Advertisment

ତେଲୁଗୁ ସିନେମାରେ ନାୟିକା ହେବେ ମାଲକାନଗିରିର ଝିଅ

ପିଲାବେଳୁ ଅଭିନୟ ପ୍ରତି ରୁଚି ରଖିଥିଲେ। ସେଥିପାଇଁ ଘର ଛାଡ଼ି ରାଜ୍ୟ ବାହାରକୁ ଗଲେ। ନିଜ ରକ୍ତରେ ଅଭିନୟର କଳା ଥିବାରୁ ଡ୍ୟାନ୍ସ ଶିଖିଲେ। ବଡ଼ ବ୍ରେକ୍‌କୁ ଅପେକ୍ଷା କରିଥିଲେ। ଆଉ ସୁଯୋଗ ମଧ୍ୟ ମିଳିଲା।

Advertisment

ପିଲାବେଳୁ ଅଭିନୟ ପ୍ରତି ରୁଚି ରଖିଥିଲେ। ସେଥିପାଇଁ ଘର ଛାଡ଼ି ରାଜ୍ୟ ବାହାରକୁ ଗଲେ। ନିଜ ରକ୍ତରେ ଅଭିନୟର କଳା ଥିବାରୁ ଡ୍ୟାନ୍ସ ଶିଖିଲେ। ବଡ଼ ବ୍ରେକ୍‌କୁ ଅପେକ୍ଷା କରିଥିଲେ। ଆଉ ସୁଯୋଗ ମଧ୍ୟ ମିଳିଲା। ଟଲିଉଡ୍‌ରେ ଏଣ୍ଟ୍ରି ମାରିଲେ ମାଲକାନଗିରିର ଝିଅ ମନିକା ସମାଦ୍ଦାର। ମନିକା ପିଲା ବେଳୁ କଳାପ୍ରତି ଆକୃଷ୍ଟ ହୋଇଥିଲେ। ପାଠ ପଢ଼ା ସହିତ ନୃତ୍ୟ ଓ ଅଭିନୟ ପ୍ରତି ରୁଚି ରଖିଥିଲେ। ଝିଅର ଏପରି ରୁଚି ଦେଖି ପରିବାର ଲୋକେ ତାଙ୍କୁ ହାଇଦ୍ରାବାଦ ପଠାଇ ଦେଇଥିଲେ। ଅର୍ଥାତ ଯୁକ୍ତ ଦୁଇ ପାସ୍‌ କରିବା ପରେ ମନିକା ହାଇଦ୍ରାବାଦରେ ଚାକିରି କରୁଥିବା ବଡ଼ ଭାଇଙ୍କ ପାଖକୁ ଚାଲି ଯାଇଥିଲେ।

Advertisment
Tollywood Odisha Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe