Advertisment

'ମଣିପୁର ଫାଇଲ୍ସ' ନିର୍ମାଣ କରିବାକୁ ବିବେକ ଅଗ୍ନିହୋତ୍ରୀଙ୍କୁ ଚ୍ୟାଲେଞ୍ଜ

'କାଶ୍ମୀର ଫାଇଲ୍ସ'ର ଅହେତୁକ ସଫଳତା ପରେ ବିବେକ ଅଗ୍ନିହୋତ୍ରୀଙ୍କୁ 'ମଣିପୁର ଫାଇଲ୍ସ' ନିର୍ମାଣ କରିବାକୁ ଚ୍ୟାଲେଞ୍ଜ। ଏହିପରି ପ୍ରତିକ୍ରିୟା ରଖିଲେ ଫିଲ୍ମ ନିର୍ମାତା।

author-image
Debibandita Barick
ଅଦ୍ୟତନ ହୋଇଛି
Man asks Vivek Agnihotri to make 'Manipur Files

Man asks Vivek Agnihotri to make 'Manipur Files

'କାଶ୍ମୀର ଫାଇଲ୍ସ'ର ଅହେତୁକ ସଫଳତା ପରେ ବିବେକ ଅଗ୍ନିହୋତ୍ରୀ ନିକଟରେ ତାଙ୍କର ଆଗାମୀ ପ୍ରୋଜେକ୍ଟ 'କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ୍' ର ଟ୍ରେଲରକୁ ଉନ୍ମୋଚନ କରିଛନ୍ତି। ଖୁବ୍ ଶୀଘ୍ର ZEE5 ରେ ଏହା ଷ୍ଟ୍ରିମ୍ ହେବ। ନିକଟରେ ଚଳଚ୍ଚିତ୍ର ନେଇ ନିର୍ମାତା ଅଗ୍ନିହୋତ୍ରୀ ଏକ ପୋଷ୍ଟ ସେୟାର୍ କରିଛନ୍ତି। ଏହି ପୋଷ୍ଟରେ ଜଣେ ୟୁଜର୍ସ ଅଗ୍ନିହୋତ୍ରୀଙ୍କୁ 'ମଣିପୁର ଫାଇଲ୍ସ' ନିର୍ମାଣ କରନ୍ତୁ ବୋଲି କହିଛନ୍ତି।

Advertisment

ଏହି ୟୁଜର୍ ଜଣକ କେବଳ ପରାମର୍ଶ ଦେଇନାହାନ୍ତି, ଅଗ୍ନିହେତ୍ରୀଙ୍କୁ ଏକ ପ୍ରକାର ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି। ୟୁଜର୍ ଜଣକ କହିଛନ୍ତି ଯେ, "ଯଦି ଆପଣ ପ୍ରକୃତରେ ମର୍ଦ ପୁଅ, ତେବେ ମଣିପୁର ଘଟଣାକୁ ନେଇ ଏକ 'ମଣିପୁର ଫାଇଲ୍ସ' ନିର୍ମାଣ କରନ୍ତୁ। ଏହାର ଜବାବରେ ଅଗ୍ନିହୋତ୍ରୀ କହିଛନ୍ତି ଯେ, "କଣ ସବୁ ଫିଲ୍ମ ମୋ ଦ୍ବାରା ବନାଇବ। ତମ 'ଟିମ୍ ଇଣ୍ଡିଆ'ରେ କଣ ଆଉ କେହି ମର୍ଦ ପୁଅ ନାହାନ୍ତି।"  

ଅଗ୍ନିହୋତ୍ରୀ ନିରୀହ କାଶ୍ମୀରୀ ପଣ୍ଡିତଙ୍କ ହତ୍ୟା ଘଟଣାକୁ ନେଇ ଏକ ଫିଲ୍ମ ନିର୍ମାଣ କରିଥିଲେ, ଯାହାର ନାମ 'କାଶ୍ମୀର ଫାଇଲ୍ସ' ରଖିଥିଲେ। ଏହି ଫିଲ୍ମ 2022 ରେ ଖୁବ୍ ପ୍ରଶଂସିତ ହୋଇଥିଲା ଏବଂ ବ୍ଲକବଷ୍ଟର୍ ହିଟ୍ ହୋଇଥିଲା। ବର୍ତ୍ତମାନ ସେହି ପ୍ରକାର ଏକ ବାସ୍ତବ ଘଟଣା ମଣିପୁରକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରନ୍ତୁ ବୋଲି ସୋସିଆଲ୍ ମିଡିଆ ୟୁଜର୍ ଚ୍ୟାଲେଞ୍ଜ କରିଛନ୍ତି। 

Advertisment

କହି ରଖୁଛୁ ଯେ, ଗତ ମେ'ରୁ ମଣିପୁରରେ ମେତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଙ୍ଘର୍ଷ ଲାଗି ରହିଛି। ଏହି ସଙ୍ଘର୍ଷରେ ମହିଳାମାନଙ୍କୁ ନିର୍ଯାତନା ଦିଆଯାଇଥିବା ପ୍ରମାଣ ମିଳିଛି। ବିକ୍ଷୋଭ ସମୟରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରସ୍ତାରେ ଚଲାଇବା ଭିଡିଓ ଦୁଇ ମାସ ପରେ ଭାଇରାଲ୍ ହୋଇଛି। ଘଟଣାକୁ ନେଇ ସମଗ୍ର ରାଜ୍ୟରେ ନିନ୍ଦା କରାଯାଉ ଥିବାବେଳେ ସେଠାରେ ଏହିପରି ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। 

Manipur Violence Vivek Agnihotri Kashmir Files