେ ତାଙ୍କୁ ହାଇଦ୍ରାବାଦ ପଠାଇ ଦେଇଥିଲେ। ଅର୍ଥାତ ଯୁକ୍ତ ଦୁଇ ପାସ୍‌ କରିବା ପରେ ମନିକା ହାଇଦ୍ରାବାଦରେ ଚାକିରି କରୁଥିବା ବଡ଼ ଭାଇଙ୍କ ପାଖକୁ ଚାଲି ଯାଇଥିଲେ। ସେଠାରେ ‘ହାଇ- ଡ୍ୟାନ୍ସ’ ଷ୍ଟୁଡିଓ ଏକାଡେମୀ ନାଁ ଲେଖାଇଥିଲେ। ଦୀର୍ଘ ଦୁଇ ବର୍ଷ ଧରି ଡ୍ୟାନ୍ସ ତାଲିମ ନେଇଥିଲେ।

Advertisment
Malkangiriସାଥୀ କଳାକାରଙ୍କ ସହିତ ମନିକା

ଡ୍ୟାନ୍ସ ଶିଖୁଥିବା ବେଳେ ତାଙ୍କ ଉପରେ ପଡ଼ିଲା ଧାରାବାହିକ ନିର୍ଦ୍ଦେଶକଙ୍କ ନଜର। ତା’ପରେ ମନିକା ବିଭିନ୍ନ ଧାରାବାହିକରେ ଛୋଟ ଛୋଟ ଚରିତ୍ରରେ ଅଭିନୟ କରିଥିଲେ। ଆଉ ବଡ଼ ବ୍ରେକ୍‌କୁ ଅପେକ୍ଷା କରିଥିଲେ। ଶେଷରେ ମନିକାଙ୍କ ତପସ୍ୟା ଫଳବତୀ ହେଲା। ମିଳିଲା ବଡ଼ବ୍ରେକ୍‌। ତେଲୁଗୁ ଚଳଚ୍ଚିତ୍ର ‘ଗାରାଗା’ରେ ମୁଖ୍ୟ ଅଭିନେତ୍ରୀ ଭାବେ ତାଙ୍କୁ ବ୍ରେକ୍‌ ମିଳିଲା। ଆଉ ସୁଯୋଗକୁ ହାତ ଛଡ଼ା କରିନଥିଲେ ମନିକା।

Malkangiriସାଥୀ କଳାକାରଙ୍କ ସହିତ ମସ୍ତି ଆନ୍ଦାଜରେ ମନିକା

‘ଗାରାଗା’ ଚଳଚ୍ଚିତ୍ରରେ କାଲାକ ଶ୍ରୀନିବାସ ରାଓ ନାୟକ ଭାବେ ନଜିର ଆସୁଛନ୍ତି। ତାଙ୍କ ବିପକ୍ଷରେ ମୁଖ୍ୟ ନାୟିକା ଭାବେ ମନିକା ଅଭିନୟ କରୁଥିବା ବେଳେ ସୁନିତା ସହ ଅଭିନେତ୍ରୀ ଅଛନ୍ତି। ଶ୍ରୀନିବାସ କ୍ରିଏସନ୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ବହୁ ବଡ଼ବଡ଼ ଅଭିନେତା ଓ ଅଭିନେତ୍ରୀ ଅଭିନୟ କରୁଛନ୍ତି। ଏଥିରେ ଡଃ ଚନ୍ଦଳୱଡ଼ା ହରିବାବୁ, ରାମବାବୁ, ରାମସ୍ୱାମୀ ପ୍ରମୁଖ ନଜର ଆସିଛନ୍ତି। ଏହି ଫିଲ୍ମର ସୁଟିଂ ବର୍ତ୍ତମାନ ବିଜିୟୱାଡାରେ ଆରମ୍ଭ ହୋଇଛି। ‘ଗାରାଗା’ ଫିଲ୍ମ ପ୍ରଥମେ ତେଲୁଗୁ ପରେ ହିନ୍ଦୀ ଭାଷାରେ ରିଲିଜ ହେବ। ଖୁବ୍‌ଶୀଘ୍ର ଫିଲ୍ମ ପରଦାକୁ ଆସିବ ବୋଲି ଜଣାପଡ଼ିଛି। ଏଥିପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି ମନିକା।

ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe