Advertisment

ବଞ୍ଚାଇ ଦେଲେ ଅକ୍ଷୟ !

ମୁମ୍ୱାଇ : ଫିଲ୍ମ ‘ହାଉସ୍‌ଫୁଲ୍ ୪’ର ପ୍ରମୋସନ୍‌ କରିବା ପାଇଁ ଅକ୍ଷୟ କୁମାର ମନିଷ ପୌଲ୍‌ଙ୍କ ଶୋ’ ‘ମୁଭି ମସ୍ତି’କୁ ଯାଇଥିଲେ। ତେବେ ଏହି ସମୟରେ ଏକ ଦୁର୍ଘଟଣା ଘଟିଥିଲା। ଶୋ’ରେ ଜଣେ ଆର୍ଟିଷ୍ଟ ଏକ ଷ୍ଟଣ୍ଟ୍‌ ଦେଉଥିବା ବେଳେ ହଠାତ୍ ବେହୋସ୍‌ ହୋଇଯାଇଥିଲା। ସେହି ସମୟରେ ଅକ୍ଷୟ କୁମାର ତାଙ୍କୁ ଧରି ପକାଇଥିଲେ। ନହେଲେ ସେ ତଳେ ପଡ଼ିଯାଇଥା’ନ୍ତା। ଶୋ’ରେ ଶୁଟିଂ କରାଯାଇଥିବା ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି। ଏହି […]

ବଞ୍ଚାଇ ଦେଲେ ଅକ୍ଷୟ !

aaa

Advertisment

ମୁମ୍ୱାଇ : ଫିଲ୍ମ ‘ହାଉସ୍‌ଫୁଲ୍ ୪’ର ପ୍ରମୋସନ୍‌ କରିବା ପାଇଁ ଅକ୍ଷୟ କୁମାର ମନିଷ ପୌଲ୍‌ଙ୍କ ଶୋ’ ‘ମୁଭି ମସ୍ତି’କୁ ଯାଇଥିଲେ। ତେବେ ଏହି ସମୟରେ ଏକ ଦୁର୍ଘଟଣା ଘଟିଥିଲା। ଶୋ’ରେ ଜଣେ ଆର୍ଟିଷ୍ଟ ଏକ ଷ୍ଟଣ୍ଟ୍‌ ଦେଉଥିବା ବେଳେ ହଠାତ୍ ବେହୋସ୍‌ ହୋଇଯାଇଥିଲା। ସେହି ସମୟରେ ଅକ୍ଷୟ କୁମାର ତାଙ୍କୁ ଧରି ପକାଇଥିଲେ। ନହେଲେ ସେ ତଳେ ପଡ଼ିଯାଇଥା’ନ୍ତା। ଶୋ’ରେ ଶୁଟିଂ କରାଯାଇଥିବା ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି। ଏହି ଭିଡିଓ ଦେଖି ଅକ୍ଷୟ କୁମାରଙ୍କୁ ତାଙ୍କ ପ୍ରଶଂସକମାନେ ବହୁତ ପ୍ରଶଂସା କରିଛନ୍ତି।

Advertisment

https://www.instagram.com/p/B3Mdn-hhO39/?utm_source=ig_web_copy_link

ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଅଲି ଅସ୍‌ଗର୍‌ ହାର୍ନେସ୍‌ରେ ଝୁଲି ଏକ ପାଣି ଟାଙ୍କିରୁ ବାହାରୁଛନ୍ତି। ସେହି ସମୟରେ ଆଉ ଜଣେ ବ୍ୟକ୍ତି ମଧ୍ୟ ହାର୍ନେସ୍‌ରେ ଝୁଲିଥିଲେ। ତେବେ ସେ ଅଲିଙ୍କୁ କିଛି କହିବା ପରେ ହଠାତ୍ ଚେତା ହରାଇଥିଲେ। ସେ ଚେତା ହରାଇବା ପରେ ତାଙ୍କ ମୁଣ୍ଡ ତଳକୁ ଝୁଲି ପଡ଼ିଥିଲା ଓ ହାର୍ନେସ୍‌ରୁ ବି ସେ ତାଙ୍କ ଦୁଇ ହାତ ଛାଡ଼ି ଦେଇଥିଲେ। ଏଇ ସମୟରେ ଅଲି ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ତେବେ ସେତେବେଳକୁ ଅକ୍ଷୟ ଦୌଡ଼ି ଆସି ପାଣି ଟାଙ୍କି ଉପରେ ଚଢ଼ି ତାଙ୍କ ଗୋଡ଼ ଉପରେ ବେହୋସ୍‌ ବ୍ୟକ୍ତିଙ୍କୁ ଧରିଥିଲେ। ସେଟ୍‌ ଉପସ୍ଥିତ ଆଉ କିଛି ସଦସ୍ୟ ବି ଅକ୍ଷୟକୁ ସହାୟତା କରିଥିଲେ। ବ୍ଲଡ୍ ପ୍ରେସର୍‌ କମି ଯିବାରୁ ଉକ୍ତ ଆର୍ଟିଷ୍ଟଙ୍କର ଏଭଳି ଅବସ୍ଥା ହୋଇଥିଲା ବୋଲି ଜଣାପଡ଼ିଛି।

https://www.instagram.com/p/B3MX3ggnCiY/?utm_source=ig_web_copy_link

ଅକ୍ଷୟ ଯେଉଁଭଳି ଭାବେ ପଡ଼ିଯାଉଥିବା ଷ୍ଟଣ୍ଟ୍ ଆର୍ଟିଷ୍ଟଙ୍କୁ ଧରିବା ପାଇଁ ତତ୍ପରତା ଦେଖାଇଲେ ତାହା ଦେଖି ତାଙ୍କ ଫିଟ୍‌ନେସ୍‌କୁ ସମସ୍ତେ ତାରିଫ୍ କରୁଛନ୍ତି।

Advertisment

‘ହାଉସ୍‌ଫୁଲ୍‌ ୪’ର ପ୍ରମୋସନ୍‌ କରିବା ପାଇଁ ଏହି ଶୋ’ରେ ତାଙ୍କ ସହିତ ରିତେଶ ଦେଶମୁଖ, ବବି ଦେଓଲ୍‌, ପୂଜା ହେଗ୍‌ଡେ, କୀର୍ତ୍ତି ସେନନ୍‌ ଓ କୃତୀ ଖରବନ୍ଦା ଉପସ୍ଥିତ ଥିଲେ। ଅକ୍ଷୟଙ୍କ ଅଭିନୀତ ଏହି ଫିଲ୍ମଟି ଅକ୍ଟୋବର ୨୬ ତାରିଖରେ ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe