ସୋନୁଙ୍କ ପାଇଁ ଗୀତ ଲେଖିଲେ ଫ୍ୟାନ୍‌

ମୁମ୍ୱାଇ : ‘ଯେପର୍ଯ୍ୟନ୍ତ ଶେଷ ଶ୍ରମିକଟିଏ ଘରକୁ ଫେରିନାହିଁ, ସେ ପର୍ଯ୍ୟନ୍ତ ମୁଁ ଚୁପ୍‌ ହୋଇ ବସିବି ନାହିଁ।’ ଆମେ ନୁହେଁ, ଏକଥା କହିଛନ୍ତି, ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ପ୍ରବାସୀ ଶ୍ରମିକଙ୍କ ପାଇଁ ଏବେ ଦେବଦୂତ ସାଜିଛନ୍ତି ସୋନୁ। ଲକଡାଉନରେ ସୋନୁଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସୋନୁଙ୍କ ପ୍ରତି ବଢୁଥିବା ଲୋକପ୍ରିୟତାକୁ ନେଇ ଜଣେ ଫ୍ୟାନ୍‌ ଅଭିଷେକ କୁଶୱାହା ସୋନୁଙ୍କ ପାଇଁ ଗୀତଟିଏ ଗାଇଛନ୍ତି। ଫିଲ୍ମ ‘ଜାନବାଜ୍‌’ର ‘ତେରା ସାଥ୍‌ ହୈ […]

sonu

sonu

Biswobandita Swain
  • Published: Friday, 05 June 2020
  • Updated: 05 June 2020, 02:36 PM IST

Sports

Latest News

ମୁମ୍ୱାଇ : ‘ଯେପର୍ଯ୍ୟନ୍ତ ଶେଷ ଶ୍ରମିକଟିଏ ଘରକୁ ଫେରିନାହିଁ, ସେ ପର୍ଯ୍ୟନ୍ତ ମୁଁ ଚୁପ୍‌ ହୋଇ ବସିବି ନାହିଁ।’ ଆମେ ନୁହେଁ, ଏକଥା କହିଛନ୍ତି, ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ପ୍ରବାସୀ ଶ୍ରମିକଙ୍କ ପାଇଁ ଏବେ ଦେବଦୂତ ସାଜିଛନ୍ତି ସୋନୁ। ଲକଡାଉନରେ ସୋନୁଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସୋନୁଙ୍କ ପ୍ରତି ବଢୁଥିବା ଲୋକପ୍ରିୟତାକୁ ନେଇ ଜଣେ ଫ୍ୟାନ୍‌ ଅଭିଷେକ କୁଶୱାହା ସୋନୁଙ୍କ ପାଇଁ ଗୀତଟିଏ ଗାଇଛନ୍ତି। ଫିଲ୍ମ ‘ଜାନବାଜ୍‌’ର ‘ତେରା ସାଥ୍‌ ହୈ କିତନା ପ୍ୟାର’ ଗୀତ ଆଧାରରେ ଅନ୍ୟ ଏକ ଗୀତଗାଇ ସୋନୁଙ୍କୁ ଡେଡିକେଟ୍‌ କରିଛନ୍ତି ଅଭିଷେକ। ଏହାକୁ ସେ ସୋଶାଲ ମିଡିଆରେ ଶେଆର୍‌ କରିଛନ୍ତି। ଗୀତର ଗୋଟିଏ ଧାଡ଼ିରେ ସେ ଗାଇଛନ୍ତି, ‘ସୋନୁ ସୁଦ୍‌ ଜୈସା ନେହିଁ ହୈ କୋଇ ଇନ୍‌ସାନ୍‌, ଦୁଖିୟୋଁ କା ଦୁଖ୍‌ ବାଣ୍ଟ ଦେ, ହୈଁ ୱୋ ବଡେ ମହାନ୍‌। ଉନ୍‌କୋ ଜୋ ଭି ପୁକାରେ, ଉସେ ଦେତେ ସାହାରେ।’

ଗୀତଟିକୁ ସୋନୁଙ୍କୁ ଟ୍ୟାଗ କରି ଅଭିଷେକ ‘ଭାଇ ତୁମର ଆଶୀର୍ବାଦ ଦରକାର ବୋଲି ଲେଖିଛନ୍ତି।’ ଭିଡିଓଟିକୁ ସୋନୁ ଦେଖିବା ପରେ ଖୁସି ହୋଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, ‘ଏତେ ଭଲ ଗାଇବ ତ ମୁଁ ତୁମକୁ ଘରୁ ଉଠାଇ ମୁମ୍ୱାଇ ନେଇଆସିବି। ପରେ ଯେତେ କହିଲେ ବି ଘରକୁ ଛାଡ଼ିବି ନାହିଁ। ଯଦି ଘରକୁ ପଠାଇ ପାରୁଛି, ଆଣି ମଧ୍ୟ ପାରିବି।’

ସେହିପରି ଅନେକ ୟୁଜର ଅଭିଷେକଙ୍କର ଏହି ଗୀତ ଓ ସ୍ୱରକୁ ପ୍ରଶଂସା କରିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ସୋନୁ ଏକ ଟୋଲ୍‌ ଫ୍ରୀ ନମ୍ୱର ଜାରି କରିଛନ୍ତି। ଏତିକି ନୁହେଁ, ସୋନୁ ପଞ୍ଜାବ ଡାକ୍ତରଙ୍କୁ ୧୫୦୦ ପିପିଇ କିଟ୍‌ ଡୋନେଟ୍‌ କରିଛନ୍ତି। ଏପରିକି ମୁମ୍ୱାଇରେ ସ୍ୱାସ୍ଥ୍ୟ କର୍ମୀମାନେ ରହିବା ପାଇଁ ହୋଟେଲର ବ୍ୟବସ୍ଥା ମଧ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos